Pilih Bahasa

mic

unfoldingWord 23 - ଯୀଶୁଙ୍କ ଜନ୍ମ

unfoldingWord 23 - ଯୀଶୁଙ୍କ ଜନ୍ମ

Garis besar: Matthew 1-2; Luke 2

Nombor Skrip: 1223

Bahasa: Odia / Oriya

Penonton: General

Tujuan: Evangelism; Teaching

Features: Bible Stories; Paraphrase Scripture

Status: Approved

Skrip ialah garis panduan asas untuk terjemahan dan rakaman ke dalam bahasa lain. Mereka harus disesuaikan mengikut keperluan untuk menjadikannya mudah difahami dan relevan untuk setiap budaya dan bahasa yang berbeza. Sesetengah istilah dan konsep yang digunakan mungkin memerlukan penjelasan lanjut atau bahkan diganti atau ditinggalkan sepenuhnya.

Teks Skrip

ଯୋଶେଫ ନାମକ ଜଣେ ଧାର୍ମିକ ବ୍ୟକ୍ତିଙ୍କ ସହ ମରିୟମଙ୍କର ବିବାହ ନିର୍ବନ୍ଧ ହୋଇଥିଲା ।ମରିୟମ ଗର୍ଭବତୀ ଅଛନ୍ତି ବୋଲି ସେ ଯେତେବେଳେ ଜାଣିଲେ, ସେ ଜାଣିଥିଲେ ଏହି ସନ୍ତାନ ତାଙ୍କର ନୁହେଁ ।ସେ ମରିୟମଙ୍କୁ ଲଜ୍ଜିତ କରିବାକୁ ଇଚ୍ଛା କଲେ ନାହିଁ, ତେଣୁ ସେ ଗୁପ୍ତରେ ତାଙ୍କୁ ଛାଡପତ୍ର ଦେବା ନିମନ୍ତେ ଯୋଜନା କଲେ ।ସେ ତାହା କରିବା ପୂର୍ବରୁ ଜଣେ ଦୂତ ତାଙ୍କ ନିକଟକୁ ଆସି ଦର୍ଶନରେ ତାଙ୍କୁ କହିଲେ ।

ଦୂତ କହିଲେ “ଯୋଷେଫ, ତୁମ୍ଭ ଭାର୍ଯ୍ୟା ମରିୟମଙ୍କୁ ନେବା ନିମନ୍ତେ ଭୟ କରନାହିଁ ।ତାଙ୍କ ଗର୍ଭରେ ଥିବା ଶିଶୁ ପବିତ୍ରଆତ୍ମାଙ୍କଠାରୁ ହୋଇଛି ।ସେ ଜଣେ ପୁତ୍ରଙ୍କୁ ଜନ୍ମ ଦେବେ ।ତାଙ୍କ ନାମ ଯୀଶୁ ଦିଅ (ଯାହାର ଅର୍ଥ “ସଦାପ୍ରଭୁ ରକ୍ଷା କରନ୍ତି”), କାରଣ ସେ ଲୋକମାନଙ୍କୁ ସେମାନଙ୍କ ପାପରୁ ଉଦ୍ଧାର କରିବେ ।”

ତେଣୁ ଯୋଷେଫ ମରିୟମଙ୍କୁ ବାହା ହେଲେ ଏବଂ ତାଙ୍କୁ ସ୍ତ୍ରୀ ଭାବରେ ଗ୍ରହଣ କରି ନିଜ ଗୃହକୁ ନେଲେ କିନ୍ତୁ ସେ ପୁତ୍ର ସନ୍ତାନ ଜନ୍ମ ନ କରିବା ପର୍ଯ୍ୟନ୍ତ ତାଙ୍କ ସହିତ ସହବାସ କଲେ ନାହିଁ ।

ଯେତେବେଳେ ମରିୟମଙ୍କ ପ୍ରସବକାଳ ଉପସ୍ଥିତ ହେଲା, ରୋମୀୟ ସରକାର ସମସ୍ତଙ୍କୁ ନିଜ ନିଜ ପୈତୃକ ସ୍ଥାନକୁ ଯାଇ ଜନଗଣନାରେ ଯୋଗଦାନ କରିବାକୁ କହିଲେ । ଯୋଶେଫ ଓ ମରିୟମ ବାସ କରୁଥିବା ନାଜରିତରୁ ଦୂର ଯାତ୍ରା କରି ବେଥଲିହିମକୁ ଯିବାକୁ ପଡିଥିଲା କାରଣ ସେମାନଙ୍କର ପିତୃପୁରୁଷ ଦାଉଦଙ୍କ ନିଜ ସହର ବେଥଲିହିମ ଥିଲା ।

ସେମାନେ ଯେତେବେଳେ ବେଥଲିହିମରେ ପହଞ୍ଚିଲେ, ସେମାନଙ୍କୁ ରହିବା ପାଇଁ ସ୍ଥାନ ନ ଥିଲା ।ପଶୁଗୁଡିକ ରହୁଥିବା ଗୃହରେ ହିଁ ସେମାନେ କେବଳ ସ୍ଥାନ ପାଇଥିଲେ ।ଶିଶୁଟି ସେଠାରେ ଜନ୍ମ ହୋଇଥିଲା ଏବଂ ତାଙ୍କ ମା ତାଙ୍କୁ ଖାଇବା କୁଣ୍ଡରେ ଶୁଆଇଦେଇଥିଲେ, ଯେହେତୁ ତାଙ୍କୁ ଶୁଆଇବା ନିମନ୍ତେ ସେମାନଙ୍କର ଶଯ୍ୟା ନ ଥିଲା ।ସେମାନେ ତାହାଙ୍କୁ ଯୀଶୁ ନାମ ଦେଲେ ।

ସେହି ରାତ୍ରିରେ ନିକଟସ୍ଥ ଏକ କ୍ଷେତରେ କେତେ ମେଷପାଳକ ସେମାନଙ୍କ ପଶୁପଲକୁ ଜଗୁଥିଲେ ।ହଠାତ୍, ଏକ ଆଲୋକିତ ଦୂତ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ, ଏବଂ ସେମାନେ ଭୟଭୀତ ହେଲେ ।ଦୂତ କହିଲେ “ଭୟ କରନାହିଁ, କାରଣ ତୁମ୍ଭ ନିମନ୍ତେ ମୋ ନିକଟରେ ଏକ ଶୁଭ ସମ୍ବାଦ ରହିଅଛି ।ପ୍ରଭୁ ଖ୍ରୀଷ୍ଟ ବେଥଲିହିମରେ ଜନ୍ମଲାଭ କରିଅଛନ୍ତି!”

“ସେହି ଶିଶୁର ଅନ୍ବେଷଣ କର, ଏବଂ ତୁମ୍ଭେମାନେ ତାହାଙ୍କୁ ଗୁହାଳ କୁଣ୍ଡରେ ଲୁଗାରେ ଗୁଡା ହୋଇ ଏବଂ ଶୋଇଥିବା ଦେଖିବ ।”ହଠାତ୍, ଆକାଶ ଦୂତମାନଙ୍କ ଦ୍ବାରା ପରିପୂର୍ଣ୍ଣ ହୋଇଗଲା ଏବଂ ଈଶ୍ଵରଙ୍କ ସ୍ତୁତି କରିଲେ ଏବଂ କହିଲେ, “ଉର୍ଦ୍ଧ୍ବଲୋକରେ ଈଶ୍ଵରଙ୍କ ମହିମା ଓ ପୃଥିବୀରେ ତାହାଙ୍କ ସନ୍ତୋଷପାତ୍ର ମନୁଷ୍ୟମାନଙ୍କ ମଧ୍ୟରେ ଶାନ୍ତି !”

ମେଷପାଳକଗଣ ଅତିଶୀଘ୍ର ଯୀଶୁ ଯେଉଁଠାରେ ଥିଲେ ସେଠାରେ ପହଞ୍ଚିଲେ ଏବଂ ସେମାନେ ତାହାଙ୍କୁ ଦୂତ କହିଥିବା ଅନୁଯାୟୀ ଗୁହାଳ କୁଣ୍ଡରେ ଶୋଇଥିବାର ଦେଖିଲେ ।ସେମାନେ ଅତିଶୟ ଉତ୍ସାହିତ ହୋଇଯାଇଥିଲେ ।ମେଷପାଳକଗଣ କ୍ଷେତରେ ପହଞ୍ଚିଲେ ଯେଉଁଠାରେ ସେମାନଙ୍କର ମେଷପଲ ଥିଲେ ଏବଂ ସେମାନେ ଯାହା ସବୁ ଶୁଣିଥିଲେ ଓ ଦେଖିଥିଲେ ସେଥିଯୋଗୁଁ ଈଶ୍ଵରଙ୍କର ପ୍ରଶଂସା କରୁଥିଲେ ।

କିଛି ସମୟ ପରେ, ପୂର୍ବ ଦେଶରୁ ଆସିଥିବା ପଣ୍ଡିତଗଣ ଆକାଶରେ ଏକ ଅସ୍ୱାଭାବିକ ତାରା ଦେଖିଲେ ।ସେମାନେ ହୃଦୟଙ୍ଗମ କଲେ ଯେ ଯିହୂଦୀମାନଙ୍କର ନୂତନ ରାଜା ଜନ୍ମ ହେବା ବିଷୟରେ ଏହା ବୁଝାଉଥିଲା ।ତେଣୁ, ସେମାନେ ଏହି ରାଜାଙ୍କୁ ଦେଖିବା ନିମନ୍ତେ ଦୂର ସ୍ଥାନରୁ ଯାତ୍ରା କରି ଆସିଲେ ।ସେମାନେ ବେଥଲିହିମକୁ ଆସିଲେ ଏବଂ ଯୀଶୁ ଓ ତାହାଙ୍କ ପିତାମାତା ଯେଉଁ ଗୃହରେ ରହୁଥିଲେ ସେହି ଗୃହକୁ ପାଇଲେ ।

ପଣ୍ଡିତଗଣ ଯେତେବେଳେ ଯୀଶୁଙ୍କୁ ତାଙ୍କ ମାତାଙ୍କ ସହ ଦେଖିଲେ, ସେମାନେ ଭୂମିଷ୍ଠ ହୋଇ ତାହାଙ୍କୁ ପ୍ରଣାମ କଲେ ।ସେମାନେ ଯୀଶୁଙ୍କୁ ବହୁମୂଲ୍ୟ ଉପହାରଗୁଡିକ ଦେଲେ ।ତା’ପରେ ସେମାନେ ନିଜ ଗୃହକୁ ଫେରି ଆସିଲେ ।

Maklumat berkaitan

Kata-kata Kehidupan - Mesej injil audio dalam beribu-ribu bahasa yang mengandungi mesej berasaskan Alkitab tentang keselamatan dan kehidupan Kristian.

Choosing the audio or video format to download - What audio and video file formats are available from GRN, and which one is best to use?

Copyright and Licensing - GRN shares its audio, video and written scripts under Creative Commons