unfoldingWord 08 - ପରମେଶ୍ଵର ଯୋଶେଫ ଓ ତାଙ୍କ ପରିବାରକୁ ଉଦ୍ଧାର କରନ୍ତି I
Đề cương: Genesis 37-50
Số kịch bản: 1208
ngôn ngữ: Odia / Oriya
Khán giả: General
Mục đích: Evangelism; Teaching
Features: Bible Stories; Paraphrase Scripture
Trạng thái: Approved
Bản văn này là một hướng dẫn cơ bản cho dịch và thu âm trong các ngôn ngữ khác. Nó phải được thích nghi với nền văn hóa và ngôn ngữ để làm cho nó phù hợp với từng khu vực, nơi nó được sử dụng khác nhau. Một số thuật ngữ và khái niệm được sử dụng có thể cần một lời giải thích đầy đủ hơn hoặc thậm chí bị bỏ qua trong các nền văn hóa khác nhau.
Kịch bản
ଅନେକ ବର୍ଷ ପରେ, ଯାକୁବ ଯେତେବେଳେ ବୃଦ୍ଧଥିଲେ, ସେ ତାଙ୍କ ଅତିପ୍ରିୟ ପୁତ୍ର, ଯୋଶେଫଙ୍କୁ ତାଙ୍କ ଭାଇମାନଙ୍କ ପାଖକୁ ଦେଖିବା ପାଇଁ ଯେଉଁମାନେ ପଶୁପଲ୍ଲର ଯତ୍ନ ନେଉଥିଲେ, ପଠାଇଥିଲେ I
ଯୋଶେଫଙ୍କର ଭାଇମାନେ ତାଙ୍କୁ ଘୃଣା କରୁଥିଲେ, କାରଣ ସେମାନଙ୍କ ପିତା ତାଙ୍କୁ ଅଧିକ ପ୍ରେମ କରୁଥିଲେ, କାରଣ ଯୋଶେଫ୍ ସପ୍ନ ଦେଖିଥିଲେ ଯେ ସେ ସେମାଙ୍କର ଶାସକ ହେବେ Iଯେତେବେଳେ ଯୋଶେଫ୍ ସେମାନଙ୍କ ନିକଟକୁ ଆସିଲେ, ସେମାନେ ତାଙ୍କୁ ଅପହରଣ କଲେ ଏବଂ ତାଙ୍କୁ କ୍ରିତ ଦାସର ବ୍ୟବସାୟୀମାନଙ୍କୁ ବିକ୍ରୀ କଲେ I
ଯୋଶେଫଙ୍କର ଭାଇମାନେ ଘରକୁ ଫେରିବା ପୂର୍ବରୁ, ଯୋଶେଫଙ୍କର ଲୁଗାକୁ ଚିରି ଦେଲେ ଓ ତାକୁ ଛେଳିର ରକ୍ତରେ ବୁଡାଇଦେଲେ Iତାପରେ ଲୁଗାକୁ ତାଙ୍କର ପିତାଙ୍କୁ ଦେଖାଇଲେ, ସେଥିଦ୍ଵାରା ସେ ଚିନ୍ତାକରିବେ ଯେ ଏକ ବନ୍ୟ ପଶୁ ଯୋଶେଫଙ୍କୁ ମାରିଦେଇଅଛି I ଯାକୁବ ଅତି ଦୁଃଖୀ ହେଲେ I
କ୍ରୀତଦାସ ବ୍ୟବସାୟୀମାନେ ଯୋସେଫଙ୍କୁ ମିଶରକୁ ନେଇଗଲେ Iମିଶର ଏକ ବୃହତ୍, ଶକ୍ତିଶାଳି ଦେଶ ନୀଳ ନଦୀର ନିକଟରେ ଅବସ୍ତିତ ଥିଲା I କ୍ରୀତଦାସ ବ୍ୟବସାୟୀମାନେ ଯୋସେଫଙ୍କୁ ଏକ ଦାସ ଭାବରେ ସମୃଦ୍ଧିଶାଳୀ ସରକାର ପଦାଧିକାରୀଙ୍କୁ ବିକ୍ରୟ କରିଦେଲେ I ଯୋସେଫ ତାଙ୍କ ମାଲିକଙ୍କୁ ଉତ୍ତମ ସେବା କରିଲେ, ଓ ପରମେଶ୍ଵର ଯୋସେଫଙ୍କୁ ଆଶୀର୍ବାଦ କଲେ I
ତାଙ୍କର ମାଲିକଙ୍କ ସ୍ତ୍ରୀ ତାଙ୍କ ସହିତ ଶୟନ କରିବାକୁ ଚେଷ୍ଟା କଲେ, କିନ୍ତୁ ଏହି ମାଧ୍ୟମରେ ଯୋସେଫ ପରମେଶ୍ଵରଙ୍କ ବିରୋଧରେ ପାପ କରିବାକୁ ମନା କଲେ Iସେ କ୍ରୋଧ ହେଲେ ଓ ମିଛରେ ଯୋସେଫଙ୍କୁ ଦୋଷ ଦେଲେ, ସେଥି କାରଣରୁ ତାଙ୍କୁ ବନ୍ଧାହେଲା ଓ କାରାଗାରକୁ ପଠାଗଲା Iକାରାଗାରରେ ମଧ୍ୟ ଯୋସେଫ ଇଶ୍ଵରଙ୍କର ବିଶ୍ଵସ୍ତ ହୋଇରହିଲେ, ଓ ତାଙ୍କୁ ପରମେଶ୍ଵର ଆଶୀର୍ବାଦ କଲେ I
ଯଦିଓ ସେ ନିର୍ଦ୍ଦୋଶ ଦ୍ଦୋଷ ଥିଲେ, ତଥାପି ଯୋସେଫ କାରାଗାରରେ ଦୁଇ ବର୍ଷ ରହିଲେ I ଗୋଟିଏ ରାତିରେ, ଫାରୋ, ଯାହାଙ୍କୁ ମିଶରୀୟମାନେ ସେମାନଙ୍କ ରାଜା କହନ୍ତି, ଦୁଇଟି ସ୍ଵପ୍ନଗୁଡିକ ପ୍ରବଳ ତାଙ୍କୁ ବ୍ୟସ୍ତ କରିଥିଲା I ତାଙ୍କର କୌଣସୀ ପରାମର୍ଶଦାତା ତାଙ୍କ ସପ୍ନଗୁଡିକର ଅର୍ଥ କହି ପାରିନଥିଲେ I
ଯୋସେଫଙ୍କୁ ସପ୍ନର ଅର୍ଥ କହିବାକୁ ପରମେଶ୍ଵର ଯୋଗ୍ୟତା ଦେଇଥିଲେ, ତେଣୁ ଫାରୋଙ୍କ ପାଇଁ ଯୋଶେଫଙ୍କୁ କାରାଗାର ଠାରୁ ଅଣାଗଲା Iତାଙ୍କ ନିମନ୍ତେ ଯୋଷେଫ ସ୍ଵପ୍ନଗୁଡିକର ତର୍ଜମା କଲେ ଏବଂ କହିଲେ, ସାତ ବର୍ଷ ପରମେଶ୍ଵର ଯଥେଷ୍ଟ ଫସଲ ପଠାଇବାକୁ ଯାଉଛନ୍ତି, ସେହିପରି ସାତ ବର୍ଷ ଦୁର୍ଭିକ୍ଷ ହେବ I
ଯୋଷେଫଙ୍କର ସହିତ ଫାରୋ ଅତି ଆକର୍ସିତ ହେଲେ ତେଣୁ ତାଙ୍କୁ ଦ୍ଵିତୀୟ ଶକ୍ତିଶାଳି ବ୍ୟକ୍ତି ଭାବରେ ନିଯୁକ୍ତ କଲେ I
ସାତ ବର୍ଷ ଉତ୍ତମ ଅମଳ ସମୟରେ ଖାଦ୍ୟଶସ୍ୟ ଅଧିକ ପରିମାଣରେ ସଂଗ୍ରହ କରିବାକୁ ଯୋଷେଫ ଲୋକମାନଙ୍କୁ କହିଲେ I ଯେତେବେଳେ ସାତବର୍ଷ ଦୁର୍ଭିକ୍ଷ ଆସିଲା, ଯୋଷେଫ ଖାଦ୍ୟଶସ୍ୟ ବିକ୍ରି ଲୋକମାନଙ୍କୁ ବିକ୍ରୀ କଲେ ଯେଉଁଦ୍ଵାରା ସେମାନେ ଖାଇବାପାଇଁ ଯଥେଷ୍ଟ ପାଇବେ I
କେବଳ ମିଶରରେ ନୁହେଁ, କିନ୍ତୁ କିଣାନରେ ମଧ୍ୟ ଯେଉଁଠାରେ କି ଯାକୁବ ଓ ତାଙ୍କ ପରିବାର ବାସ କରୁଥିଲେ, ଦୁର୍ଭିକ୍ଷ ଅତିଶୟ I
ତେଣୁକରି ଯାକୁବ ତାଙ୍କ ଜ୍ୟେଷ୍ଠ ପୁଅମାନଙ୍କୁ ଖାଦ୍ୟ କିଣିବା ନିମନ୍ତେ ମିଶରକୁ ପଠାଇଲେ I ଯେତେବେଳେ ଭାଇମାନେ ଖାଦ୍ୟ କିଣିବାପାଇଁ ଯୋଷେଫଙ୍କ ସାମନାରେ ଠିଆ ହୋଇଥିଲେ ସେମାନେ ଯୋଷେଫଙ୍କୁ ଚିହ୍ନି ପାରିଲେନାହିଁ Iକିନ୍ତୁ ଯୋଷେଫ ସେମାନଙ୍କୁ ଚିହ୍ନି ପାରିଲେ I
ସେମାନେ ପରିବର୍ତ୍ତନ ହୋଇଛନ୍ତି ନା ନାହି ତାହା ପରିକ୍ଷା କରିବାପରେ, ଯୋଷେଫ ସେମାନଙ୍କୁ କହିଲେ, “ମୁଁ ତୁମମାନଙ୍କ ଭାଇ, ଯୋଷେଫ!” I ଭୟ କରନ୍ତୁ ନାହି Iତୁମେମାନେ ମନ୍ଦ କରିବା ପାଇଁ ଚେଷ୍ଟା କଲ ଯେତେବେଳେ ତୁମେ ଦାସକରି ବିକ୍ରି କରିଲ , କିନ୍ତୁ ପରମେଶ୍ଵର ମନ୍ଦତାକୁ ଉତ୍ତମତାରେ ପରିବର୍ତ୍ତନ କଲେ I ମିଶରରେ ଆସି ବାସ କର ସେଥିରେ ମୁଁ ତୁମମାନଙ୍କୁ ଓ ତୁମ୍ଭମାନଙ୍କ ପରିବାରମାନଙ୍କ ପାଇଁ ଯୋଗାଇ ପାରିବି I
ଯେତେବେଳେ ଯୋଷେଫଙ୍କର ଭାଇମାନେ ଗୃହକୁ ଫେରିଲେ ଏବଂ ସେମାଙ୍କର ପିତା, ଯାକୁବଙ୍କୁ କହିଲେ ଯେ ଏ ପର୍ଯ୍ୟନ୍ତ ଯୋଶେଫ ଜୀବିତ ଅଛନ୍ତି, ସେ ବହୁତ ଆନନ୍ଦିତ ହେଲେ I
ଯଦିଓ ଯାକୁବ ବୃଦ୍ଧ ହୋଇଥିଲେ, ତଥାପି ସେ ତାଙ୍କ ପରିବାର ସହିତ ମିଶରକୁ ଗମନ କଲେ ଓ ସେଠାରେ ସେ ସେମାନଙ୍କ ସହିତ ବାସକଲେ Iଯାକୁବଙ୍କ ମୃତ୍ୟୁ ହେବା ପୂର୍ବରୁ, ସେ ତାଙ୍କ ପ୍ରତ୍ୟେକ ପୁଅମାନଙ୍କୁ ଆଶୀର୍ବାଦ କଲେ I
ପ୍ରତିଜ୍ଞାତ ନିୟମ ଯାହା ପରମେଶ୍ଵର ଅବ୍ରାହାମଙ୍କ ସହିତ କରିଥିଲେ ତାହା ସେ ଇସାହକଙ୍କୁ ହସ୍ତାର୍ପଣ କଲେ, ପରେ ଯାକୁବଙ୍କୁ ଏବଂ ତାପରେ, ଯାକୁବଙ୍କ ବାର ପୁଅମାନଙ୍କୁ ଓ ସେମାନଙ୍କ ପରିବାର ଗୁଡ଼ିକୁ ହସ୍ତାର୍ପଣ କଲେ Iବାର ପୁତ୍ରମାନଙ୍କ ବଂଶଧର ମାନେ ଇସ୍ରାଏଲର ବାର ଗୋଷ୍ଠିଗୁଡିକ ହେଲେ I