Zgjidhni një gjuhë

mic

Shpërndaje

Ndani lidhjen

QR code for https://globalrecordings.net/script/8713

unfoldingWord 15 - ପ୍ରତିଜ୍ଞାତ ଦେଶ

unfoldingWord 15 - ପ୍ରତିଜ୍ଞାତ ଦେଶ

Përvijimi: Joshua 1-24

Numri i skriptit: 1215

Gjuhe: Odia / Oriya

Audienca: General

Qëllimi: Evangelism; Teaching

Veçoritë: Bible Stories; Paraphrase Scripture

Statusi: Approved

Skriptet janë udhëzime bazë për përkthimin dhe regjistrimin në gjuhë të tjera. Ato duhet të përshtaten sipas nevojës për t'i bërë të kuptueshme dhe relevante për çdo kulturë dhe gjuhë të ndryshme. Disa terma dhe koncepte të përdorura mund të kenë nevojë për më shumë shpjegime ose edhe të zëvendësohen ose të hiqen plotësisht.

Teksti i skenarit

ପରିଶେଷରେ ପ୍ରତିଜ୍ଞାତ ଦେଶ କିଣାନରେ ଇସ୍ରାଏଲୀୟମାନେ ପ୍ରବେଶ କରିବାର ଏକ ପ୍ରକୃଷ୍ଟ ବା ସମୟ ଥିଲା ।ଦୃଢ ପ୍ରାଚୀର ଦ୍ଵାରା ପରିବେଷ୍ଟିତ କିଣାନିୟ ସହର ଯିରୀହୋ ନଗର ବିଷୟରେ ଅନୁସନ୍ଧାନ କରିବା ନିମନ୍ତେ ଯିହୋଶୂୟ ଦୁଇଜଣ ଗୁପ୍ତଚରମାନଙ୍କୁ ପଠାଇଲେ । ସେହି ନଗରରେ ରାହବ ନାମକ ଜଣେ ବେଶ୍ୟା ଥିଲା ଯିଏ ସେହି ଗୁପ୍ତଚରମାନଙ୍କୁ ଲୁଚାଇ ପରେ ସେମାନଙ୍କୁ ଖସି ପଳାଇଯିବାରେ ସାହାଯ୍ୟ କଲା ।ସେ ଏପରି କଲେ, କାରଣ ସେ ଈଶ୍ଵରଙ୍କଠାରେ ବିଶ୍ବାସ କଲେ ।ସେମାନେ ଯେ ରାହବ ଓ ତାହାର ପରିବାରକୁ ସୁରକ୍ଷା ଦେବେ । ଇସ୍ରାଏଲୀୟମାନେ ଯେତେବେଳେ ଯିରୀହୋକୁ ବିନଷ୍ଟ କରିବେ ବୋଲି ଏହା ପ୍ରତିଜ୍ଞା କଲେ ।

ଇସ୍ରାଏଲୀୟମାନେ ପ୍ରତିଜ୍ଞାତ ଦେଶରେ ପ୍ରବେଶ କରିବା ନିମନ୍ତେ ଯର୍ଦନ ନଦୀକୁ ପାର ହେବାକୁ ପଡିଥିଲା ।ଈଶ୍ଵର ଯିହୋଶୂୟଙ୍କୁ କହିଲେ “ଯାଜକମାନେ ପ୍ରଥମେ ଯାଆନ୍ତୁ ।“ଯାଜକମାନେ ଯେତେବେଳେ ଯର୍ଦନ ନଦୀର ପାଦ ଦେବାର ଆରମ୍ଭ କଲେ, ସେତେବେଳେ ଉପର ଭାଗରେ ଥିବା ଜଳ ବହିବା ବନ୍ଦ ହୋଇଗଲା ଯେପରିକି ଇସ୍ରାଏଲୀୟମାନେ ଶୁଖିଲା ଭୂଇଁରେ ଚାଲି ଚାଲି ଯର୍ଦନ ନଦୀ ପାର ହେବେ ।

ଲୋକମାନେ ଯର୍ଦନ ନଦୀ ପାର ହେଲା ପରେ, ଶକ୍ତିଶାଳୀ ନଗର ଯିରୀହୋକୁ କିପରି ଆକ୍ରମଣ କରିବାକୁ ହେବ ତାହା ଈଶ୍ଵର ଯିହୋଶୂୟଙ୍କୁ କହିଥିଲେ ।ଲୋକମାନେ ଈଶ୍ଵରଙ୍କର ଆଜ୍ଞାବହ ହେଲେ ।ଈଶ୍ଵର ଯେପରି କହିଲେ, ତଦନୁସାରେ ସୈନ୍ୟମାନେ ଓ ଯାଜକମାନେ ଦିନକୁ ଥରେ ଏହିପରି ଛ’ ଦିନ ଯିରୀହୋ ନଗର ଚାରିଦିଗରେ ବୁଲିଲେ ।

ତା’ପରେ ସପ୍ତମ ଦିନରେ, ଇସ୍ରାଏଲୀୟମାନେ ସାତ ଥର ବୁଲିଲେ ।ଯେତେବେଳେ ସେମାନେ ନଗରର ଚାରିଦିଗରେ ଶେଷଥର ନିମନ୍ତେ ବୁଲିଲେ, ସେତେବେଳେ ସୈନ୍ୟମାନେ ଜୟଧ୍ବନି କଲେ ଏବଂ ଯାଜକମାନେ ସେମାନଙ୍କର ତୂରୀଉଡିକ ବଜାଇଲେ ।

ସେତେବେଳେ ଯିରୀହୋ ପ୍ରାଚୀରଗୁଡିକ ଟଳି ପଡିଗଲା!ଈଶ୍ଵରଙ୍କ ଆଜ୍ଞା ଅନୁଯାୟୀ ଇସ୍ରାଏଲୀୟମାନେ ନଗରରେ ସମସ୍ତ ଜିନିଷକୁ ବିନଷ୍ଟ କଲେ ।ସେମାନେ କେବଳ ରାହବ ଓ ତାହାର ପରିବାରକୁ ରକ୍ଷା କଲେ, ଯେଉଁମାନେ ଇଶ୍ରାୟେଲର ଅଂଶ ହେଲେ ।କିଣାନରେ ରହୁଥିବା ଅନ୍ୟ ଲୋକମାନେ ଯେତେବେଳେ ଶୁଣିଲେ ଯେ ଇସ୍ରାଏଲୀୟମାନେ ଯିରୀହୋକୁ ବିନାଶ କରିଅଛନ୍ତି, ସେମାନେ ଭୟଭୀତ ହେଲେ ଯେ ଇସ୍ରାଏଲୀୟମାନେ ସେମାନଙ୍କୁ ମଧ୍ୟ ଆକ୍ରମଣ କରିବେ ।

କିଣାନର କୌଣସି ଲୋକଦଳ ସହ ଶାନ୍ତିଚୁକ୍ତି ନ କରିବା ନିମନ୍ତେ ଈଶ୍ଵର ଇସ୍ରାଏଲୀୟମାନଙ୍କୁ ଆଜ୍ଞା ଦେଇଥିଲେ ।କିନ୍ତୁ ଗିବିୟୋନ ନାମକ ଏକ କିଣାନୀୟ ଲୋକଦଳ ଯିହୋଶୂୟଙ୍କୁ ମିଥ୍ୟା କହିଲେ ଯେ ସେମାନେ କିଣାନରୁ ବହୁ ଦୂରରେ ଥିବା ଏକ ସ୍ଥାନରୁ ଆସିଅଛନ୍ତି ।ସେମାନେ ଯିହୋଶୂୟଙ୍କୁ ସେମାନଙ୍କ ସହ ଏକ ଶାନ୍ତିଚୁକ୍ତି କରିବା ନିମନ୍ତେ କହିଲେ ।

ଗିବିୟୋନୀୟମାନେ କେଉଁଠାରୁ ଆସିଥିଲେ ତାହା ଯିହୋଶୂୟ ଏବଂ ଇସ୍ରାଏଲୀୟମାନେ ଈଶ୍ଵରଙ୍କୁ ପଚାରି ନଥିଲେ ।ତେଣୁ ଯିହୋଶୂୟ ସେମାନଙ୍କ ସହ ଏକ ଶାନ୍ତିଚୁକ୍ତି ସ୍ଥାପନ କଲେ । ଗିବିୟୋନୀୟମାନେ ସେମାନଙ୍କୁ ପ୍ରତାରଣା କରିଅଛନ୍ତି ବୋଲି ଇସ୍ରାଏଲୀୟମାନେ ଯେତେବେଳେ ଜାଣିବାକୁ ପାଇଲେ ସେମାନେ କ୍ରୋଧ କଲେ, କିନ୍ତୁ ସେମାନେ ସେମାନଙ୍କ ସହ କରିଥିବା ଶାନ୍ତିଚୁକ୍ତି ରକ୍ଷା କରିଥିଲେ କାରଣ ଏହା ଈଶ୍ଵରଙ୍କର ଏକ ପ୍ରତିଜ୍ଞା ଥିଲା ।କିଛି ସମୟ ପରେ, କିଣାନରେ ଥିବା ଅମୋରୀୟ ନାମକ ଅନ୍ୟ ଏକ ଲୋକଦଳର ରାଜାମାନେ ଶୁଣିବାକୁ ପାଇଲେ ଯେ ସେମାନେ ଇସ୍ରାଏଲୀୟମାନଙ୍କ ସହ ଏକ ଶାନ୍ତିଚୁକ୍ତି ସ୍ଥାପନ କରିଅଛନ୍ତି, ତେଣୁ ସେମାନେ ସେମାନଙ୍କର ସୈନ୍ୟବାହିନୀଗୁଡିକୁ ଏକତ୍ର କରି ବୃହତ୍ ବାହିନୀରେ ପରିଣତ କରି ଗିବିୟୋନକୁ ଆକ୍ରମଣ କଲେ ।ଗିବିୟୋନୀୟମାନେ ଯିହୋଶୂୟଙ୍କ ନିକଟକୁ ସାହାଯ୍ୟ ନିମନ୍ତେ ଏକ ବାର୍ତ୍ତା ପଠାଇଲେ ।

ତେଣୁ ଯିହୋଶୂୟ ଇସ୍ରାଏଲୀୟ ସୈନ୍ୟବାହିନୀକୁ ଏକତ୍ର କଲେ ଗିବିୟୋନୀୟମାନଙ୍କ ନିକଟକୁ ପହଞ୍ଚିବା ପାଇଁ ସାରା ରାତ୍ରି ଯାତ୍ରା କଲେ ।ଭୋର ସକାଳରେ ସେମାନେ ଅମୋରୀୟ ସୈନ୍ୟବାହିନୀକୁ ଆଶ୍ଚର୍ଯ୍ୟଚକିତ କରି ସେମାନଙ୍କୁ ଆକ୍ରମଣ କଲେ ।

ଈଶ୍ଵର ସେହି ଦିନ ଇାସ୍ରାଏଲୀୟମାନଙ୍କ ପକ୍ଷରୁ ଯୁଦ୍ଧ କଲେ ।ସେ ଅମୋରୀୟ ସୈନ୍ୟବାହିନୀକୁ ଦ୍ଵନ୍ଦରେ ପକାଇଦେଲେ ଓ କୁଆପଥର ପଠାଇଲେ ଯାହା ଅନେକ ଅମୋରୀୟଙ୍କ ଜୀବନ ନେଇଥିଲା ।

ଈଶ୍ଵର ଆକାଶରେ ସୂର୍ଯ୍ୟକୁ ଗୋଟିଏ ସ୍ଥାନରେ ଅଟକାଇ ରଖିଲେ ଯେପରିକି ଇସ୍ରାଏଲ୍ ଯଥେଷ୍ଟ ସମୟରେ ଅମୋରୀୟମାନଙ୍କୁ ସମ୍ପୂର୍ଣ୍ଣ ଭାବେ ପରାସ୍ତ କରିବେ ।ସେହି ଦିନ ଈଶ୍ଵର ଇସ୍ରାଏଲ ନିମନ୍ତେ ଏକ ବୃହତ୍ ବିଜୟ ପାଇଲେ ।

ଈଶ୍ଵର ଏହି ସମସ୍ତ ସୈନ୍ୟବାହିନୀକୁ ପରାସ୍ତ କଲାପରେ, ଆହୁରି ଅନେକ କିଣାନୀୟ ଲୋକଦଳ ଇସ୍ରାଏଲୀୟମାନଙ୍କୁ ଆକ୍ରମଣ କରିବା ନିମନ୍ତେ ଏକତ୍ର ହେଲେ ।ଯିହୋଶୂୟ ଓ ଇସ୍ରାଏଲୀୟମାନେ ସେମାନଙ୍କୁ ଆକ୍ରମଣ କଲେ ଏବଂ ବିନଷ୍ଟ କଲେ ।

ଏହି ଯୁଦ୍ଧ ପରେ, ଈଶ୍ଵର ଇସ୍ରାଏଲର ପ୍ରତ୍ୟେକ ଗୋଷ୍ଠୀକୁ ପ୍ରତିଜ୍ଞାତ ଦେଶର ନିଜ ନିଜ ଭାଗ ଅନୁସାରେ ପ୍ରଦାନ କଲେ ।ଏହାପରେ ଈଶ୍ଵର ଇସ୍ରାଏଲର ସୀମାରେ ଥିବା ସମସ୍ତ ଦେଶ ସହ ଶାନ୍ତି ପ୍ରଦାନ କଲେ ।

ଯିହୋଶୂୟ ଯେତେବେଳେ ବୃଦ୍ଧ ହେଲେ, ସେ ଇସ୍ରାଏଲର ସମସ୍ତ ଲୋକଙ୍କୁ ଏକାଠି କରି ଡାକିଲେ ।ତା’ପରେ ଈଶ୍ଵର ଇଶ୍ରାୟେଲୀୟମାନଙ୍କ ସହ ସୀନୟ ପର୍ବତରେ ଯେଉଁ ନିୟମ କରିଥିଲେ ସେହି ନିୟମ ପ୍ରତି ଲୋକମାନଙ୍କର ପ୍ରତିବଦ୍ଧତା ବିଷୟରେ ସେମାନଙ୍କୁ ସ୍ମରଣ କରାଇଲେ ।ଲୋକମାନେ ଈଶ୍ଵରଙ୍କ ପ୍ରତି ବିଶ୍ବସ୍ତ ରହିବାକୁ ଓ ତାହାଙ୍କ ନିୟମସବୁ ପାଳନ କରିବାକୁ ପ୍ରତିଜ୍ଞା କଲେ ।

Informacione të lidhura

Fjalët e Jetës - Mesazhe audio të ungjillit në mijëra gjuhë që përmbajnë mesazhe të bazuara në Bibël rreth shpëtimit dhe jetesës së krishterë.

Copyright and Licensing - GRN shares its audio, video and written scripts under Creative Commons

Choosing the audio or video format to download - What audio and video file formats are available from GRN, and which one is best to use?