Selectați o limbă

mic

Acțiune

Imparte link-ul

QR code for https://globalrecordings.net/script/8747

unfoldingWord 49 - ମରିୟମ ନାମକ ଜଣେ କୁମାରୀଙ୍କୁ ଜଣେ ଦୂତ କହିଲେ ଯେ ସେ ଈଶ୍ଵରଙ୍କ ପୁତ୍ରଙ୍କୁ ଜନ୍ମ ଦେବେ ।

unfoldingWord 49 - ମରିୟମ ନାମକ ଜଣେ କୁମାରୀଙ୍କୁ ଜଣେ ଦୂତ କହିଲେ ଯେ ସେ ଈଶ୍ଵରଙ୍କ ପୁତ୍ରଙ୍କୁ ଜନ୍ମ ଦେବେ ।

Contur: Genesis 3; Matthew 13-14; Mark 10:17-31; Luke 2; 10:25-37; 15; John 3:16; Romans 3:21-26, 5:1-11; 2 Corinthians 5:17-21; Colossians 1:13-14; 1 John 1:5-10

Numărul scriptului: 1249

Limba: Odia / Oriya

Public: General

Scop: Evangelism; Teaching

Features: Bible Stories; Paraphrase Scripture

Stare: Approved

Scripturile sunt linii directoare de bază pentru traducerea și înregistrarea în alte limbi. Acestea ar trebui adaptate după cum este necesar pentru a le face ușor de înțeles și relevante pentru fiecare cultură și limbă diferită. Unii termeni și concepte utilizate pot necesita mai multe explicații sau chiar pot fi înlocuite sau omise complet.

Textul scenariului

ତେଣୁ ଯେତେବେଳେ ସେ କୁମାରୀ ଥିଲା, ପବିତ୍ର ଆତ୍ମା ତାଙ୍କୁ ଆବୋରିଲା ଓ ସେ ଗର୍ଭବତୀ ହେଲା.ତେଣୁ ସେ ଏକ ପୁତ୍ର ପ୍ରସବ କଲେ ଏବଂ ତାଙ୍କ ନାମ ଯୀଶୁଦେଲେ ।ଅତଏବ, ଯୀଶୁ ହେଉଛନ୍ତି ଉଭୟ ଈଶ୍ଵର ଓ ମନୁଷ୍ୟ ।

ଯୀଶୁ ଅନେକ ଆଶ୍ଚର୍ଯ୍ୟକାର୍ଯ୍ୟ କଲେ ଯାହା ସେ ଈଶ୍ଵରଙ୍କ ପୁତ୍ର ବୋଲି ପ୍ରମାଣିତ ହୁଏ ।ସେ ଜଳ ଉପରେ ଚାଲିଲେ, ଝଡକୁ ଶାନ୍ତ କଲେ, ଅନେକ ଅସୁସ୍ଥ ବ୍ୟକ୍ତିଙ୍କୁ ସୁସ୍ଥ କଲେ, ଭୂତମାନଙ୍କୁ ବିତାଡିତ କଲେ, ମୃତମାନଙ୍କୁ ଜୀବନଦାନ କଲେ ଏବଂ ୫୦୦୦ ରୁ ଅଧିକ ବ୍ୟକ୍ତିଙ୍କୁ ପାଞ୍ଚଟି ରୋଟୀ ଓ ଦୁଇଟି ମାଛରେ ଖୁଆଇଲେ ।

ଯୀଶୁ ଜଣେ ମହାନ୍ ଶିକ୍ଷକ ମଧ୍ୟ ଥିଲେ, ଏବଂ ସେ ଅଧିକାର ସହିତ କଥା କହୁଥିଲେ କାରଣ ସେ ଈଶ୍ଵରଙ୍କ ପୁତ୍ର ଥିଲେ । ସେ ଶିକ୍ଷା ଦେଇଥିଲେ ଯେ ଯେପରି ତୁମ୍ଭେ ଆପଣାକୁ ପ୍ରେମ କର ସେପରି ଅନ୍ୟମାନଙ୍କୁ ମଧ୍ୟ ପ୍ରେମ କରିବା ଆବଶ୍ୟକ ।

ସେ ଆହୁରି ମଧ୍ୟ ଶିକ୍ଷା ଦେଲେ ଯେ ତୁମ୍ଭେ ଯେକୌଣସି ବିଷୟକୁ ଅବା ତୁମ୍ଭର ଧନ ସମ୍ପଦକୁ ପ୍ରେମ କରିବା ଅପେକ୍ଷା ଈଶ୍ଵରଙ୍କୁ ଅଧିକ ପ୍ରେମ କରିବାକୁ ହେବ, ।

ଯୀଶୁ କହିଲେ ଯେ ଜଗତରେ ଥିବା ଯେକୌଣସି ମୂଲ୍ୟବାନ୍ ବିଷୟ ଅପେକ୍ଷା ଈଶ୍ଵରଙ୍କ ରାଜ୍ୟ ଅଧିକ ଅଧିକ ମୂଲ୍ୟବାନ୍ ଅଟେ ।ଯେକୌଣସି ବ୍ୟକ୍ତି ନିମନ୍ତେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେ ସେ ଈଶ୍ଵରଙ୍କ ରାଜ୍ୟର ଅନ୍ତର୍ଭୁକ୍ତ ହେବା ।ଈଶ୍ଵରଙ୍କ ରାଜ୍ୟରେ ପ୍ରବେଶ କରିବା ନିମନ୍ତେ, ଆପଣ ନିହାତି ଆପଣଙ୍କ ପାପରୁ ଉଦ୍ଧାର ପାଇବାକୁ ପଡିବ ।

ଯୀଶୁ କହିଲେ ,କିଛି ଲୋକ ତାଙ୍କୁ ଗ୍ରହଣ କରି ଉଦ୍ଧାରପ୍ରାପ୍ତ ହେବେ, କିନ୍ତୁ ଅନ୍ୟମାନେ ଗ୍ରହଣ କରିବେ ନାହିଁ ।ସେ କହିଲେ ଯେ କିଛି ଲୋକ ଉତ୍ତମ ଭୂମି ସଦୃଶ ।ସେମାନେ ଯୀଶୁଙ୍କ ଶୁଭସମ୍ବାଦ ଶୁଣି ଉଦ୍ଧାର ପାଆନ୍ତି ।ଅନ୍ୟମାନେ ରାସ୍ତା ନିକଟରେ ଥିବା କଠିନ ପଥୁରିଆ ଭୂମି ସଦୃଶ, ଯେଉଁଠି ଈଶ୍ଵରଙ୍କ ବାକ୍ୟର ବୀଜ ପ୍ରବେଶ କରିପାରେ ନାହିଁ ଏବଂ ଅମଳ ନିମନ୍ତେ ଶଷ୍ୟ ଉତ୍ପନ୍ନ ହୁଏ ନାହିଁ ।ଯେଉଁ ଲୋକମାନେ ଯୀଶୁଙ୍କ ଶୁଭସମ୍ବାଦକୁ ଅଗ୍ରାହ୍ୟ କରନ୍ତି ସେମାନେ ତାହାଙ୍କ ରାଜ୍ୟରେ ପ୍ରବେଶ କରିବେ ନାହିଁ ।

ଯୀଶୁ ଶିକ୍ଷା ଦେଇଥିଲେ ଯେ ଈଶ୍ଵର ପାପୀମାନଙ୍କୁ ଅଧିକ ଭଲ ପାଆନ୍ତି ।ସେ ସେମାନଙ୍କୁ କ୍ଷମା କରି ତାହାଙ୍କ ସନ୍ତାନ କରିବାକୁ ଚାହାନ୍ତି ।

ଯୀଶୁ ଆମ୍ଭମାନଙ୍କୁ ଆହୁରି ମଧ୍ୟ କହିଲେ,ଯେ ଈଶ୍ଵର ପାପକୁ ଘୃଣା କରନ୍ତି ।ଯେତେବେଳେ ଆଦମ ଓ ହବା ପାପ କଲେ, ତାହା ସେମାନଙ୍କ ସମସ୍ତ ବଂଶଧରକୁ ପ୍ରଭାବିତ କଲା ।ଏହାର ଫଳସ୍ବରୂପ, ଜଗତରେ ଥିବା ପ୍ରତ୍ୟେକେ ପାପ କରନ୍ତି ଓ ଈଶ୍ଵରଙ୍କଠାରୁ ପୃଥକୀକୃତ ହୁଅନ୍ତି ।ଅତଏବ, ସମସ୍ତେ ଈଶ୍ଵରଙ୍କର ଶତ୍ରୁ ହୋଇଅଛନ୍ତି ।

କିନ୍ତୁ ଈଶ୍ଵର ଜଗତରେ ଥିବା ସମସ୍ତଙ୍କୁ ଏପରି ପ୍ରେମ କଲେ ଯେ ସେ ଆପଣା ଏକମାତ୍ର ପୁତ୍ରଙ୍କୁ ଦେଲେ ଯେପରିକି ଯେକେହି ତାହାଙ୍କଠାରେ ବିଶ୍ଵାସ କରେ, ସେ ତା’ ପାପର ଦଣ୍ଡ ନ ପାଇ ଈଶ୍ଵରଙ୍କ ସହ ଚିରଦିନ ବାସ କରିବ ।

ଆପଣଙ୍କ ପାପ ଯୋଗୁଁ, ଆପଣ ଦୋଷୀ ଓ ମରିବାର ଯୋଗ୍ୟ ।ଈଶ୍ଵର ଆପଣଙ୍କ ଉପରେ କ୍ରୋଧ କରିବା କଥା, କିନ୍ତୁ ସେ ଆପଣଙ୍କ ଉପରେ ସେହି କ୍ରୋଧ ନ ଢାଳି ଯୀଶୁଙ୍କ ଉପରେ ଆପଣାର କ୍ରୋଧ ଢାଳି ଦେଲେ ।ଯୀଶୁ ଯେତେବେଳେ କ୍ରୁଶରେ ମୃତ୍ୟୁଭୋଗ କଲେ, ସେତେବେଳେ ସେ ଆପଣଙ୍କ ଦଣ୍ଡ ପାଇଲେ।

ଯୀଶୁ କେବେ ପାପ କରିନାହାନ୍ତି, କିନ୍ତୁ ଆପଣଙ୍କର ଓ ଜଗତରେ ଥିବା ସମସ୍ତଙ୍କର ପାପଭାର ବୋହିନେଇଯିବା ନିମନ୍ତେ ଏକ ସିଦ୍ଧ ବଳିଦାନ ଭାବରେ ଦଣ୍ଡପ୍ରାପ୍ତ ହେବାକୁ ଉଚିତ ମଣିଲେ ।ଯେହେତୁ ଯୀଶୁ ନିଜକୁ ନିଜେ ବଳିକୃତ କଲେ, ସେଥିପାଇଁ ଈଶ୍ଵର ଯେକୌଣସି ପାପ, ଏପରିକି ସବୁଠାରୁ ଭୟଙ୍କର ପାପ ମଧ୍ୟ କ୍ଷମା କରିପାରିବେ ।

ଉତ୍ତମ କାର୍ଯ୍ୟ ଆପଣଙ୍କୁ ଉଦ୍ଧାର କରିପାରିବ ନାହିଁ ।ଈଶ୍ଵରଙ୍କ ସହ ସମ୍ପର୍କ ରଖିବା ନିମନ୍ତେ ଏପରି କୌଣସି ବିଷୟ ନାହିଁ ।କେବଳ ଯୀଶୁ ହିଁ ଆପଣଙ୍କର ପାପକୁ ଧୋଇ ପାରିବେ ।ଯୀଶୁ ଯେ ଈଶ୍ଵରଙ୍କର ପୁତ୍ର ଓ ଆପଣଙ୍କ ବଦଳରେ ଯୀଶୁ ଯେ କ୍ରୁଶରେ ମୃତ୍ୟୁଭୋଗ କଲେ ଏବଂ ଈଶ୍ଵର ଯେ ତାଙ୍କୁ ମୃତ୍ୟୁରୁ ଉଠାଇ ଜୀବିତ କଲେ ଏହି କଥାକୁ ଆପଣ ନିହାତି ବିଶ୍ଵାସ କରିବାକୁ ହେବ ।

ଯେକୌଣସି ବ୍ୟକ୍ତି ଯୀଶୁଙ୍କଠାରେ ବିଶ୍ଵାସ କରେ ଓ ଆପଣା ପ୍ରଭୁ ଭାବରେ ତାଙ୍କୁ ଗ୍ରହଣ କରେ, ଈଶ୍ଵର ସେହି ପ୍ରତ୍ୟେକଙ୍କୁ ଉଦ୍ଧାର କରିବେ ।କିନ୍ତୁ ତାଙ୍କଠାରେ ଯେ ବିଶ୍ଵାସ କରେ ନାହିଁ ସେ ତାହାକୁ ଉଦ୍ଧାର କରିବେ ନାହିଁ ।ଆପଣ ଧନୀ କିମ୍ବା ଦରିଦ୍ର, ପୁରୁଷ କିମ୍ବା ସ୍ତ୍ରୀ, ବୃଦ୍ଧ କିମ୍ବା ଯୁବକ ଏବଂ କେଉଁଠାରେ ରୁହନ୍ତି ସେଥିରେ କିଛି ପ୍ରଭାବ ପଡେ ନାହିଁ ।ଈଶ୍ଵର ଆପଣଙ୍କୁ ପ୍ରେମ କରନ୍ତି ଏବଂ ଆପଣ ଯେପରି ଯୀଶୁଙ୍କଠାରେ ବିଶ୍ଵାସ କରିବେ ତାହା ଚାହାଁନ୍ତି ଯେପରିକି ତାଙ୍କ ସହିତ ଆପଣଙ୍କର ଘନିଷ୍ଠ ସମ୍ପର୍କ ରହିବ ।

ଯୀଶୁ ଆପଣଙ୍କୁ ତାଙ୍କଠାରେ ବିଶ୍ଵାସ କରିବାକୁ ଓ ବାପ୍ତିଜିତ ହେବାକୁ ନିମନ୍ତ୍ରଣ କରନ୍ତି ।ଯୀଶୁ ଯେ ଖ୍ରୀଷ୍ଟ ଓ ଈଶ୍ଵରଙ୍କ ଏକମାତ୍ର ପୁତ୍ର ତାହା କ’ଣ ଆପଣ ବିଶ୍ଵାସ କରନ୍ତି?ଆପଣ କ’ଣ ବିଶ୍ଵାସ କରନ୍ତି କି ଯେ ଆପଣ ଜଣେ ପାପୀ ଅଟନ୍ତି ଓ ଈଶ୍ଵରଙ୍କଠାରୁ ଆପଣ ଦଣ୍ଡ ପାଇବାର ଯୋଗ୍ୟ? ଆପଣ କ’ଣ ବିଶ୍ଵାସ କରନ୍ତି ଯେ ଆପଣଙ୍କ ପାପ ବୋହି ନେଇଯିବା ନିମନ୍ତେ ଯୀଶୁ କ୍ରୁଶ ଉପରେ ମୃତ୍ୟୁବରଣ କଲେ ?

ଯୀଶୁ ଆପଣଙ୍କ ପ୍ରତି ଯାହା କରିଛନ୍ତି ଯଦି ସେଥିରେ ଆପଣ ବିଶ୍ଵାସ କରନ୍ତି, ଆପଣ ଜଣେ ଖ୍ରୀଷ୍ଟିୟାନ ଅଟନ୍ତି!ଈଶ୍ଵର ଆପଣଙ୍କୁ ଶୟତାନର ଅନ୍ଧକାର ରାଜ୍ୟରୁ ବାହାର କରିଅଛନ୍ତି ଏବଂ ଈଶ୍ଵରଙ୍କ ରାଜ୍ୟର ଜ୍ୟୋତିଃରେ ସ୍ଥାପନ କରିଅଛନ୍ତି ।ଈଶ୍ଵର ଆପଣ ପୂର୍ବ ପାପମୟ କାର୍ଯ୍ୟର ପଥସବୁ ନେଇଯାଇଅଛନ୍ତି ଏବଂ ସେ ଆପଣଙ୍କୁ ନୂତନ ଏବଂ ଧାର୍ମିକତାର କାର୍ଯ୍ୟର ପଥ ପ୍ରଦାନ କରିଅଛନ୍ତି ।

ଯଦି ଆପଣ ଜଣେ ଖ୍ରୀଷ୍ଟିୟାନ ଅଟନ୍ତି, ତେବେ ଯୀଶୁ ଯାହା କରିଅଛନ୍ତି ସେଥିଯୋଗୁଁ ଈଶ୍ଵର ଆପଣଙ୍କ ପାପସବୁ କ୍ଷମା କରିଅଛନ୍ତି ।ବର୍ତ୍ତମାନ, ଆପଣ ଈଶ୍ଵରଙ୍କର ଜଣେ ଶତ୍ରୁ ନ ହୋଇ ବରଂ ତାଙ୍କର ଜଣେ ଘନିଷ୍ଠ ବନ୍ଧୁ ହେବା ପାଇଁ ଈଶ୍ଵର ଚିନ୍ତା କରନ୍ତି ।

ଯଦି ଆପଣ ଈଶ୍ଵରଙ୍କର ଜଣେ ବନ୍ଧୁ ଓ ପ୍ରଭୁ ଯୀଶୁଙ୍କ ଜଣେ ସେବକ, ତେବେ ଯୀଶୁ ଯାହା ଶିକ୍ଷା ଦିଅନ୍ତି ତାହା ପାଳନ କରିବା ନିମନ୍ତେ ଆପଣ ଚାହିଁବେ ।ଯଦିଓ ଆପଣ ଜଣେ ଖ୍ରୀଷ୍ଟିୟାନ ଅଟନ୍ତି, ତଥାପି ଆପଣ ପାପ କରିବା ନିମନ୍ତେ ପ୍ରଲୋଭିତ ହେବେ ।କିନ୍ତୁ ଈଶ୍ଵର ବିଶ୍ଵସ୍ତ ଅଟନ୍ତି ଏବଂ ସେ କୁହନ୍ତି ଯେ ଯଦି ଆପଣ ଆପଣଙ୍କର ପାପସବୁ ସ୍ଵୀକାର କରିବେ, ସେ ଆପଣଙ୍କୁ କ୍ଷମା ଦେବେ ।ପାପ ବିରୁଦ୍ଧରେ ଯୁଦ୍ଧ କରିବା ନିମନ୍ତେ ସେ ଆପଣଙ୍କୁ ବଳ ଯୋଗାଇବେ ।

ଆପଣ ଯେପରି ପ୍ରାର୍ଥନା କରିବେ, ତାହାଙ୍କ ବାକ୍ୟ ଅଧ୍ୟୟନ କରିବେ, ଅନ୍ୟ ଖ୍ରୀଷ୍ଟିୟାନମାନଙ୍କ ସହ ତାଙ୍କର ଉପାସନା କରିବେ ଏବଂ ସେ ଆପଣଙ୍କ ପ୍ରତି ଯାହା ଯାହା କରିଅଛନ୍ତି ତାହା ଅନ୍ୟମାନଙ୍କୁ କହିବେ, ଏହା ଈଶ୍ଵର ଆପଣଙ୍କୁ କୁହନ୍ତି ।ଏହି ସମସ୍ତ ଆପଣଙ୍କୁ ତାଙ୍କ ସହ ଏକ ଗଭୀର ସମ୍ପର୍କ ସ୍ଥାପନ କରିବା ନିମନ୍ତେ ସାହାଯ୍ୟ କରିବ ।

Informații conexe

Cuvinte de viață - Mesaje audio ale evangheliei în mii de limbi, conținând mesaje bazate pe Biblie despre mântuire și viața creștină.

Copyright and Licensing - GRN shares its audio, video and written scripts under Creative Commons

Choosing the audio or video format to download - What audio and video file formats are available from GRN, and which one is best to use?