Selectați o limbă

mic

unfoldingWord 22 - ବାପ୍ତିଜକ ଯୋହନ ଜନ୍ମ

unfoldingWord 22 - ବାପ୍ତିଜକ ଯୋହନ ଜନ୍ମ

Contur: Luke 1

Numărul scriptului: 1222

Limba: Odia / Oriya

Public: General

Scop: Evangelism; Teaching

Features: Bible Stories; Paraphrase Scripture

Stare: Approved

Scripturile sunt linii directoare de bază pentru traducerea și înregistrarea în alte limbi. Acestea ar trebui adaptate după cum este necesar pentru a le face ușor de înțeles și relevante pentru fiecare cultură și limbă diferită. Unii termeni și concepte utilizate pot necesita mai multe explicații sau chiar pot fi înlocuite sau omise complet.

Textul scenariului

ପୂର୍ବରେ, ଈଶ୍ଵର ତାହାଙ୍କ ଲୋକମାନଙ୍କୁ ତାହାଙ୍କ ଦୂତଗଣ ଏବଂ ଭାବବାଦୀମାନଙ୍କ ଦ୍ଵାରା କଥା କହିଥିଲେ ।କିନ୍ତୁ 400 ବର୍ଷ ବିତିଗଲା କିନ୍ତୁ ଏ ପର୍ଯ୍ୟନ୍ତ ସେ ସେମାନଙ୍କୁ କଥା କହିଲେ ନାହିଁ ।ହଠାତ୍ ଜଣେ ଦୂତ ଈଶ୍ଵରଙ୍କଠାରୁ ଏକ ବାର୍ତ୍ତା ନେଇ ଯିଖରିୟ ନାମକ ଏକ ବୃଦ୍ଧ ଯାଜକଙ୍କ ନିକଟକୁ ଆସିଲେ ।ଯିଖରିୟ ଏବଂ ତାଙ୍କ ସ୍ତ୍ରୀ ଇଲିଶାବେଥ ଈଶ୍ଵର ପରାୟଣ ଲୋକ ଥିଲେ, କିନ୍ତୁ ସେ ସନ୍ତାନ ଜନ୍ମ କରିବା ନିମନ୍ତେ ଅକ୍ଷମ ଥିଲେ ।

ଦୂତ ଯିଖରିୟଙ୍କୁ କହିଲେ “ତୁମ ସ୍ତ୍ରୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେବ ।ତୁମେ ତାହାଙ୍କୁ ଯୋହନ ବୋଲି ନାମ ଦେବ ।ସେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେବେ ଏବଂ ଖ୍ରୀଷ୍ଟଙ୍କ ନିମନ୍ତେ ଲୋକମାନଙ୍କୁ ପ୍ରସ୍ତୁତ କରିବେ ।ଯିଖରିୟ ଉତ୍ତର ଦେଲେ “ମୁଁ ଏବଂ ମୋ ସ୍ତ୍ରୀ ଯେ ସନ୍ତାନ ଜନ୍ମ କରିବା ନିମନ୍ତେ ଅତି ବୃଦ୍ଧ ଅଟୁ!ଏହା ଘଟିବ ବୋଲି ମୁଁ କିପରି ଜାଣିବି?”

ଦୂତ ଯିଖରିୟଙ୍କୁ ଉତ୍ତର ଦେଲେ “ଏହି ଶୁଭସମ୍ବାଦ ତୁମକୁ ଦେବା ନିମନ୍ତେ ମୋତେ ଈଶ୍ଵର ପଠାଇ ଅଛନ୍ତି ।ଯେହେତୁ ତୁମେ ମୋ ଠାରେ ବିଶ୍ଵାସ କଲ ନାହିଁ ତେଣୁ ସନ୍ତାନ ଜନ୍ମ ନ ହେବା ପର୍ଯ୍ୟନ୍ତ ତୁମେ କଥା କହି ପାରିବ ନାହିଁ ।”ତତ୍‍କ୍ଷଣାତ୍ ଯିଖରିୟ କଥା କହିବାକୁ ଅକ୍ଷମ ହେଲେ ।ତା’ପରେ ସେହି ଦୂତ ତାଙ୍କୁ ଛାଡି ଚାଲିଗଲେ ।ଏହାପରେ, ଯିଖରିୟ ଗୃହକୁ ଫେରିଗଲେ ଏବଂ ତାଙ୍କ ସ୍ତ୍ରୀ ଗର୍ଭବତୀ ହେଲେ ।

ଇଲିଶାବେଥ ଯେତେବେଳେ ଛ’ ମାସର ଗର୍ଭବତୀ ଥିଲେ, ସେହି ଦୂତ ଇଲୀଶାବେଥଙ୍କ ସମ୍ପର୍କୀୟଙ୍କୁ, ପ୍ରକାଶିତ ହେଲେ ଯାହାଙ୍କ ନାମ ମରିୟମ ଥିଲା ।ସେ ଜଣେ କୁମାରୀ ଥିଲେ ଓ ଯୋଷେଫ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିବା ନିମନ୍ତେ ନିର୍ବନ୍ଧ କରାଯାଇଥିଲେ ।ଦୂତ କହିଲେ “ତୁମ୍ଭେ ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କରିବ ।ତୁମ୍ଭେ ତାଙ୍କୁ ଯୀଶୁ ନାମ ଦେବ ।ସେ ସର୍ବୋପରିସ୍ଥ ଈଶ୍ଵରଙ୍କ ପୁତ୍ର ହେବେ ଓ ଚିରକାଳ ରାଜତ୍ଵ କରିବେ ।”

ମରିୟମ ଉତ୍ତର ଦେଇ କହିଲେ “ଏହା କିପରି ସମ୍ଭବ, ଯେହେତୁ ମୁଁ ଜଣେ କୁମାରୀ ଅଟେ ?”ଦୂତ ବୁଝାଇ କହିଲେ “ପବିତ୍ରଆତ୍ମା ତୁମ୍ଭ ଉପରେ ଅବତରଣ କରିବେ, ଏବଂ ଈଶ୍ଵରଙ୍କ ଶକ୍ତି ତୁମ୍ଭକୁ ଆବୋରିବ ।ତେଣୁ ସେହି ଶିଶୁ ପବିତ୍ର ଓ ଈଶ୍ଵରଙ୍କ ପୁତ୍ର ହେବ ।”ଦୂତ ତାହାଙ୍କୁ ଯାହା କହିଥିଲେ ମରିୟମ ତାହା ବିଶ୍ଵାସ କରି ଗ୍ରହଣ କଲେ ।

ଦୂତ ମରିୟମଙ୍କୁ କହିସାରିଲା ପରେ, ସେ ଯାଇ ଇଲିଶାବେଥଙ୍କୁ ଭ୍ରମଣ କଲେ ।ଇଲିଶାବେଥ ମରିୟମଙ୍କ ନମସ୍କାର (ସମ୍ବୋଧନ) ଶୁଣିବା ମାତ୍ରେ ଇଲୀଶାବେଥଙ୍କ ଗର୍ଭରେ ଥିବା ସନ୍ତାନ ଡେଇଁ ଉଠିଲା ।ସେମାନଙ୍କ ପ୍ରତି ଈଶ୍ଵର ଯାହା କରିଥିଲେ ସେ ବିଷୟକୁ ଭାବି ସ୍ତ୍ରୀମାନେ ଏକାଠି ଆନନ୍ଦ କଲେ ।ମରିୟମ ଇଲିଶାବେଥଙ୍କୁ ସାକ୍ଷାତ କରି ତିନିମାସ ପରେ ମରିୟମ ଗୃହକୁ ଫେରିଗଲେ ।

ଇଲିଶାବେଥ ତାଙ୍କ ଶିଶୁକୁ ଜନ୍ମ ଦେଇସାରିଲା ପରେ, ଯିଖରିୟ ଓ ଇଲିଶାବେଥ, ଦୂତଙ୍କ ଆଦେଶ ଦେଇଥିବା ଅନୁଯାୟୀ ସେହି ଶିଶୁକୁ ଯୋହନ ନାମ ଦେଲେ ।ତା’ପରେ ଈଶ୍ଵର ଯିଖରିୟଙ୍କୁ କଥା କହିବା ନିମନ୍ତେ ପୁନର୍ବାର ସକ୍ଷମ କରାଇଲେ ।ଯିଖରିୟ କହିଲେ “ଈଶ୍ଵରଙ୍କ ପ୍ରଶଂସା ହେଉ, କାରଣ ସେ ଆପଣା ଲୋକମାନଙ୍କୁ ସ୍ମରଣ କରିଅଛନ୍ତି!”ମୋ ପୁତ୍ର, ତୁମ୍ଭକୁ ସର୍ବୋପରିସ୍ଥ ଈଶ୍ଵରଙ୍କର ଭାବବାଦୀ ବୋଲି ଡକାଯିବ ଯିଏ କିପରି ଭାବରେ ଲୋକମାନେ ସେମାନଙ୍କ ପାପ ନିମନ୍ତେ କ୍ଷମା ପାଇବେ ତାହା ସେ ସେମାନଙ୍କୁ କହିବ ।

Informații conexe

Cuvinte de viață - Mesaje audio ale evangheliei în mii de limbi, conținând mesaje bazate pe Biblie despre mântuire și viața creștină.

Choosing the audio or video format to download - What audio and video file formats are available from GRN, and which one is best to use?

Copyright and Licensing - GRN shares its audio, video and written scripts under Creative Commons