unfoldingWord 28 - ଯୁବା ଧନୀ ଶାସକ
Outline: Matthew 19:16-30; Mark 10:17-31; Luke 18:18-30
Broj skripte: 1228
Jezik: Odia / Oriya
Publika: General
Svrha: Evangelism; Teaching
Features: Bible Stories; Paraphrase Scripture
Status: Approved
Skripte su osnovne smernice za prevođenje i snimanje na druge jezike. Treba ih prilagoditi po potrebi kako bi bili razumljivi i relevantni za svaku različitu kulturu i jezik. Neki termini i koncepti koji se koriste možda će trebati dodatno objašnjenje ili čak biti zamenjeni ili potpuno izostavljeni.
Script Tekt
ଦିନେ, ଜଣେ ଯୁବା ଧନୀ ଶାସକ ଯୀଶୁଙ୍କ ନିକଟକୁ ଆସିଲେ ଏବଂ ପଚାରିଲେ “ଉତ୍ତମ ଗୁରୁ, ଅନନ୍ତ ଜୀବନ ପାଇବା ନିମନ୍ତେ ମୁଁ କ’ଣ କରିବି?”ଯୀଶୁ ତାହାଙ୍କୁ କହିଲେ “ମୋତେ କାହିଁକି ଉତ୍ତମ କହୁଅଛ?”ଜଣେ ମାତ୍ର ଉତ୍ତମ ଅଟନ୍ତି ଓ ସେ ହେଉଛନ୍ତି ଈଶ୍ଵର ।କିନ୍ତୁ ତୁମ୍ଭେ ଯଦି ଅନନ୍ତ ଜୀବନ ପାଇବାକୁ ଚାହଁ ତେବେ ଈଶ୍ଵରଙ୍କ ବ୍ୟବସ୍ଥାଗୁଡିକ ପାଳନ କର ।”
ସେ ପଚାରିଲେ “କେଉଁ କେଉଁ ଆଜ୍ଞାଗୁଡିକ ମୁଁ ପାଳନ କରିବା ଆବଶ୍ୟକ?”ଯୀଶୁ ଉତ୍ତର ଦେଲେ “ନରହତ୍ୟା କରନାହିଁ ।ବ୍ୟଭିଚାର କର ନାହିଁ ।ଚୋରି କର ନାହିଁ ।ମିଥ୍ୟା କୁହ ନାହିଁ ।ତୁମ୍ଭ ପିତା ଓ ମାତାଙ୍କୁ ସମ୍ମାନ କର, ଏବଂ ତୁମ୍ଭ ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର ।”
କିନ୍ତୁ ସେହି ଯୁବକ ତାହାଙ୍କୁ କହିଲେ “ମୁଁ ଏହି ସମସ୍ତ ବାଲ୍ୟକାଳ ସମୟରୁ ପାଳନ କରିଆସିଅଛି ।ଅନନ୍ତ ଜୀବନ ପାଇବା ନିମନ୍ତେ ମୋତେ ଆଉ କ’ଣ କରିବାକୁ ହେବ?”ଯୀଶୁ ତାଙ୍କ ପ୍ରତି ଦୃଷ୍ଟି କରି ତାଙ୍କୁ ପ୍ରେମ କଲେ ।
ଯୀଶୁ ଉତ୍ତର ଦେଲେ “ଯଦି ତୁମ୍ଭେ ସିଦ୍ଧ ହେବାକୁ ଚାହଁ, ତେବେ ଯାଅ ଏବଂ ତୁମ୍ଭର ସମସ୍ତ ବିକ୍ରୟ କର ଏବଂ ଦରିଦ୍ରମାନଙ୍କୁ ଧନ ଦାନ କର, ଏବଂ ତୁମ୍ଭେ ସ୍ଵର୍ଗରେ ଧନ ପାଇବ ।ତା’ପରେ ଆସି ମୋର ଅନୁଗମନ କର ।”
ଯୀଶୁ କହିଥିବା ବିଷୟକୁ ଯୁବକ ଯେତେବେଳେ ଶୁଣିଲେ, ସେ ଅତ୍ୟନ୍ତ ଦୁଃଖିତ ହେଲେ, କାରଣ ସେ ଅତି ଧନୀ ବ୍ୟକ୍ତି ଥିଲେ ଏବଂ ସେ ଅର୍ଜନ କରିଥିବା ସମସ୍ତ ପରିତ୍ୟାଗ କରିବାକୁ ଚାହିଁଲେ ନାହିଁ ।ସେ ମୁଖ ଫେରାଇ ଯୀଶୁଙ୍କ ନିକଟରୁ ଚାଲିଗଲା ।
ତା’ପରେ ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ କହିଲେ “ଧନୀ ଲୋକର ଈଶ୍ଵରଙ୍କ ରାଜ୍ୟରେ ପ୍ରବେଶ କରିବା ଅତି କଷ୍ଟକର ଅଟେ!ହଁ, ଧନୀ ଲୋକର ସ୍ଵର୍ଗରେ ପ୍ରବେଶ କରିବା ଅପେକ୍ଷା ସୂଚୀ (ଛୁଞ୍ଚି)ର ଛିଦ୍ର (କଣା) ଦେଇ ଓଟର ପ୍ରବେଶ କରିବା ସହଜ ।”
ଯୀଶୁ କହିଥିବା ବିଷୟକୁ ଯେତେବେଳେ ଶିଷ୍ୟମାନେ ଶୁଣିଲେ ସେମାନେ ଚକିତ ହୋଇ ପଚାରିଲେ “ତେବେ କିଏ ଉଦ୍ଧାର (ପରିତ୍ରାଣ) ପାଇପାରିବ?”
ଯୀଶୁ ଶିଷ୍ୟମାନଙ୍କ ପ୍ରତି ଚାହିଁ କହିଲେ “ମନୁଷ୍ୟ ଦୃଷ୍ଟିରେ ଏହା ଅସମ୍ଭବ, କିନ୍ତୁ ଈଶ୍ଵରଙ୍କ ଦୃଷ୍ଟିରେ ସମସ୍ତ ବିଷୟ ସମ୍ଭବ ଅଟେ ।”
ପିତର ଯୀଶୁଙ୍କୁ କହିଲେ “ଆମେ ସମସ୍ତ ବିଷୟ ପରିତ୍ୟାଗ କରି ତୁମ୍ଭର ଅନୁଗମନ କରିଅଛୁ ।ଆମ୍ଭ ପାଇଁ କ’ଣ ପୁରଷ୍କାର ଥିବ ?”
ଯୀଶୁ ଉତ୍ତର ଦେଲେ “ଯେକୌଣସି ଲୋକ ମୋ ନିମନ୍ତେ ଗୃହ, ଭ୍ରାତା, ଭଗ୍ନୀ, ପିତା, ମାତା, ସନ୍ତାନସନ୍ତତି ଓ ସମ୍ପତ୍ତି ପରିତ୍ୟାଗ କରେ ଓ ତାହାର ୧୦୦ ଗୁଣ ଏହି ଜଗତରେ ଏବଂ ଅନନ୍ତ ଜୀବନ ପାଇବ ।କିନ୍ତୁ ପ୍ରଥମରେ ଥିବା ଅନେକେ ଶେଷରେ ରହିବେ, ଏବଂ ଶେଷରେ ଥିବା ଅନେକେ ପ୍ରଥମ ହେବେ ।“