unfoldingWord 42 - ଯୀଶୁଙ୍କ ସ୍ଵର୍ଗକୁ ପ୍ରତ୍ୟାଗମନ
Anahat: Matthew 28:16-20; Mark 16:12-20; Luke 24:13-53; John 20:19-23; Acts 1:1-11
Komut Dosyası Numarası: 1242
Dil: Odia / Oriya
Kitle: General
Amaç: Evangelism; Teaching
Features: Bible Stories; Paraphrase Scripture
Durum: Approved
Komut dosyaları, diğer dillere çeviri ve kayıt için temel yönergelerdir. Her bir farklı kültür ve dil için anlaşılır ve alakalı hale getirmek için gerektiği gibi uyarlanmalıdırlar. Kullanılan bazı terimler ve kavramlar daha fazla açıklamaya ihtiyaç duyabilir veya hatta tamamen değiştirilebilir veya atlanabilir.
Komut Dosyası Metni
ଯୀଶୁ ଯେଉଁ ଦିନ ମୃତମାନଙ୍କ ମଧ୍ୟରୁ ଉଠିଲେ, ଦୁଇଜଣ ଶିଷ୍ୟ ନିକଟସ୍ଥ ଏକ ଉଠାଇକୁ ଯାଉଥିଲେ ।ସେମାନେ ଚାଲୁଥିବା ସମୟରେ, ଯୀଶୁଙ୍କ ପ୍ରତି ଯାହା ଘଟିଥିଲା ସେ ବିଷୟରେ ସେମାନେ କଥାବାର୍ତ୍ତା କରୁଥିଲେ ।ସେମାନେ ଆଶା କରୁଥିଲେ ଯେ ସେ ଖ୍ରୀଷ୍ଟ ଥିଲେ କିନ୍ତୁ ତାଙ୍କୁ ବଧ କରାଯାଇଥିଲା ।ବର୍ତ୍ତମାନ ସେହି ସ୍ତ୍ରୀ କହିଲେ ଯେ ସେ ପୁଣିଥରେ ଜୀବିତ ଅଛନ୍ତି ।ସେମାନେ ଜାଣିପାରିଲେ ନାହିଁ କାହାକୁ ବିଶ୍ବାସ କରିବେ ।
ଯୀଶୁ ସେମାନଙ୍କର ନିକଟବର୍ତ୍ତୀ ହେଲେ ଏବଂ ସେମାନଙ୍କ ସହ ଚାଲିବାକୁ ଲାଗିଲେ, କିନ୍ତୁ ସେମାନେ ତାଙ୍କୁ ଚିହ୍ନିଲେ ନାହିଁ ।ସେମାନେ କେଉଁ ବିଷୟରେ କଥାବାର୍ତ୍ତା କରୁଥିଲେ ବୋଲି ସେ ସେମାନଙ୍କୁ ପଚାରିଲେ, ଏବଂ କିଛି ଦିନ ପୂର୍ବରୁ ଯୀଶୁଙ୍କ ସହିତ ଯାହା ସବୁ ଘଟିଥିଲା ସେ ମୁଖ୍ୟ ଘଟଣା ତାହା ସେମାନେ ତାହାଙ୍କୁ କହିଲେ ।ସେମାନେ ଭାବିଲେ ଯେ ସେମାନେ ଜଣେ ପରିଦର୍ଶକଙ୍କ ସହ କଥାବାର୍ତ୍ତା କରୁଅଛନ୍ତି ଯିଏ କି ଯିରୁଶାଲମରେ ଘଟିଯାଇଥିବା ବିଷୟରେ ଅଜ୍ଞାତ ।
ତା’ପରେ ଯୀଶୁ ସେମାନଙ୍କୁ ବ୍ୟାଖ୍ୟା କରି କହିବାକୁ ଲାଗିଲେ ଯେ ଈଶ୍ଵର ଖ୍ରୀଷ୍ଟଙ୍କ ବିଷୟରେ କ’ଣ କହିଥିଲେ ।ସେ ସେମାନଙ୍କୁ ଭବିଷ୍ୟତବାଣୀ ସ୍ମରଣ କରାଇ କହିଲେ ଯେ ଖ୍ରୀଷ୍ଟ ଦୁଃଖଭୋଗ କରିବେ ଏବଂ ବଧ କରାଯିବେ ଏବଂ ତୃତୀୟ ଦିବସରେ ପୁନର୍ବାର ଉଠିବେ । ସେହି ଦୁଇଜଣ ଯେଉଁ ସହରରେ ରହିବାକୁ ଯୋଜନା କରିଥିଲେ, ସେମାନେ ଯେତେବେଳେ ସେଠାକୁ ପହଞ୍ଚିଲେ, ସେତେବେଳେ ସନ୍ଧ୍ୟା ହୋଇସାରିଥିଲା ।
ସେହି ଦୁଇଜଣ ସେମାନଙ୍କ ସହ ରହିବା ନିମନ୍ତେ ଯୀଶୁଙ୍କୁ ନିମନ୍ତ୍ରଣ କଲେ, ତେଣୁ ସେ ସେମାନଙ୍କ ସହିତ ଗଲେ ।ସେମାନେ ଯେତେବେଳେ ସନ୍ଧ୍ୟା ଭୋଜନ କରିବା ନିମନ୍ତେ ପ୍ରସ୍ତୁତ ହେଲେ, ଯୀଶୁ ଏକ ରୋଟୀ ଉଠାଇ ଈଶ୍ବରଙ୍କୁ ଧନ୍ୟବାଦ ଦେଲେ ଓ ଏହାକୁ ଭାଙ୍ଗିଲେ ।ସାଙ୍ଗେ ସାଙ୍ଗେ ସେ ଯେ ଯୀଶୁ ବୋଲି ସେମାନେ ଚିହ୍ନିଲେ ।କିନ୍ତୁ ସେହି ସମୟରେ ସେ ସେମାନଙ୍କ ଦୃଷ୍ଟିରୁ ଅଦୃଶ୍ୟ ହୋଇଗଲେ ।
ସେହି ଦୁଇଜଣ ପରସ୍ପର କୁହାକୁହି ହେଲେ “ସେ ଯୀଶୁ ଥିଲେ!ସେଥି ଯୋଗୁଁ ସେ ଆମ୍ଭମାନଙ୍କୁ ଈଶ୍ବରଙ୍କ ବାକ୍ୟ ବୁଝାଉଥିବା ସମୟରେ ଆମ୍ଭମାନଙ୍କ ହୃଦୟ ପ୍ରଜ୍ବଳିତ ହେଉଥିଲା !”ସାଙ୍ଗେ ସାଙ୍ଗେ ସେମାନେ ଯିରୁଶାଲମକୁ ଫେରି ଆସିଲେ ।ସେମାନେ ଯେତେବେଳେ ପହଞ୍ଚିଲେ, ସେମାନେ ଶିଷ୍ୟମାନଙ୍କୁ କହିଲେ “ଯୀଶୁ ଜୀବିତ ଅଛନ୍ତି!ଆମ୍ଭେମାନେ ତାହାଙ୍କୁ ଦେଖିଅଛୁ!”
ଶିଷ୍ୟମାନେ ଯେତେବେଳେ କଥାବାର୍ତ୍ତା କରୁଥିଲେ, ଯୀଶୁ ସେମାନେ ରହୁଥିବା କୋଠରୀରେ ସେମାନଙ୍କ ସମ୍ମୁଖରେ ଦୃଶ୍ୟମାନ ହେଲେ ଏବଂ କହିଲେ “ତୁମ୍ଭମାନଙ୍କ ପ୍ରତି ଶାନ୍ତି ହେଉ !”ଶିଷ୍ୟମାନେ ଭାବିଲେ ଯେ ସେ ଜଣେ ଭୂତ, କିନ୍ତୁ ଯୀଶୁ କହିଲେ ଯେ “ତୁମ୍ଭେମାନେ କାହିଁକି ଭୟଭୀତ ଓ ସନ୍ଦେହ କରୁଅଛ?ମୋ ହାତ ଏବଂ ପାଦକୁ ଦେଖ ।ମୋର ଯେପରି ଶରୀର ଅଛି ଭୂତମାନଙ୍କର ସେପରି ଶରୀର ନ ଥାଏ ।”ସେ ଯେ ଭୂତ ନୁହଁନ୍ତି ତାହା ପ୍ରମାଣ କରିବା ପାଇଁ, ସେ ଖାଇବା ନିମନ୍ତେ କିଛି ମାଗିଲେ ।ସେମାନେ ତାହାଙ୍କୁ ରନ୍ଧାଯାଇଥିବା ମାଛ ଦେଲେ, ଏବଂ ସେ ଏହାକୁ ଖାଇବେ ।
ଯୀଶୁ କହିଲେ “ମୁଁ ତୁମ୍ଭମାନଙ୍କୁ କହିଥିଲି ଯେ ମୋ ବିଷୟରେ ଈଶ୍ଵରଙ୍କ ବାକ୍ୟରେ ଲେଖାଥିବା ସମସ୍ତ ବିଷୟ ନିହାତି ସଫଳ ହେବାକୁ ପଡିବ ।”ତା’ପରେ ସେ ସେମାନଙ୍କର ମନକୁ ଖୋଲିଦେଲେ ଯେପରିକି ସେମାନେ ଈଶ୍ଵରଙ୍କ ବାକ୍ୟ ବୁଝିପାରିବେ ।ସେ କହିଲେ “ପୂର୍ବରୁ ଲେଖାଯାଇଛି ଯେ ଖ୍ରୀଷ୍ଟ ଦୁଃଖଭୋଗ କରି ମୃତ୍ୟୁଭୋଗ କରିବେ ଏବଂ ତୃତୀୟ ଦିବସରେ ପୁନରୁତ୍ଥାନ ହେବେ ।”
“ଶାସ୍ତ୍ରରେ ଆହୁରି ମଧ୍ୟ ଲେଖାଯାଇଥିଲା ଯେ ପ୍ରତ୍ୟେକେ ସେମାନଙ୍କ ପାପରୁ କ୍ଷମା ପାଇବା ନିମନ୍ତେ ଅନୁତାପ କରିବେ ଯାହାକି ଶିଷ୍ୟମାନେ ଘୋଷଣା କରିବେ ।ସେମାନେ ଏହା ଯିରୁଶାଲମରୁ ଆରମ୍ଭ କରି ସବୁ ସ୍ଥାନରେ ଥିବା ସମସ୍ତ ଲୋକ ଦଳମାନଙ୍କ ନିକଟକୁ ଯିବେ ।ତୁମ୍ଭେମାନେ ଏହି ସମସ୍ତ ବିଷୟର ସାକ୍ଷୀ ଅଟ ।
ପରବର୍ତ୍ତୀ ଚାଳିଶ ଦିନ ଧରି, ଯୀଶୁ ଅନେକ ଥର ତାହାଙ୍କ ଶିଷ୍ୟମାନଙ୍କୁ ଦେଖାଦେଲେ ।ଥରେ, ସେ ଏକା ଥରକେ ୫୦୦ ରୁ ଅଧିକ ଲୋକଙ୍କୁ ଦେଖାଦେଲେ!ସେ ଯେ ଜୀବିତ ଅଛନ୍ତି ଏ ବିଷୟରେ ସେ ଅନେକ ଥର ତାହାଙ୍କ ଶିଷ୍ୟମାନଙ୍କ ନିକଟରେ ପ୍ରମାଣିତ କଲେ, ଏବଂ ସେ ଈଶ୍ବରଙ୍କ ରାଜ୍ୟ ବିଷୟରେ ଶିକ୍ଷା ଦେଲେ ।
ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ “ସ୍ବର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ପ୍ରଦତ୍ତ ହୋଇଅଛି ।ଅତଏବ ଯାଅ, ସମସ୍ତ ଲୋକ ଦଳ ନିକଟକୁ ଯାଇ ପିତା, ପୁତ୍ର ଏବଂ ପବିତ୍ରଆତ୍ମାଙ୍କ ନାମରେ ସେମାନଙ୍କୁ ବାପ୍ତିସ୍ମ ଦେଇ ଏବଂ ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଦେଶ ଦେଇଅଛି ସେହି ସବୁ ପାଳନ କରିବାକୁ ଶିକ୍ଷା ଦେଇ ଶିଷ୍ୟ କର ।ସ୍ମରଣରେ ରଖ, ମୁଁ ସର୍ବଦା ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି ।”
ଯୀଶୁଙ୍କ ମୃତ୍ୟୁରୁ ଉଠିବାର ଚାଳିଶ ଦିନ ପରେ, ସେ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ “ପବିତ୍ରଆତ୍ମା ତୁମ୍ଭମାନଙ୍କ ଉପରେ ଅବତରଣ କରିବା ସମୟରେ ମୋ ପିତା ତୁମ୍ଭମାନଙ୍କୁ ଯେଉଁପର୍ଯ୍ୟନ୍ତ ଶକ୍ତି ନ ଦିଅନ୍ତି ସେ ପର୍ଯ୍ୟନ୍ତ ଯିରୁଶାଲମରେ ରହିଥାଅ ।”ତା’ପରେ ଯୀଶୁ ସ୍ବର୍ଗକୁ ଗଲେ, ଏବଂ ଏକ ମେଘ ସେମାନଙ୍କ ଦୃଷ୍ଟିରୁ ଯୀଶୁଙ୍କୁ ଲୁଚାଇ ଦେଲା ।ଯୀଶୁ ସମସ୍ତ ବିଷୟ ଉପରେ କର୍ତ୍ତୃକ କରିବା ନିମନ୍ତେ ଈଶ୍ଵରଙ୍କ ଦକ୍ଷିଣ ପାର୍ଶ୍ବରେ ବସିଲେ ।