Velg et språk

mic

Dele

Dele lenke

QR code for https://globalrecordings.net/script/8738

unfoldingWord 40 - ଯୀଶୁ କ୍ରୁଶବିଦ୍ଧ ହେଲେ

unfoldingWord 40 - ଯୀଶୁ କ୍ରୁଶବିଦ୍ଧ ହେଲେ

Disposisjon: Matthew 27:27-61; Mark 15:16-47; Luke 23:26-56; John 19:17-42

Skriptnummer: 1240

Språk: Odia / Oriya

Publikum: General

Hensikt: Evangelism; Teaching

Features: Bible Stories; Paraphrase Scripture

Status: Approved

Skript er grunnleggende retningslinjer for oversettelse og opptak til andre språk. De bør tilpasses etter behov for å gjøre dem forståelige og relevante for hver kultur og språk. Noen termer og begreper som brukes kan trenge mer forklaring eller til og med erstattes eller utelates helt.

Skripttekst

ସୈନ୍ୟମାନେ ଯୀଶୁଙ୍କୁ ପରିହାସ କଲା ପରେ, ସେମାନେ କ୍ରୁଶବିଦ୍ଧ କରିବା ନିମନ୍ତେ ତାଙ୍କୁ ଘେନିଗଲେ ।ସେ ଯେଉଁ କ୍ରୁଶରେ ମରିବେ ସେହି କ୍ରୁଶ ତାଙ୍କୁ ବହନ କରାଇଲେ ।

ସୈନ୍ୟମାନେ “କପାଳସ୍ଥଳ” ନାମକ ଏକ ସ୍ଥାନକୁ ଆଣିଲେ ଏବଂ କ୍ରୁଶରେ ତାହାଙ୍କ ହାତ ଓ ପାଦକୁ କଣ୍ଟାରେ ବିଦ୍ଧ କଲେ ।କିନ୍ତୁ ଯୀଶୁ କହିଲେ “ପିତା, ସେମାନଙ୍କୁ କ୍ଷମା କର, କାରଣ ସେମାନେ କ’ଣ କରୁଅଛନ୍ତି ତାହା ଜାଣନ୍ତି ନାହିଁ ।”“ଯିହୂଦୀମାନଙ୍କ ରାଜା” ଲେଖି ତାହାକୁ ଯୀଶୁଙ୍କ ମସ୍ତକ ଉପରେ ଟଙ୍ଗାଇବାକୁ ପିଲାତ ସେମାନଙ୍କୁ କହିଲେ ।

ସୈନ୍ୟମାନେ ଯୀଶୁଙ୍କ ବସ୍ତ୍ରକୁ ଗୁଲିବାଣ୍ଟ କଲେ ।ସେମାନେ ଯେତେବେଳେ ଏହା କଲେ, କୁହାଯାଇଥିବା ଭାବବାଣୀ ସଫଳ ହେଲା “ସେମାନେ ମୋ ବସ୍ତ୍ରକୁ ଭାଗ କଲେ ଓ ବସ୍ତ୍ର ନିମନ୍ତେ ଗୁଲିବାଣ୍ଟ କଲେ ।”

ଯୀଶୁଙ୍କୁ ଦୁଇଜଣ ଡକାୟତଙ୍କ ମଧ୍ୟରେ କ୍ରୁଶବିଦ୍ଧ କରାଗଲା ।ସେମାନଙ୍କ ମଧ୍ୟରୁ ଜଣେ ଯୀଶୁଙ୍କୁ ପରିହାସ କଲା, କିନ୍ତୁ ଅନ୍ୟ ଜଣେ କହିଲା “ତୁମର କ’ଣ ଈଶ୍ଵରଙ୍କ ପ୍ରତି ଭୟ ନାହିଁ?ଆମ୍ଭେମାନେ ଦୋଷୀ, କିନ୍ତୁ ଏହି ବ୍ୟକ୍ତି ନିର୍ଦ୍ଦୋଷ ଅଟେ ।”ତା’ପରେ ସେ ଯୀଶୁଙ୍କୁ କହିଲେ “ଦୟାକରି ଆପଣଙ୍କ ରାଜ୍ୟରେ ମୋତେ ସ୍ମରଣ କରନ୍ତୁ ।”ଯୀଶୁ ତାହାଙ୍କୁ କହିଲେ “ତୁମେ ଆଜି ମୋ ସହିତ ପାରଦୀଶରେ ଉପସ୍ଥିତ ହେବ ।”

ଯିହୂଦୀ ନେତାମାନେ ଓ ଲୋକମାନଙ୍କ ମଧ୍ୟରୁ ଅନେକ ଯୀଶୁଙ୍କୁ ପରିହାସ କଲେ ।ସେମାନେ ତାଙ୍କୁ କହିଲେ “ଯଦି ତୁମ୍ଭେ ଈଶ୍ଵରଙ୍କ ପୁତ୍ର, କ୍ରୁଶରୁ ଓହ୍ଲାଇ ଆସ ଏବଂ ନିଜକୁ ରକ୍ଷା କର!ତେବେ ହିଁ ଆମ୍ଭେମାନେ ତୁମ୍ଭକୁ ବିଶ୍ଵାସ କରିବୁ ।”

ତା ’ପରେ ସମସ୍ତ ଅଞ୍ଚଳରେ ଥିବା ଆକାଶ ସମ୍ପୂର୍ଣ୍ଣରୂପେ ଅନ୍ଧାକାର ହୋଇଗଲା, ଯଦିଓ ଏହା ଦିନ ମଧ୍ୟାହ୍ନ ସମୟ ଥିଲା ।ମଧ୍ୟାହ୍ନ ସମୟରେ ଅନ୍ଧାର ହେଲା ଏବଂ ପ୍ରାୟ ତିନି ପହର(ଘଣ୍ଟା) ପର୍ଯ୍ୟନ୍ତ ରହିଲା ।

ତା’ପରେ ଯୀଶୁ ଉଚ୍ଚ ସ୍ଵରରେ ଡାକି କହିଲେ “ସମାପ୍ତ ହେଲା!ପିତଃ, ତୁମ୍ଭ ହସ୍ତରେ ମୁଁ ଆପଣା ଆତ୍ମା ସମର୍ପଣ କରୁଅଛି ।”ତା’ପରେ ସେ ମସ୍ତକ ନତ କଲେ ଏବଂ ପ୍ରାଣ ତ୍ୟାଗ କଲେ ।ଯେତେବେଳେ ସେ ମୃତ୍ୟୁଭୋଗ କଲେ, ସେତେବେଳେ ଭୂମିକମ୍ପ ହୋଇଥିଲା ଏବଂ ମନ୍ଦିରରେ ଯେଉଁ ବୃହତ୍ ପରଦା ଈଶ୍ଵରଙ୍କ ଉପସ୍ଥିତିରୁ ଲୋକମାନଙ୍କୁ ପୃଥକ୍ ରଖୁଥିଲା ତାହା ଉପରୁ ତଳ ପର୍ଯ୍ୟନ୍ତ ଚିରି ଦୁଇଖଣ୍ଡ ହୋଇଗଲା ।

ଯୀଶୁ ତାହାଙ୍କ ମୃତ୍ୟୁ ଦ୍ଵ।ରା ଲୋକମାନଙ୍କୁ ଈଶ୍ବରଙ୍କ ନିକଟକୁ ଆସିବାର ପଥ ଖୋଲି ଦେଲେ ।ଯୀଶୁଙ୍କୁ ଜଗିଥିବା ସୈନ୍ୟ ଯେତେବେଳେ ଏହି ସମସ୍ତ ଘଟିବାର ଦେଖିଲେ ସେ କହିଲେ “ନିଶ୍ଚିତ, ସେ ନିର୍ଦ୍ଧୋଷ ବ୍ୟକ୍ତି ଥିଲେ ।ସେ ଈଶ୍ଵରଙ୍କ ପୁତ୍ର ଥିଲେ ।”

ତା’ପରେ ଯୋଷେଫ ଓ ନୀକଦୀମ, ଯୀଶୁଙ୍କୁ ବିଶ୍ଵାସ କରୁଥିବା ଏହି ଦୁଇଜଣ ଯିହୂଦୀ ନେତା ଯୀଶୁଙ୍କ ଶରୀର ନେବା ନିମନ୍ତେ ପିଲାତଙ୍କୁ ଅନୁରୋଧ କଲେ ।ସେମାନେ ଏକ ବସ୍ତ୍ରରେ ତାଙ୍କ ଶରୀରକୁ ଘୋଡାଇ ପ୍ରସ୍ତର କଟାଯାଇ ତିଆରି କରାଯାଇଥିବା ଏକ ସମାଧି ସ୍ଥଳରେ ରଖିଲେ।ତା’ପରେ ସେମାନେ ସମାଧି ମୁହଁରେ ଏକ ବୃହତ୍ ପଥର ଗଡାଇ ଦେଲେ ଏବଂ ତହିଁର ମୁହଁ ବନ୍ଦ କରିଦେଲେ ।

Relatert informasjon

Livets ord - Lydbudskap i evangeliet på tusenvis av språk som inneholder bibelbaserte budskap om frelse og kristen livsstil.

Copyright and Licensing - GRN shares its audio, video and written scripts under Creative Commons

Choosing the audio or video format to download - What audio and video file formats are available from GRN, and which one is best to use?