unfoldingWord 39 - ଯୀଶୁଙ୍କର ବିଚାର କରାଯାଏ
Contur: Matthew 26:57-27:26; Mark 14:53-15:15; Luke 22:54-23:25; John 18:12-19:16
Numărul scriptului: 1239
Limba: Odia / Oriya
Public: General
Scop: Evangelism; Teaching
Features: Bible Stories; Paraphrase Scripture
Stare: Approved
Scripturile sunt linii directoare de bază pentru traducerea și înregistrarea în alte limbi. Acestea ar trebui adaptate după cum este necesar pentru a le face ușor de înțeles și relevante pentru fiecare cultură și limbă diferită. Unii termeni și concepte utilizate pot necesita mai multe explicații sau chiar pot fi înlocuite sau omise complet.
Textul scenariului
ସେତେବେଳେ ମଧ୍ୟରାତ୍ରି ଥିଲା ।ମହାଯାଜକ ଯେପରି ଯୀଶୁଙ୍କୁ ପ୍ରଶ୍ନ ପଚାରିବେ ସେଥିପାଇଁ ସୈନ୍ୟମାନେ ତାଙ୍କୁ ମହାଯାଜକଙ୍କର ଗୃହକୁ ନେଇଗଲେ ।ପିତର ଦୂରରୁ ରହି ସେମାନଙ୍କ ପଛେ ପଛେ ଯାଉଥିଲେ ।ଯୀଶୁଙ୍କୁ ଯେତେବେଳେ ସେହି ଗୃହକୁ ନିଆଗଲା, ପିତର ବାହାରେ ରହି ନିଆଁ ତାପୁ ଥିଲେ ।
ଗୃହ ମଧ୍ୟରେ, ଯିହୂଦୀ ନେତାମାନେ ଯୀଶୁଙ୍କର ବିଚାର କଲେ ।ସେମାନେ ଅନେକ ମିଥ୍ୟାସାକ୍ଷୀମାନଙ୍କୁ ଯୋଗାଇଲେ ଯେଉଁମାନେ ତାଙ୍କ ବିରୁଦ୍ଧରେ ମିଥ୍ୟା କହିବେ ।କିନ୍ତୁ, ସେମାନଙ୍କ ଚର୍ଚ୍ଚା ସବୁ ପରସ୍ପର ମଧ୍ୟରେ ଖାପ ଖାଉ ନଥିଲା, ତେଣୁ ଯିହୂଦୀ ନେତାମାନେ ପ୍ରମାଣ କରିପାରିଲେ ନାହିଁ ଯେ ସେ କିଛି ଭୁଲ୍ କରିଛନ୍ତି ।ଯୀଶୁ କିଛି କହିଲେ ନାହିଁ ।
ପରିଶେଷରେ, ମହାଯାଜକ ଯୀଶୁଙ୍କ ପ୍ରତି ସିଧାସଳଖ ଦେଖି ତାହାଙ୍କୁ ପଚାରିଲେ “ଆମ୍ଭମାନଙ୍କୁ କୁହ, ତୁମ୍ଭେ କି ଜୀବନ୍ତ ଈଶ୍ଵରଙ୍କ ପୁତ୍ର ଖ୍ରୀଷ୍ଟ?”
ଯୀଶୁ କହିଲେ “ମୁଁ ସେହି, ଏବଂ ଆପଣମାନେ ମୋତେ ଈଶ୍ଵରଙ୍କ ସିଂହାସନରେ ବସିବା ଏବଂ ସ୍ଵର୍ଗରୁ ଅବତରଣ ହେବାର ଦେଖିବେ ।”ପ୍ରଧାନ ଯାଜକ କ୍ରୋଧରେ ନିଜ ବସ୍ତ୍ର ଚିରି ଅନ୍ୟ ଧର୍ମ ନେତାମାନଙ୍କୁ ଚିତ୍କାର କରି କହିଲେ “ଆମ୍ଭମାନଙ୍କର ଆଉ ସାକ୍ଷୀ ଦରକାର ନାହିଁ!ତୁମ୍ଭେମାନେ ଶୁଣିଲ ଯେ ସେ ଈଶ୍ଵରଙ୍କ ପୁତ୍ର ବୋଲି କହୁଅଛି ।ତୁମ୍ଭମାନଙ୍କର ବିଚାର କ’ଣ?”
ଯିହୂଦୀ ନେତାମାନେ ମହଯାଜକଙ୍କୁ ଉତ୍ତର ଦେଲେ “ସେ ମୃତ୍ୟୁଦଣ୍ଡ ପାଇବାର ଯୋଗ୍ୟ”ତା’ପରେ ସେମାନେ ଯୀଶୁଙ୍କ ଆଖିରେ କନା ବାନ୍ଧିଦେଲେ, ତାଙ୍କୁ ମାରିଲେ, ତାଙ୍କ ଉପରେ ଛେପ ପକାଇଲେ ଏବଂ ତାହାଙ୍କୁ ପରିହାସ କଲେ ।
ପିତର ଗୃହର ବାହାରେ ଅପେକ୍ଷା କରିଥିବା ସମୟରେ, ଜଣେ ଦାସୀ ବାଳିକା ତାହାଙ୍କୁ ଦେଖି କହିଲା “ତୁମ୍ଭେ ମଧ୍ୟ ଯୀଶୁଙ୍କ ସହିତ ଥିଲ!”ପିତର ଏ ବିଷୟକୁ ଅସ୍ଵୀକାର କଲା ।ପରବର୍ତ୍ତୀ ସମୟରେ, ଆଉ ଜଣେ ବାଳିକା ସେହି ଗୋଟିଏ ବିଷୟ କହିଲେ, କିନ୍ତୁ ପିତର ଏହା ମଧ୍ୟ ଅସ୍ଵୀକାର କଲେ ।ପରିଶେଷରେ, ଲୋକମାନେ କହିଲେ, “ଆମ୍ଭେମାନେ ଜାଣୁ ଯେ ତୁମ୍ଭେ ଯୀଶୁଙ୍କ ସହ ଥିଲ କାରଣ ତୁମ୍ଭେ ଉଭୟେ ଗାଲିଲୀରୁ ଆସିଅଛ ।”
ତା’ପରେ ପିତର ଶପଥ କଲେ, କହିଲେ “ଈଶ୍ଵର ମୋତେ ଅଭିଶାପ ଦିଅନ୍ତୁ ଯଦି ମୁଁ ଏହି ଲୋକକୁ ଜାଣିଥାଏ!”ସଙ୍ଗେ ସଙ୍ଗେ ଏକ କୁକୁଡା ରାବିଲା, ଏବଂ ଯୀଶୁ ବୁଲିପଡି ପିତରଙ୍କୁ ଚାହିଁଲେ ।
ପିତର ଚାଲିଗଲେ ଓ ଅତ୍ୟନ୍ତ ଖେଦର ସହ କାନ୍ଦିଲେ ।ଇତିମଧ୍ୟରେ, ବିଶ୍ବାସଘାତକ ଯିହୂଦା ଦେଖିଲେ ଯେ ଯିହୂଦୀ ନେତାମାନେ ଯୀଶୁଙ୍କୁ ମୃତ୍ୟୁଦଣ୍ଡ ପାଇଁ ଦୋଷୀ କରିଅଛନ୍ତି ।ଯିହୂଦା ଅତ୍ୟନ୍ତ ଦୁଃଖିତ ହେଲା ଏବଂ ଚାଲିଯାଇ ନିଜକୁ ହତ୍ୟା କଲା ।
ପରବର୍ତ୍ତୀ ଦିନ ଭୋର ସକାଳରେ, ଯିହୂଦୀ ନେତାମାନେ ଯୀଶୁଙ୍କୁ ପିଲାତଙ୍କ ନିକଟକୁ ଆଣିଲେ ଯିଏ ରୋମୀୟ ଶାସକ ଥିଲେ ।ସେମାନେ ଆଶା କଲେ ଯେ ପିଲାତ ଯୀଶୁଙ୍କୁ ଦୋଷୀ ସାବ୍ୟସ୍ତ କରି ହତ ହେବା ନିମନ୍ତେ ବିଚାର କରିବେ ।ପିଲାତ ଯୀଶୁଙ୍କୁ ପଚାରିଲେ “ତୁମେ କ’ଣ ଯିହୂଦୀମାନଙ୍କର ରାଜା?”
ଯୀଶୁ ଉତ୍ତର ଦେଲେ “ଆପଣ କହୁଛନ୍ତି, କିନ୍ତୁ ମୋର ରାଜ୍ୟ ଏହି ଜଗତ ସମ୍ବନ୍ଧୀୟ ନୁହେଁ ।ଯଦି ଏପରି ହୋଇଥାଆନ୍ତା, ମୋ ଦାସମାନେ ମୋ ନିମନ୍ତେ ଯୁଦ୍ଧ କରିଥାନ୍ତେ ।ଈଶ୍ଵରଙ୍କ ବିଷୟରେ ସତ୍ୟ କଥା କହିବାକୁ ମୁଁ ପୃଥିବୀକୁ ଆସିଅଛି ।ଯେକୌଣସି ବ୍ୟକ୍ତି ସତ୍ୟକୁ ପ୍ରେମ କରେ ସେ ମୋ କଥା ଶୁଣେ ।”ପିଲାତ କହିଲେ “ସତ୍ୟ କ’ଣ?”
ପିଲାତ ଯୀଶୁଙ୍କ ସହ କଥା କହି ସାରିଲା ପରେ, ଜନଗହଳି ନିକଟକୁ ଯାଇ କହିଲେ “ଏହି ଲୋକଠାରେ ଆମ୍ଭେ କୌଣସି ଦୋଷ ପାଉନାହୁଁ ।”କିନ୍ତୁ ଯିହୂଦୀ ନେତାମାନେ ଓ ଜନସମାଗମ ଚିତ୍କାର କରି କହିଲେ “ତାହାଙ୍କୁ କ୍ରୁଶବିଦ୍ଧ କର!”ପିଲାତ ଉତ୍ତର ଦେଲେ “ସେ ଦୋଷୀ ନୁହେଁ ।”କିନ୍ତୁ ସେମାନେ ଅଧିକ ଚିତ୍କାର କରିବାକୁ ଲାଗିଲେ ।ତା’ପରେ ପିଲାତ ତୃତୀୟ ଥର କହିଲେ “ସେ ଦୋଷୀ ନୁହେଁ!”
ପିଲାତ ଭୟଭୀତ ହୋଇଯାଇଥିଲେ ଯେ କାଳେ ଲୋକସମୁହ ଦଙ୍ଗା କରିବା ଆରମ୍ଭ କରିବେ, ତେଣୁ ଯୀଶୁଙ୍କୁ କ୍ରୁଶବିଦ୍ଧ କରିବା ନିମନ୍ତେ ସେ ତାଙ୍କ ସୈନ୍ୟମାନଙ୍କୁ ଆଦେଶ ଦେଲେ ।ରୋମୀୟ ସୈନ୍ୟମାନେ ଯୀଶୁଙ୍କୁ କୋରଡା ପ୍ରହାର କଲେ ଏବଂ ଏକ ରାଜକୀୟ ବସ୍ତ୍ର ଓ ମସ୍ତକରେ କଣ୍ଟାର ମୁକୁଟ ପିନ୍ଧାଇଲେ ।ତା’ପରେ ସେମାନେ ତାଙ୍କୁ “ଯିହୂଦୀମାନଙ୍କର ରାଜାଙ୍କୁ ଦେଖ !” କହି ପରିହାସ କଲେ ।