Хэл сонгоно уу

mic

Хуваалцах

Холбоосыг хуваалцах

QR code for https://globalrecordings.net/script/8709

unfoldingWord 11 - ନିସ୍ତାର ପର୍ବ

unfoldingWord 11 - ନିସ୍ତାର ପର୍ବ

Тойм: Exodus 11:1-12:32

Скриптийн дугаар: 1211

Хэл: Odia / Oriya

Үзэгчид: General

Зорилго: Evangelism; Teaching

Features: Bible Stories; Paraphrase Scripture

Статус: Approved

Скрипт нь бусад хэл рүү орчуулах, бичих үндсэн заавар юм. Тэдгээрийг өөр өөр соёл, хэл бүрт ойлгомжтой, хамааралтай болгохын тулд шаардлагатай бол тохируулсан байх ёстой. Ашигласан зарим нэр томьёо, ухагдахууныг илүү тайлбарлах шаардлагатай эсвэл бүр орлуулах эсвэл бүрмөсөн орхиж болно.

Скрипт Текст

ପରମେଶ୍ଵର ଫାରୋଙ୍କୁ ସତର୍କ କରାଇ କହିଲେ ଯେ ଯଦି ସେ ଇସ୍ରାଏଲୀୟମାନଙ୍କୁ ଯିବାକୁ ନ ଦିଅନ୍ତି, ତେବେ ସେ ମନୁଷ୍ୟ ଓ ପଶୁମାନଙ୍କର ସମସ୍ତ ପ୍ରଥମଜାତକୁ ବଧ କରିବେ । ଫାରୋ ଯେତେବେଳେ ଏହା ଶୁଣିଲେ ସେ ତଥାପି ଏହା ବିଶ୍ଵାସ କରିବା ଏବଂ ଈଶ୍ଵରଙ୍କ ଆଜ୍ଞା ପାଳନ କରିବାକୁ ମନା କଲା ।

ତାହାଙ୍କଠାରେ ଯେଉଁମାନେ ବିଶ୍ଵାସ କଲେ ଇଶ୍ଵର ସେମାନଙ୍କର ପ୍ରଥମଜାତ ପ୍ରତ୍ୟେକଙ୍କୁ ରକ୍ଷା କରିବାର ଏକ ଉପାୟ ଯୋଗାଇଲେ ।ପ୍ରତ୍ୟେକ ପରିବାରକୁ ଏକ ନିଖୁନ୍ତ ମେଷଶାବକ ମନୋନୀତ କରି ତାହାକୁ ବଦ୍ଧ କରିବାକୁ ପଡିଥିଲା ।

ପରମେଶ୍ଵର ଇସ୍ରାଏଲୀୟମାନଙ୍କୁ ମେଷଶାବକର କିଛି ରକ୍ତ ଆଣି ସେମାନଙ୍କ ଗୃହ ଦ୍ବାରର ଚାରିପାଖରେ ଲଗାଇବାକୁ କହିଥିଲେ, ଏବଂ ମାଂସ ପୋଡି କରି ଓ ତାଡିଶୂନ୍ୟ (ତାଡି ମିଶି ନ ଥିବା) ରୋଟି ଶୀଘ୍ର ଖାଇବାକୁ କହିଥିଲେ ।ସେମାନେ ଖାଇ ସାରିଲା ପରେ ମିଶରକୁ ଛାଡିବା ନିମନ୍ତେ ପ୍ରସ୍ତୁତ ହେବାକୁ ମଧ୍ୟ ସେ କହିଥିଲେ ।

ଇଶ୍ଵର ଯେପରି ସେମାନଙ୍କୁ କରିବା ପାଇଁ ଆଜ୍ଞା ଦେଇଥିଲେ ଇସ୍ରାଏଲୀୟମାନେ ସମସ୍ତ କାର୍ଯ୍ୟକୁ କଲେ ।ମଧ୍ୟରାତ୍ରିରେ, ଈଶ୍ଵର ମିଶର ମଧ୍ୟ ଦେଇ ଗମନ କରି ପ୍ରଥମଜାତ ସମସ୍ତଙ୍କୁ ବଧ କଲେ ।

ଇସ୍ରାଏଲୀୟମାନଙ୍କର ଗୃହଗୁଡିକର ଦ୍ଵାର ଚାରିପାଖରେ ରକ୍ତ ଲାଗିଥିଲା, ତେଣୁ ଈଶ୍ଵର ସେଗୁଡିକୁ ଛାଡି ଦେଲେ । ଗୃହ ଭିତରେ ସମସ୍ତେ ସୁରକ୍ଷିତ ଥିଲେ ।ମେଷଶାବକର ରକ୍ତ ଯୋଗୁଁ ସେମାନେ ଉଦ୍ଧାର ପାଇଥିଲେ ।

କିନ୍ତୁ ମିଶରୀୟମାନେ ଈଶ୍ବରଙ୍କୁ ବା ତାହାଙ୍କ ଆଜ୍ଞାଗୁଡିକୁ ବିଶ୍ବାସ କଲେ ନାହିଁ ।ତେଣୁ ଈଶ୍ବର ସେମାନଙ୍କ ଗୃହଗୁଡିକୁ ଛାଡିଲେ ନାହିଁ ।ପରମେଶ୍ଵର ମିଶରୀୟମାନଙ୍କ ପ୍ରତ୍ୟେକ ପ୍ରଥମଜାତକୁ ବଧ କଲେ ।

ପ୍ରତ୍ୟେକ ମିଶରୀୟମାନଙ୍କ ସମସ୍ତ ପ୍ରଥମଜାତ ନରର ମୃତ୍ୟୁ ହେଲା, କାରାଗାରରେ ବନ୍ଦୀର ପ୍ରଥମଜାତଠାରୁ ଫାରୋଙ୍କର ପ୍ରଥମଜାତ ସମସ୍ତେ ମଲେ ।ଅନେକ ମିଶରୀୟ ସେମାନଙ୍କର ଗଭୀର ଦୁଃଖ ଯୋଗୁଁ କ୍ରନ୍ଦନ ଓ ବିଳାପ କରିଥିଲେ।

ସେହି ରାତ୍ରିରେ ଫାରୋ ମୋଶା ଓ ହାରୋଣଙ୍କୁ ଡାକି କହିଲେ “ଇସ୍ରାଏଲୀୟମାନଙ୍କୁ ନେଇ ଶୀଘ୍ର ମିଶର ଛାଡି ପଳାଅ!”ମିଶରୀୟ ଲୋକମାନେ ମଧ୍ୟ ଇସ୍ରାଏଲୀୟମାନଙ୍କୁ ସାଙ୍ଗେ ସାଙ୍ଗେ ମିଶର ଛାଡି ପଳାଇଯିବା ନିମନ୍ତେ ଅନୁରୋଧ କଲେ ।

Холбогдох мэдээлэл

Амьдралын үгс - Аврал ба Христэд итгэгчдийн амьдралын тухай Библид суурилсан мессежийг агуулсан олон мянган хэл дээрх сайн мэдээний аудио мессежүүд.

Copyright and Licensing - GRN shares its audio, video and written scripts under Creative Commons

Choosing the audio or video format to download - What audio and video file formats are available from GRN, and which one is best to use?