Wybierz język

mic

unfoldingWord 37 - ଯୀଶୁ ଲାଜାରକୁ ମୃତ୍ୟୁରୁ ଉଠାନ୍ତି

unfoldingWord 37 - ଯୀଶୁ ଲାଜାରକୁ ମୃତ୍ୟୁରୁ ଉଠାନ୍ତି

Zarys: John 11:1-46

Numer skryptu: 1237

Język: Odia / Oriya

Publiczność: General

Zamiar: Evangelism; Teaching

Features: Bible Stories; Paraphrase Scripture

Status: Approved

Skrypty to podstawowe wytyczne dotyczące tłumaczenia i nagrywania na inne języki. Powinny być dostosowane w razie potrzeby, aby były zrozumiałe i odpowiednie dla każdej kultury i języka. Niektóre użyte terminy i pojęcia mogą wymagać dodatkowego wyjaśnienia, a nawet zostać zastąpione lub całkowicie pominięte.

Tekst skryptu

ଦିନେ, ଯୀଶୁ ଏକ ବାର୍ତ୍ତା ପାଇଲେ ଯେ ଲାଜାର ଅତି ଅସୁସ୍ଥ ଅଛନ୍ତି ।ଲାଜାର ଓ ତାହାଙ୍କ ଦୁଇଜଣ ଭଉଣୀ, ମରିୟମ ଓ ମାର୍ଥା, ଯୀଶୁଙ୍କର ଅତି ଘନିଷ୍ଠ ବନ୍ଧୁ ଥିଲେ ।ଯୀଶୁ ଯେତେବେଳେ ଏହି ବାର୍ତ୍ତା ଶୁଣିଲେ, ସେ କହିଲେ “ଏହି ଅସୁସ୍ଥତା ମୃତ୍ୟୁ ଦ୍ଵ।ରା ସମାପ୍ତ ହେବ ନାହିଁ, କିନ୍ତୁ ଏହା ଈଶ୍ଵରଙ୍କ ଗୌରବ ନିମନ୍ତେ ଅଟେ ।”ଯୀଶୁ ତାହାଙ୍କ ବନ୍ଧୁମାନଙ୍କୁ ପ୍ରେମ କରୁଥିଲେ, କିନ୍ତୁ ସେମାନେ ଯେଉଁ ସ୍ଥାନରେ ଥିଲେ ସେଠାରେ ଦୁଇଦିନ ରହିଗଲେ ।

ଦୁଇଦିନ ସମାପ୍ତ ପରେ, ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ଆସ, ଆମେ ଯିହୂଦା ପ୍ରଦେଶକୁ ଯିବା ।” ଶିଷ୍ୟମାନେ ଉତ୍ତର ଦେଲେ “ଗୁରୁ, କିଛିକ୍ଷଣ ପୂର୍ବରୁ ଲୋକମାନେ ଆପଣଙ୍କୁ ହତ୍ୟା କରିବା ନିମନ୍ତେ ଚାହୁଁଥିଲେ!”ଯୀଶୁ କହିଲେ “ଆମ୍ଭମାନଙ୍କ ବନ୍ଧୁ ଲାଜାର ନିଦ୍ରା ଯାଇଅଛନ୍ତି, ଏବଂ ମୁଁ ତାହାଙ୍କୁ ନିହାତି ନିଦ୍ରାରୁ ଉଠାଇବାକୁ ପଡିବ ।”

ଯୀଶୁଙ୍କ ଶିଷ୍ୟମାନେ ଉତ୍ତର ଦେଲେ “ଗୁରୁ, ଯଦି ଲାଜାର ନିଦ୍ରା ଯାଇଅଛନ୍ତି, ତେବେ ସେ ଉଠିବେ ।“ତା’ପରେ ଯୀଶୁ ସେମାନଙ୍କୁ ସରଳ ଭାବରେ କହିଲେ “ଲାଜାର ମରିଯାଇଅଛନ୍ତି ।ମୁଁ ଆନନ୍ଦିତ ଯେ ମୁଁ ସେଠାରେ ନ ଥିଲି, ଯେପରିକି ତୁମ୍ଭେମାନେ ମୋଠାରେ ବିଶ୍ଵାସ କରିବ ।“

ଯୀଶୁ ଯେତେବେଳେ ଲାଜାରଙ୍କ ନଗରକୁ ଆସିଲେ, ଲାଜାର ମରି କବର ପ୍ରାପ୍ତ ହୋଇ ଚାରିଦିନ ହୋଇସାରିଥିଲା ।ମାର୍ଥା ଯୀଶୁଙ୍କୁ ଭେଟିବାକୁ ଯାଇ କହିଲେ “ପ୍ରଭୁ, ଯଦି ଆପଣ ଏଠାରେ ଉପସ୍ଥିତ ହୋଇଥାନ୍ତେ, ତେବେ ମୋର ଭାଇ ମରିନଥାନ୍ତେ ।କିନ୍ତୁ ମୁଁ ବିଶ୍ଵାସ କରେ ଆପଣ ଈଶ୍ଵରଙ୍କୁ ଯାହାକିଛି ମାଗିବେ ସେ ତାହା ଆପଣଙ୍କୁ ଦେବେ ।“

ଯୀଶୁ ଉତ୍ତର ଦେଲେ “ମୁଁ ପୁନଃରୁତଥାନ ଏବଂ ଜୀବନ ଅଟେ ।ଯିଏ ମୋଠାରେ ବିଶ୍ଵାସ କରେ, ଯଦିଓ ସେ ମରେ ତଥାପି ସେ ବଞ୍ଚିବ ।ଯେକୌଣସି ଲୋକ ମୋ ଠାରେ ବିଶ୍ଵାସ କରେ ସେ କଦାପି ମରିବ ନାହିଁ ।ତୁମେ ଏହା ବିଶ୍ଵାସ କରକି?”ମାର୍ଥା ଉତ୍ତର ଦେଲେ, “ହଁ, ଗୁରୁ!ମୁଁ ବିଶ୍ବାସ କରେ ଯେ ଆପଣ ଈଶ୍ଵରଙ୍କ ପୁତ୍ର ଖ୍ରୀଷ୍ଟ ଅଟନ୍ତି ।“

ତା’ପରେ ମରିୟମ ପହଞ୍ଚିଲେ ।ସେ ଯୀଶୁଙ୍କ ଚରଣ ତଳେ ପଡି କହିଲେ “ପ୍ରଭୁ, ଯଦି ଆପଣ ଏଠାରେ ଥା’ନ୍ତେ, ମୋ ଭାଇ ମରି ନଥାନ୍ତେ ।“ଯୀଶୁ ସେମାନଙ୍କୁ ପଚାରିଲେ “ତୁମ୍ଭେମାନେ ଲାଜାରଙ୍କୁ କେଉଁଠାରେ ରଖିଅଛ?”ସେମାନେ କହିଲେ “ସମାଧି ସ୍ଥାନରେ ।ଆସ ଏବଂ ଦେଖ ।“ତା’ପରେ ଯୀଶୁ କାନ୍ଦିଲେ ।

ସମାଧି ସ୍ଥାନଟି ଏକ ଗୁମ୍ଫା ଥିଲା ଏବଂ ଏହାର ମୁହଁରେ ଏକ ପଥର ଗଡାଇ ଦିଆଯାଇଥିଲା ।ଯୀଶୁ ଯେତେବେଳେ ସମାଧିରେ ପହଞ୍ଚିଲେ, ସେ ସେମାନଙ୍କୁ କହିଲେ “ପଥର ଗଡାଅ ଏବଂ ଦୂର କର ।“କିନ୍ତୁ ମାର୍ଥା କହିଲେ “ସେ ମରି ଚାରିଦିନ ହେଲାଣି । ସେଠାରେ ଦୁର୍ଗନ୍ଧ ଥିବ ।“

ଯୀଶୁ ଉତ୍ତର ଦେଲେ “ମୁଁ କ’ଣ ତୁମ୍ଭମାନଙ୍କୁ କହିନାହିଁ କି ଯେ ତୁମ୍ଭେମାନେ ମୋଠାରେ ବିଶ୍ଵାସ କଲେ ଈଶ୍ଵରଙ୍କ ମହିମା ଦେଖିବ?”ତେଣୁ ସେମାନେ ପଥରକୁ ଗଡାଇ ଦୂର କଲେ ।

ତା’ପରେ ଯୀଶୁ ସ୍ଵର୍ଗ ଆଡକୁ ଉର୍ଦ୍ଧ୍ବଦୃଷ୍ଟି କରି କହିଲେ “ପିତଃ, ମୋ ପ୍ରାର୍ଥନା ଶୁଣିଥିବାରୁ ଧନ୍ୟବାଦ ।ମୁଁ ଜାଣେ ତୁମ୍ଭେ ସର୍ବଦା ମୋ କଥା ଶୁଣିଥାଅ, କିନ୍ତୁ ଯେଉଁ ସମସ୍ତ ଲୋକ ଏଠାରେ ଠିଆ ହୋଇଅଛନ୍ତି ସେହି ଲୋକମାନଙ୍କ ସକାଶେ ମୁଁ ଏହା କହୁଅଛି ।“ତା’ପରେ ଯୀଶୁ ଉଚ୍ଚ ସ୍ଵରରେ କହିଲେ “ଲାଜାର, ବାହାରି ଆସ!”

ତେଣୁ ଲାଜାର ବାହାରି ଆସିଲେ!ସେସମୟରେ ମଧ୍ୟ ସେ ସମାଧି ବସ୍ତ୍ରରେ ଗୁଡାଯାଇଥିଲେ ।ଯୀଶୁ ସେମାନଙ୍କୁ କହିଲେ “ଏହି ସମାଧି ବସ୍ତ୍ର ତାହାଙ୍କଠାରୁ କାଢି ତାଙ୍କର ବନ୍ଧନ ମୁକ୍ତ କର!”ଯୀଶୁଙ୍କର ଏହି ଆଶ୍ଚର୍ଯ୍ୟକର୍ମ ସକାଶୁ ଅନେକ ଯିହୂଦୀ ତାହାଙ୍କଠାରେ ବିଶ୍ଵାସ କଲେ ।

କିନ୍ତୁ ଯିହୂଦୀମାନଙ୍କର ଧର୍ମ ନେତାମାନେ ଈର୍ଷାନ୍ମିତ ହୋଇଥିଲେ, ତେଣୁ ସେମାନେ କିପରି ଭାବରେ ଯୀଶୁ ଏବଂ ଲାଜାରଙ୍କୁ ହତ୍ୟା କରିବେ ତାହା ଏକାଠି ହୋଇ ଯୋଜନା କରିବାକୁ ଲାଗିଲେ ।

Powiązana informacja

Słowa Życia - Audioprzewodniki ewangeliczne w tysiącach języków zawierające oparte na Biblii nauki o zbawieniu i życiu chrześcijańskim.

Choosing the audio or video format to download - What audio and video file formats are available from GRN, and which one is best to use?

Copyright and Licensing - GRN shares its audio, video and written scripts under Creative Commons