Velg et språk

mic

Dele

Dele lenke

QR code for https://globalrecordings.net/script/8716

unfoldingWord 18 - ବିଭକ୍ତ ରାଜ୍ୟ

unfoldingWord 18 - ବିଭକ୍ତ ରାଜ୍ୟ

Disposisjon: 1 Kings 1-6; 11-12

Skriptnummer: 1218

Språk: Odia / Oriya

Publikum: General

Hensikt: Evangelism; Teaching

Features: Bible Stories; Paraphrase Scripture

Status: Approved

Skript er grunnleggende retningslinjer for oversettelse og opptak til andre språk. De bør tilpasses etter behov for å gjøre dem forståelige og relevante for hver kultur og språk. Noen termer og begreper som brukes kan trenge mer forklaring eller til og med erstattes eller utelates helt.

Skripttekst

ଅନେକ ବର୍ଷ ପରେ ଦାଉଦ ମୃତ୍ୟୁବରଣ କଲେ, ଏବଂ ତାଙ୍କ ପୁତ୍ର ଶଲୋମୋନ ଇସ୍ରାଏଲ ଉପରେ ରାଜତ୍ଵ କରିବାକୁ ଆରମ୍ଭ କଲେ ।ଈଶ୍ଵର ଶଲୋମୋନଙ୍କୁ ,ଏବଂ ସେ କେଉଁ ବିଷୟକୁ ସବୁଠାରୁ ଅଧିକ ଚାହାନ୍ତି ତାହା ପଚାରିଲେ ।ଯେତେବେଳେ ଶଲୋମୋନ ଜ୍ଞାନ ପାଇଁ ପ୍ରାର୍ଥନା କଲେ, ଈଶ୍ଵର ସେଥିରେ ସନ୍ତୁଷ୍ଟ ହୋଇଥିଲେ ଏବଂ ତାହାଙ୍କୁ ପୃଥିବୀର ସବୁଠାରୁ ଅଧିକ ଜ୍ଞାନୀ କଲେ ।ଶଲୋମୋନ ଅନେକ ବିଷୟ ଶିଖିଲେ ଏବଂ ସେ ଜଣେ ଅତି ଜ୍ଞାନବାନ ବିଚାରକର୍ତ୍ତା ହେଲେ ।ଆହୁରି ମଧ୍ୟ ଇଶ୍ଵର ତାହାଙ୍କୁ ଅତି ଧନଶାଳୀ କଲେ ।

ଯିରୁଶାଲମରେ, ଶଲୋମୋନ ମନ୍ଦିର ନିର୍ମାଣ କଲେ ଯାହା ତାଙ୍କ ପିତା ଯୋଜନା କରିଥିଲେ ଏବଂ ଉପକରଣଗୁଡିକ ସଂଗ୍ରହ କରି ରଖିଥିଲେ ।ଲୋକମାନେ ଈଶ୍ଵରଙ୍କ ଉପାସନା ଏବଂ ନୈବେଦ୍ୟ ଉତ୍ସର୍ଗ ସମାଗମ ତମ୍ବୁରେ କରିବା ପରିବର୍ତ୍ତେ ମନ୍ଦିରରେ କରିବାକୁ ଲାଗିଲେ ।ଈଶ୍ଵର ଆସିଲେ ଏବଂ ମନ୍ଦିରରେ ଉପସ୍ଥିତ ରହିଲେ, ଓ ସେ ତାଙ୍କ ଲୋକମାନଙ୍କ ସହିତ ବାସ କଲେ ।

କିନ୍ତୁ ଶଲୋମୋନ ଅନ୍ୟ ଦେଶମାନଙ୍କ ସ୍ତ୍ରୀମାନଙ୍କୁ ପ୍ରେମ କଲେ ।ସେ ୧୦୦୦ ବିଦେଶୀୟ ମହିଳାମାନଙ୍କୁ ବିବାହ କରି ଈଶ୍ଵରଙ୍କର ଅନାଜ୍ଞାବହ ହୋଇଥିଲେ । ଏହି ମହିଳାମାନଙ୍କ ମଧ୍ୟରୁ ଅନେକେ ବାହାର ଦେଶରୁ ଆସିଥିଲେ ଏବଂ ସେମାନଙ୍କ ସହ ସେମାନଙ୍କର ଦେବତାଗୁଡିକୁ ଆଣିଥିଲେ ଏବଂ ନିରନ୍ତର ସେମାନଙ୍କୁ ଉପାସନା କଲେ ।ଶଲୋମୋନ ଯେତେବେଳେ ବୃଦ୍ଧ ହେଲେ, ସେ ମଧ୍ୟ ସେମାନଙ୍କର ସେମାନଙ୍କ ଦେବତାମାନଙ୍କୁ ଉପାସନା କଲେ ।

ଈଶ୍ଵର ଶଲୋମୋନଙ୍କ ଠାରେ କ୍ରୋଧୀତ ଥିଲେ ଏବଂ ଶଲୋମୋନଙ୍କ ଅବିଶ୍ଵସ୍ତତାର ଦଣ୍ଡ ସ୍ବରୂପେ ଶଲୋମୋନଙ୍କ ମୃତ୍ୟୁପରେ ସେ ଇସ୍ରାଏଲ ଦେଶକୁ ଦୁଇଗୋଟି ରାଜ୍ୟ ବିଭକ୍ତ କରିବା ନିମନ୍ତେ ନିଷ୍ପତ୍ତି ନେଲେ ।

ଶଲୋମୋନଙ୍କ ମୃତ୍ୟୁ ପରେ, ତାହାଙ୍କ ପୁତ୍ର ରିହବିୟାମ ରାଜା ହେଲେ ।ରିହବିୟାମ ଜଣେ ଦୁଷ୍ଟ ବ୍ୟକ୍ତି ଥିଲେ ।ଇସ୍ରାଏଲ ଦେଶର ସମସ୍ତ ଲୋକ ମାନେ ଏକତ୍ର ହୋଇ ତାହାଙ୍କୁ ଏକ ରାଜା ଭାବରେ ନିଶ୍ଚିତ କଲେ ।ସେମାନେ ରିହବିୟାମଙ୍କୁ ଅଭିଯୋଗ କରି କହିଲେ ଯେ ଶଲୋମୋନ ସେମାନଙ୍କୁ କଠିନ କାର୍ଯ୍ୟ କରିବାକୁ ଓ ଅନେକ କର ଦେବାକୁ ପଡୁଥିଲା ।

ରିହବିୟାମ ସେମାନଙ୍କୁ କଠୋର ହୋଇ ଉତ୍ତର ଦେଲେ “ତୁମ୍ଭେମାନେ ଭାବୁଅଛ ମୋ ପିତା ଶଲୋମୋନ ତୁମ୍ଭମାନଙ୍କୁ କଠିନ କାର୍ଯ୍ୟ କରାଇଅଛନ୍ତି, କିନ୍ତୁ ତାଙ୍କ ଠାରୁ ମୁଁ ଆହୁରି ଅଧିକ କଷ୍ଟକର କାର୍ଯ୍ୟ କରିବାକୁ ଦେବି, ଏବଂ ତାଙ୍କ ଠାରୁ ଅଧିକ ମୁଁ ତୁମ୍ଭମାନଙ୍କୁ କଠୋର ଭାବରେ ଦଣ୍ଡ ଦେବି ।”

ଇସ୍ରାଏଲ ଦେଶର ଦଶ ଗୋଷ୍ଠୀ ରିହବିୟାମଙ୍କ ବିରୁଦ୍ଧରେ ବିରୋଧ କଲେ ।କେବଳ ଦୁଇଗୋଟି ଗୋଷ୍ଠୀ ତାହାଙ୍କ ପ୍ରତି ବିଶ୍ଵସ୍ତ ରହିଲେ । ଏହି ଦୁଇ ଗୋଷ୍ଠୀ ଯିହୂଦା ରାଜ୍ୟ ହେଲା ।

ଇସ୍ରାଏଲ ଦେଶର ଅନ୍ୟ ଦଶଗୋଟି ଜାତି ରିହବିୟାମଙ୍କ ବିରୁଦ୍ଧରେ ବିଦ୍ରୋହ କଲେ ଏବଂ ଯାରବିୟାମ ନାମକ ଜଣେ ବ୍ୟକ୍ତିଙ୍କୁ ସେମାନଙ୍କର ରାଜା ହେବା ନିମନ୍ତେ ନିଯୁକ୍ତ କଲେ ।ସେମାନେ ଉତ୍ତର ଭାଗରେ ସେମାନଙ୍କର ରାଜ୍ୟ ସ୍ଥାପନ କଲେ ଏବଂ ସେମାନଙ୍କୁ ଇସ୍ରାଏଲ ରାଜ୍ୟ ବା ପ୍ରଦେଶ କୁହାଗଲା ।

ଯାରବିୟାମ ଈଶ୍ଵରଙ୍କ ବିରୁଦ୍ଧରେ ବିଦ୍ରୋହ କଲେ ଏବଂ ଲୋକମାନଙ୍କୁ ପାପ କରାଇଲେ ।ଯିହୂଦା ରାଜ୍ୟରେ ଥିବା ମନ୍ଦିରରେ ଈଶ୍ଵରଙ୍କ ଉପାସନା କରିବା ପରିବର୍ତ୍ତେ ସେ ପ୍ରତିମା ପୂଜା କରିବା ନିମନ୍ତେ ତାଙ୍କ ଲୋକମାନଙ୍କ ପାଇଁ ଦୁଇଟି ପ୍ରତିମାଗୁଡିକ ନିର୍ମାଣ କଲେ ।

ଯିହୂଦା ରାଜ୍ୟ ଓ ଇସ୍ରାଏଲ ରାଜ୍ୟ ଶତ୍ରୁରେ ପରିଣତ ହେଲେ ଏବଂ ଅନେକ ଥର ପରସ୍ପର ବିରୁଦ୍ଧରେ ଯୁଦ୍ଧ କରୁଥିଲେ ।

ନୂତନ ରାଜ୍ୟ ଇସ୍ରାଏଲରେ ସମସ୍ତ ରାଜା ମନ୍ଦ ଥିଲେ ।ଏହି ସମସ୍ତ ରାଜାମାନଙ୍କ ମଧ୍ୟରୁ ଅନେକ ରାଜା ଅନ୍ୟ ଇସ୍ରାଏଲୀୟମାନଙ୍କ ଦ୍ଵାରା ବଧ ହୋଇଥିଲେ ଯେଉଁମାନେ ସେମାନଙ୍କ ସ୍ଥାନରେ ରାଜା ହେବାକୁ ଚାହିଁଲେ ।

ସମସ୍ତ ରାଜାମାନେ ଓ ଇସ୍ରାଏଲ ରାଜ୍ୟର ସମସ୍ତ ଲୋକ ପ୍ରତିମା ପୂଜା କରୁଥିଲେ ।ସେମାନଙ୍କ ପ୍ରତିମା ପୂଜାରେ ଅନେକ ସମୟରେ ଯୌନ ଅଶୁଚିତା ଏବଂ ଏପରିକି ବେଳେବେଳେ ଶିଶୁ ବଳିଦାନ ହେଉଥିଲା ।

ଯିହୂଦାର ରାଜାମାନେ ଦାଉଦଙ୍କ ବଂଶଧର ଥିଲେ ।ଏହି ସମସ୍ତ ରାଜାଙ୍କ ମଧ୍ୟରୁ ଅନେକେ ଉତ୍ତମ ବ୍ୟକ୍ତି ଥିଲେ ଯେଉଁମାନେ କି ନ୍ୟାୟ ଭାବରେ ରାଜତ୍ବ କରୁଥିଲେ ଏବଂ ଈଶ୍ଵରଙ୍କ ଉପାସନା କରୁଥିଲେ ।କିନ୍ତୁ ଯିହୂଦାର ଅଧିକାଂଶ ରାଜାମାନେ ମନ୍ଦ ଏବଂ ଭ୍ରଷ୍ଟ ଥିଲେ ଏବଂ ସେମାନେ ପ୍ରତିମାପୂଜା କରୁଥିଲେ ।କେତେକ ରାଜାମାନେ ଏପରିକି ସେମାନଙ୍କ ପିଲାମାନଙ୍କୁ ଭ୍ରାନ୍ତ ଦେବତାମାନଙ୍କୁ ବଳିଦାନ କରୁଥିଲେ ।ଯିହୂଦାର ଅଧିକାଂଶ ଲୋକମାନେ ମଧ୍ୟ ଈଶ୍ଵରଙ୍କ ବିରୁଦ୍ଧରେ ବିଦ୍ରୋହ କଲେ ଏବଂ ଅନ୍ୟ ଦେବତାମାନଙ୍କ ଉପାସନା କରୁଥିଲେ ।

Relatert informasjon

Livets ord - Lydbudskap i evangeliet på tusenvis av språk som inneholder bibelbaserte budskap om frelse og kristen livsstil.

Copyright and Licensing - GRN shares its audio, video and written scripts under Creative Commons

Choosing the audio or video format to download - What audio and video file formats are available from GRN, and which one is best to use?