Wybierz język

mic

Udział

Udostępnij link

QR code for https://globalrecordings.net/script/8718

unfoldingWord 20 - ନିର୍ବାସନ ଏବଂ ପ୍ରତ୍ୟାବର୍ତ୍ତନ

unfoldingWord 20 - ନିର୍ବାସନ ଏବଂ ପ୍ରତ୍ୟାବର୍ତ୍ତନ

Zarys: 2 Kings 17; 24-25; 2 Chronicles 36; Ezra 1-10; Nehemiah 1-13

Numer skryptu: 1220

Język: Odia / Oriya

Publiczność: General

Zamiar: Evangelism; Teaching

Features: Bible Stories; Paraphrase Scripture

Status: Approved

Skrypty to podstawowe wytyczne dotyczące tłumaczenia i nagrywania na inne języki. Powinny być dostosowane w razie potrzeby, aby były zrozumiałe i odpowiednie dla każdej kultury i języka. Niektóre użyte terminy i pojęcia mogą wymagać dodatkowego wyjaśnienia, a nawet zostać zastąpione lub całkowicie pominięte.

Tekst skryptu

ଉଭୟ ଇସ୍ରାୟେଲ ରାଜ୍ୟ ଓ ଯିହୂଦା ରାଜ୍ୟ ଈଶ୍ଵରଙ୍କ ବିରୁଦ୍ଧରେ ପାପ କଲେ ।ଈଶ୍ଵର ସୀନୟ ପର୍ବତରେ ସେମାନଙ୍କ ସହ ଯେଉଁ ନିୟମ କରିଥିଲେ ସେମାନେ ସେହି ନିୟମକୁ ଭଙ୍ଗ କରିଦେଲେ ।ଲୋକମାନେ ଯେପରି ଅନୁତାପ କରିବେ ଏବଂ ପୁନର୍ବାର ତାଙ୍କର ଉପାସନା କରିବେ ସେଥିପାଇଁ ଈଶ୍ବର ତାହାଙ୍କ ଭାବବାଦୀଗଣଙ୍କୁ ପଠାଇ ସତର୍କ କରାଇଥିଲେ, କିନ୍ତୁ ସେମାନେ ତାହା ପାଳନ କରିବାକୁ ନାସ୍ତି କଲେ ।

ତେଣୁ ଈଶ୍ଵର ଉଭୟ ରାଜ୍ୟମାନଙ୍କୁ ସେମାନଙ୍କ ଶତ୍ରୁଗଣ ଦ୍ବାରା ବିନଷ୍ଟ ହେବା ନିମନ୍ତେ ଅନୁମତି ଦେଲେ ।ଏକ ଶକ୍ତିଶାଳୀ ଏବଂ ନିର୍ଦୟୀ ଦେଶ ଆସିରୀୟ ସାମ୍ରାଜ୍ୟ ଇସ୍ରାୟେଲ ରାଜ୍ୟକୁ ବିନଷ୍ଟ କଲେ ।ଇସ୍ରାୟେଲରେ ଥିବା ଅନେକ ଲୋକମାନଙ୍କୁ ଆସିରୀୟମାନେ ହତ୍ୟା କଲେ, ମୂଲ୍ୟବାନ୍ ଜିନିଷଗୁଡିକ ନେଇଗଲେ, ଏବଂ ଦେଶର ଅଧିକାଂଶକୁ ପୋଡି ଦେଲେ ।

ଆସିରୀୟମାନେ ଧନୀ ଲୋକମାନଙ୍କୁ, ଦକ୍ଷତା ଥିବା ଲୋକମାନଙ୍କୁ ଏହିପରି ସମସ୍ତ ନେତାଙ୍କୁ ଏକାଠି କଲେ ଓ ସେମାନଙ୍କୁ ଧରି ଆସିରୀୟକୁ ପଳାଇଲେ ।କେବଳ ଅତି ଗରିବ ଇସ୍ରାୟେଲୀୟମାନେ ଯେଉଁମାନଙ୍କୁ ବଧ କରାଯାଇନଥିଲା ସେମାନେ ହିଁ ଇସ୍ରାଏଲ ରାଜ୍ୟରେ ରହିଗଲେ ।

ତା’ପରେ ଆସିରୀୟମାନେ ବିଦେଶୀୟମାନଙ୍କୁ ସେମାନଙ୍କ ଦେଶରେ ବାସ କରିବା ନିମନ୍ତେ ଆଣିଲେ ଯେଉଁଠି ଇସ୍ରାୟେଲ ରାଜ୍ୟ ଥିଲା ।ବିଦେଶୀୟମାନେ ବିନଷ୍ଟ ହୋଇଯାଇଥିବା ନଗରଗୁଡିକୁ ପୁନଃନିର୍ମାଣ କଲେ ଏବଂ ଇସ୍ରାଏଲୀୟମାନଙ୍କୁ ବିବାହ କଲେ ଯେଉଁମାନେ ସେଠାରେ ରହିଯାଇଥିଲେ ।ଯେଉଁ ଇସ୍ରାଏଲୀୟମାନଙ୍କ ବଂଶ ବିଦେଶୀୟମାନଙ୍କୁ ବିବାହ କରିଥିଲେ ସେମାନଙ୍କୁ ଶମିରୋଣିୟ କୁହାଯାଉଥିଲା ।

ଯିହୂଦା ରାଜ୍ୟର ଲୋକମାନେ ଦେଖିଲେ ଯେ ଇସ୍ରାୟେଲ ରାଜ୍ୟର ଲୋକେ ଈଶ୍ଵରଙ୍କୁ ବିଶ୍ଵାସ ନ କରିବାରୁ ଓ ତାହାଙ୍କର ଆଜ୍ଞାବହ ନ ହେବାରୁ ଈଶ୍ଵର ସେମାନଙ୍କୁ ଦଣ୍ଡ ଦେଇଥିଲେ ।କିନ୍ତୁ ସେମାନେ କିଣାନୀୟ ଦେବତାମାନଙ୍କ ସମେତ ପ୍ରତିମାଗୁଡିକର ଉପାସନା କଲେ । ସେମାନଙ୍କୁ ସତର୍କ କରାଇଦେବା ନିମନ୍ତେ ଈଶ୍ଵର ଭାବବାଦୀମାନଙ୍କୁ ପଠାଇଥିଲେ, କିନ୍ତୁ ସେମାନେ ଶୁଣିବାକୁ ନାସ୍ତି କଲେ ।

ଆସିରୀୟମାନେ ଇସ୍ରାୟେଲ ରାଜ୍ୟ ବିନଷ୍ଟ କରିବାର 100 ବର୍ଷ ପରେ, ଈଶ୍ଵର ବାବିଲର ରାଜା ନବୂଖଦ୍‍ନିତ୍ସରଙ୍କୁ ଯିହୂଦା ରାଜ୍ୟ ଆକ୍ରମଣ କରିବା ନିମନ୍ତେ ପଠାଇଲେ ।ବାବିଲୋନ ଏକ ଶକ୍ତିଶାଳୀ ସାମ୍ରାଜ୍ୟ ଥିଲା ।ଯିହୂଦାର ରାଜା ନବୁକଦ୍‍ନେସରଙ୍କ ଦାସ ହେବା ନିମନ୍ତେ ସହମତି ହେଲେ ଏବଂ ପ୍ରତିବର୍ଷ ତାଙ୍କୁ ଅନେକ ଅର୍ଥ ଦେଲେ ।

କିନ୍ତୁ ଅଳ୍ପ କିଛି ବର୍ଷ ପରେ, ଯିହୂଦାର ରାଜା ବାବିଲୋନ ବିରୁଦ୍ଧରେ ବିଦ୍ରୋହ କଲେ ।ତେଣୁ, ବାବିଲୋନୀୟମାନେ ଫେରିଆସି ଯିହୂଦା ରାଜ୍ୟକୁ ଆକ୍ରମଣ କଲେ ।ସେମାନେ ଯିରୁଶାଲମ ନଗର ହସ୍ତଗତ କଲେ, ମନ୍ଦିରକୁ ବିନଷ୍ଟ କଲେ, ଏବଂ ନଗରର ଓ ମନ୍ଦିରର ଧନରତ୍ନ ନେଇ ପଳାଇଗଲେ ।

ବିଦ୍ରୋହ କରିବା କାରଣରୁ ଯିହୂଦାର ରାଜାଙ୍କୁ ଦଣ୍ଡ ଦେବା ନିମନ୍ତେ ନବୁକଦନେସର୍ରଙ୍କ ସୈନ୍ୟମାନେ ରାଜାଙ୍କ ପୁତ୍ରଗଣଙ୍କ ସମ୍ମୁଖରେ ହତ୍ୟା କଲେ ଏବଂ ତାହାକୁ ଅନ୍ଧ କରିପକାଇଲେ ।ତହିଁ ଉତ୍ତାରେ, ସେ ଯେପରି ବାବିଲୋନର କାରାଗାରରେ ମରିବେ ସେଥିପାଇଁ ସେମାନେ ତାହାଙ୍କୁ ବାବିଲୋନକୁ ନେଇଗଲେ ।

ନବୂଖଦ୍‍ନିତ୍ସର ଏବଂ ତାହାଙ୍କ ସୈନ୍ୟ ଯିହୂଦାର ପ୍ରାୟ ସମସ୍ତଙ୍କୁ ବାବିଲୋନକୁ ନେଇଗଲେ ଏବଂ କ୍ଷେତରେ କାର୍ଯ୍ୟ କରିବାକୁ କେବଳ ଦରିଦ୍ରମାନଙ୍କୁ ଯିହୂଦାରେ ଛାଡି ଗଲେ ।ଈଶ୍ଵରଙ୍କ ଲୋକମାନଙ୍କୁ ପ୍ରତିଜ୍ଞାତ ଦେଶରୁ ବଳପୂର୍ବକ ଉଠାଇ ନିଆଯାଇଥିବା ନିର୍ଦ୍ଧିଷ୍ଟ ସମୟକୁ ନିର୍ବାସନ କୁହାଯାଇଛି ।

ଯଦିଓ ପାପ ଯୋଗୁଁ ଈଶ୍ଵର ସେମାନଙ୍କୁ ନିର୍ବାସନରେ ଅନ୍ୟ ଦେଶକୁ ପଠାଇଦେଲେ, ତଥାପି ସେ ସେମାନଙ୍କୁ କିମ୍ବା ତାଙ୍କ ପ୍ରତିଜ୍ଞାଗୁଡିକ ଭୁଲିଯାଇନଥିଲେ ।ଈଶ୍ଵର ତାଙ୍କ ଲୋକମାନଙ୍କ ଉପରେ ନଜର ରଖିଚାଲିଲେ ଏବଂ ତାହାଙ୍କ ଭାବବାଦୀମାନଙ୍କ ଦ୍ଵାରା ସେମାନଙ୍କୁ କଥା କହିଚାଲିଲେ ।ସେ ପ୍ରତିଜ୍ଞା କରିଲେ ଯେ, ସତୁରି ବର୍ଷ ପରେ ସେମାନେ ପୁନର୍ବାର ପ୍ରତିଜ୍ଞାତ ଦେଶକୁ ଫେରି ଆସିବେ ।

ସତ୍ତୁରୀ ବର୍ଷ ପରେ, ପାର୍ସୀମାନଙ୍କ ରାଜା ସାଇରସ ବାବିଲୋନକୁ ପରାସ୍ତ କଲେ, ତେଣୁ ପାରସ୍ୟ ସାମ୍ରାଜ୍ୟ ବାବିଲୋନୀୟ ସାମ୍ରାଜ୍ୟର ସ୍ଥାନ ନେଲା ।ବର୍ତ୍ତମାନ ଇସରୟେଲୀୟମାନଙ୍କୁ ଯିହୂଦୀ ବୋଲି କୁହାଗଲା ଏବଂ ସେମାନେ ସେମାନଙ୍କ ସାରା ଜୀବନ ବାବିଲୋନରେ ବାସ କଲେ ।କେବଳ ଅତି ଅଳ୍ପ ବୃଦ୍ଧ ଯିହୂଦୀ ଯିହୂଦା ରାଜ୍ୟକୁ ସ୍ମରଣ କଲେ ।

ପାରସ୍ୟ ସାମ୍ରାଜ୍ୟ ଦୃଢ ଥିଲା କିନ୍ତୁ ଏହା ଯେଉଁମାନଙ୍କୁ ଜୟ କରିଥିଲେ ସେଥିର ଲୋକମାନଙ୍କ ପ୍ରତି ଦୟାବନ୍ତ ଥିଲେ ।ସାଇରସ ପାରସ୍ୟର ରାଜା ହେବାର ଅଳ୍ପ ସମୟ ମଧ୍ୟରେ, ସେ ଏକ ଆଜ୍ଞା ଦେଲେ ଯେ କେହି ପାରସ୍ୟ ଦେଶଛାଡି ଯିହୂଦା ଦେଶକୁ ଫେରିଯିବାକୁ ଚାହାନ୍ତି ସେମାନେ ସେଠାକୁ ଫେରିଯାଇପାରିବେ ।ସେ ଏପରିକି ମନ୍ଦିର ପୁନଃନିର୍ମାଣ କରିବା ନିମନ୍ତେ ଅର୍ଥ ଦେଲେ!ତେଣୁ, ନିର୍ବାସନରେ ସତ୍ତୁରୀ ବର୍ଷ ରହିଲା ପରେ, ଯିହୂଦୀମାନଙ୍କର ଏକ କ୍ଷୁଦ୍ର ଦଳ ଯିହୂଦାରେ ଥିବା ଯିରୁଶାଲମ ନଗରକୁ ଫେରିଗଲେ ।

ଲୋକମାନେ ଯେତେବେଳେ ଯିରୁଶାଲମ ପହଞ୍ଚିଲେ, ସେମାନେ ମନ୍ଦିର ଓ ନଗର ଚତୁର୍ଦ୍ଦିଗରେ ଥିବା ପ୍ରାଚୀର ପୁନଃନିର୍ମାଣ କଲେ ।ଯଦିଓ ସେମାନେ ବର୍ତ୍ତମାନ ସୁଦ୍ଧା ଅନ୍ୟ ଲୋକମାନଙ୍କ ଦ୍ଵାରା ଶାସିତ ହେଉଥିଲେ, ପୁଣିଥରେ ସେମାନେ ପ୍ରତିଜ୍ଞାତ ଦେଶରେ ବାସ କଲେ ଓ ମନ୍ଦିରରେ ଉପାସନା କଲେ ।

Powiązana informacja

Słowa Życia - Audioprzewodniki ewangeliczne w tysiącach języków zawierające oparte na Biblii nauki o zbawieniu i życiu chrześcijańskim.

Copyright and Licensing - GRN shares its audio, video and written scripts under Creative Commons

Choosing the audio or video format to download - What audio and video file formats are available from GRN, and which one is best to use?