unfoldingWord 07 - ଯାକୁବକୁ ପରମେଶ୍ଵର ଆଶୀର୍ବାଦ କରନ୍ତି
Översikt: Genesis 25:27-35:29
Skriptnummer: 1207
Språk: Odia / Oriya
Publik: General
Ändamål: Evangelism; Teaching
Features: Bible Stories; Paraphrase Scripture
Status: Approved
Skript är grundläggande riktlinjer för översättning och inspelning till andra språk. De bör anpassas efter behov för att göra dem begripliga och relevanta för olika kulturer och språk. Vissa termer och begrepp som används kan behöva mer förklaring eller till och med ersättas eller utelämnas helt.
Manustext
ଯେପରି ପିଲାମାନେ ବୃଦ୍ଧି ହେବାକୁ ଲାଗିଲେ, ଗୃହରେ ଯାକୁବ ରହିବାକୁ ପ୍ରେମ କରୁଥିଲେ, କିନ୍ତୁ ଏଷୌ ଶିକାର କରିବାକୁ ପ୍ରେମ କରୁଥିଲେ Iରିବେକା ଯାକୁବକୁ ପ୍ରେମ କରୁଥିଲେ, କିନ୍ତୁ ଇସହାକ ଏଷୌଙ୍କୁ ପ୍ରେମ କରୁଥିଲେ I
ଦିନେ, ଯେତେବେଳେ ଏଷୌ ଶିକାରରୁ ଫେରିଆସିଲେ, ସେ ବହୁତ ଭୋକରେ ଥିଲେ Iଏଷୌ ଯାକୁବଙ୍କୁ କହିଲେ, “ତୁମେ ପ୍ରସ୍ତୁତ କରିଥିବା ଖାଦ୍ୟରୁ ମୋତେ କିଛି ଖାଇବାକୁ ଦୟାକରି ଦିଅ” I ପ୍ରତିଉତ୍ତରରେ ଯାକୁବ କହିଲେ, ପ୍ରଥମରେ, ତୁମର ଜ୍ୟୋଷ୍ଠ ପୁତ୍ରର ଅଧିକାର ମୋତେ ଦିଅ I ସେଥିପାଇଁ ଏଷୌ ତାଙ୍କ ଜ୍ୟୋଷ୍ଠ ପୁତ୍ରର ଅଧିକାର ଯାକୁବଙ୍କୁ ଦେଇଦେଲେ Iତା’ପରେ ତାଙ୍କୁ ଯାକୁବ କିଛି ଖାଦ୍ୟ ଦେଲେ I
ଏଷୌଙ୍କୁ ଇସହାକ ତାଙ୍କର ଆଶୀର୍ବାଦ ଦେବାକୁ ଚାହିଁଲେ Iକିନ୍ତୁ, ସେ ତାହା କରିବା ପୂର୍ବରୁ, ଯାକୁବ ଏଷୌଙ୍କ ପରି ହୋଇ ଅଭିନୟ କରି ରିବେକା ଓ ଯାକୁବ ତାଙ୍କୁ ପ୍ରତାରଣା କରିଥିଲେ Iଇସାହକ ବୃଦ୍ଧ ହୋଇଥିଲେ ଓ ସେ ଦେଖି ପାରୁ ନ ଥିଲେ Iତେଣୁ ଯାକୁବ ଛେଳିର ଚମଡା ବେକରେ ଓ ହାତରେ ଗୋଡାଇହୋଇ ଓ ଏଷୌଙ୍କର ପୋଷାକ ପିନ୍ଧିଲେ I
ଇସହାକ ନିକଟକୁ ଯାକୁବ ଆସି କହିଲେ ଏବଂ କହିଲେ, “ମୁ ଏଷୌ ଅଟେ” Iମୁଁ ଆସିଅଛି, ଯେଉଁଦ୍ଵାରା ଆପଣ ମୋତେ ଆଶୀର୍ବାଦ କରିବେ Iଇସହାକ ଯେତେବେଳେ ପୋଷାକର ଗନ୍ଧ ଓ ଛେଳିର ଲୋମ ଅନୁଭବ କଲେ, ସେ ଏଷୌ ଭାବିଲେ ଏବଂ ତାଙ୍କୁ ଆଶୀର୍ବାଦ କଲେ I
ଏଷୌ ଯାକୁବକୁ ଘୃଣା କଲେ ଯେହେତୁ ଯାକୁବ ତାଙ୍କ ଜ୍ୟୋଷ୍ଠ ଅଧିକାର ଏବଂ ତାଙ୍କର ଆଶୀର୍ବାଦ ହରଣ କରିଥିଲା I ତେଣୁ ତାଙ୍କ ପିତାଙ୍କର ମୃତ୍ୟୁପରେ ଯାକୁବଙ୍କୁ ହତ୍ୟା କରିବାକୁ ସେ ଯୋଜନା କଲେ I
କିନ୍ତୁ ରିବିକା ଏଷୌଙ୍କର ଯୋଜନା ଜାଣି ପାରିଲେ Iତେଣୁ ସେ ଓ ଇସହାକ, ଯାକୁବଙ୍କୁ ଦୂରକୁ ତାଙ୍କ ପରିଜନମାନଙ୍କ ସହିତ ରହିବାକୁ ପଠାଇଦେଲେ I
ଜାକୁବ ରିବେକଙ୍କର ପରିଜନମାନଙ୍କ ସହିତ ବହୁତ ବର୍ଷ ଧରି ରହିଲେ Iସେହି ସମୟରେ ସେ ବିବାହ କଲେ ଓ ତାଙ୍କର ବାରଟି ପୁତ୍ର ଓ ଗୋଟିଏ ଝିଅ ଥିଲା I ପରମେଶ୍ଵର ତାଙ୍କୁ ବହୁତ ସମୃଦ୍ଧିଶାଳୀ କଲେ I
ତାଙ୍କ ଗୃହ କିଣାନ ଠାରୁ କୋଡିଏ ବର୍ଷ ରହିବାପରେ, ଯାକୁବ ତାଙ୍କ ପରିବାର ସହିତ, ତାଙ୍କର ଦାସମାନେ ଓ ତାଙ୍କର ପଶୁପଲ୍ଲ ସହିତ ସେଠାକୁ ଫେରିଲେ I
ଯାକୁବ ବହୁତ ଭୟଭୀତ ଥିଲେ ଯେହେତୁ ସେ ଚିନ୍ତା କରୁଥିଲେ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଏଷୌ ତାଙ୍କୁ ମାରିବାକୁ ଚହୁଁଛନ୍ତି Iତେଣୁ ସେ ଅନେକ ପଶୁପଲ୍ଲମାନଙ୍କୁ ଏଷୌଙ୍କୁ ଉପହାର ସ୍ଵରୂପେ ପଠାଇଲେ I ଯେଉଁ ଦାସମାନେ ପଶୁଗୁଡିକୁ ଆଣିଥିଲେ ଏଷୌଙ୍କୁ କହିଲେ, “ ତୁମର ଦାସ, ଯାକୁବ, ଆପଣଙ୍କୁ ଏହି ପଶୁଗୁଡିକ ଦେଇଛନ୍ତି Iସେ ଶୀଘ୍ର ଆସୁଅଛନ୍ତି I
କିନ୍ତୁ ଏଷୌ ଯାକୁବଙ୍କୁ କ୍ଷମା କରିସାରିଥିଲେ, ଏବଂ ସେମାନେ ପରସ୍ପର ଖୁସିରେ ଦେଖିବାକୁ ଚାହୁଁଥିଲେ I ତାପରେ ଯାକୁବ କିଣାନରେ ଶାନ୍ତିରେ ବାସ କଲେ Iଏହାପରେ ଇସହାକଙ୍କ ମୃତ୍ୟୁବରଣ କଲେ, ଏବଂ ଏଷୌ ଓ ଯାକୁବ ତାଙ୍କୁ କବର ଦେଲେ Iପରମେଶ୍ଵର ଯେଉଁ ନିୟମର ପ୍ରତିଜ୍ଞାଗୁଡିକ ଅବ୍ରାହାମଙ୍କୁ କରିଥିଲେ, ବର୍ତ୍ତମାନ ଇସହାକଙ୍କ ଠାରୁ ଯାକୁବଙ୍କୁ ହସ୍ତାର୍ପଣ କରାଗଲା I