ഒരു ഭാഷ തിരഞ്ഞെടുക്കുക

mic

unfoldingWord 33 - କୃଷକର କାହାଣୀ

unfoldingWord 33 - କୃଷକର କାହାଣୀ

രൂപരേഖ: Matthew 13:1-23; Mark 4:1-20; Luke 8:4-15  

മൂലരേഖ (സ്ക്രിപ്റ്റ്) നമ്പർ: 1233

ഭാഷ: Odia / Oriya

പ്രേക്ഷകർ: General

ഉദ്ദേശം: Evangelism; Teaching

Features: Bible Stories; Paraphrase Scripture

അവസ്ഥ: Approved

മറ്റ് ഭാഷകളിലേക്ക് വിവർത്തനം ചെയ്യുന്നതിനും റെക്കോർഡുചെയ്യുന്നതിനുമുള്ള അടിസ്ഥാന മാർഗ്ഗനിർദ്ദേശങ്ങളാണ് സ്ക്രിപ്റ്റുകൾ. ഓരോ വ്യത്യസ്‌ത സംസ്‌കാരത്തിനും ഭാഷയ്‌ക്കും അവ മനസ്സിലാക്കാവുന്നതും പ്രസക്തവുമാക്കുന്നതിന് അവ ആവശ്യാനുസരണം പൊരുത്തപ്പെടുത്തണം. ഉപയോഗിച്ച ചില നിബന്ധനകൾക്കും ആശയങ്ങൾക്കും കൂടുതൽ വിശദീകരണം ആവശ്യമായി വന്നേക്കാം അല്ലെങ്കിൽ രൂപാന്തരപ്പെടുത്തുകയോ പൂർണ്ണമായും ഒഴിവാക്കുകയോ ചെയ്യാം.

മൂലരേഖ (സ്ക്രിപ്റ്റ്) ടെക്സ്റ്റ്

ଦିନେ, ଯୀଶୁ ହ୍ରଦର କୂଳରେ ଏକ ବୃହତ୍ ଜନଗହଳିକୁ ଶିକ୍ଷା ଦେଉଥିଲେ ।ଅନେକ ଲୋକ ଶୁଣିବାକୁ ଯୀଶୁଙ୍କ ନିକଟକୁ ଆସିଲେ ଏବଂ ଲୋକମାନଙ୍କୁ ଯଥା ସ୍ଥାନରେ ଯେପରି ଶିକ୍ଷା ଦେଇପାରିବେ ସେଥିପାଇଁ ସେ କୂଳରେ ଏକ ନୌକା ଉପରେ ବସିଲେ ।ସେ ନୌକାରେ ବସିଲେ ଏବଂ ଲୋକମାନଙ୍କୁ ଶିକ୍ଷା ଦେଲେ ।

ଯୀଶୁ ଏହି କାହାଣୀ କହିଲେ ।“ଜଣେ କୃଷକ କିଛି ବିହନ ବୁଣିବାକୁ ବାହାରିଲେ ।ସେ ଯେତେବେଳେ ହାତରେ ବିହନଗୁଡିକ ବୁଣିବାକୁ ଲାଗିଲେ, କିଛି ବିହନ ରାସ୍ତାରେ ପଡିଲା, ଏବଂ ଚଢେଇମାନେ ଆସି ସେହି ବିହନଗୁଡିକ ଖାଇଦେଲେ ।”

“ଅନ୍ୟ ବିହନଗୁଡିକ ପଥୁରିଆ ଭୁଇଁ ଉପରେ ପଡିଲା, ଯେଉଁଠାରେ ଅଳ୍ପ ମାଟି ଥିଲା ।ପଥୁରିଆ ଭୂଇଁରେ ଥିବା ବିହନ ଅତିଶୀଘ୍ର ଗଜା ହେଲା, କିନ୍ତୁ ସେଗୁଡିକର ଚେର ଗଭୀର ମାଟି ଭିତରକୁ ଯାଇପାରିଲା ନାହିଁ ।ଯେତେବେଳେ ସୂର୍ଯ୍ୟ ଆସିଲା ଓ ଖରା ହେଲା, ଗଛ ଝାଉଁଳିଗଲା ଏବଂ ମରିଗଲା ।”

“ତଥାପି ଅନ୍ୟ ବିହନ କଣ୍ଟାବୁଦାଗୁଡିକ ମଧ୍ୟରେ ପଡିଲା ।ଏହି ସମସ୍ତ ବିହନ ବୃଦ୍ଧି ପାଇବାକୁ ଆରମ୍ଭ କଲା, କିନ୍ତୁ କଣ୍ଟାଗୁଡିକ ସେଗୁଡିକୁ ଚାପି ପକାଇଲା ।ତେଣୁ କଣ୍ଟାଗଛଗୁଡିକ ମଧ୍ୟରେ ଥିବା ଉଦ୍ଭିଦଗୁଡିକ ଯାହା ବିହନରୁ ବୃଦ୍ଧି ହୋଇଥିଲା, କୌଣସି ଶସ୍ୟ ଉତ୍ପନ୍ନ କଲାନାହିଁ ।”

“ଅନ୍ୟ ବିହନଗୁଡିକ ଉତ୍ତମ ଭୂମିରେ ପଡିଲା ।ଯେତେ ବିହନ ବୁଣା ହୋଇଥିଲା, ସେହି ସମସ୍ତ ବିହନଗୁଡିକ ବୃଦ୍ଧି ପାଇ ୩୦, ୬୦ ଓ ଏପରିକି ୧୦୦ ଗୁଣ ପର୍ଯ୍ୟନ୍ତ ଶସ୍ୟ ଫଳିବାକୁ ଲାଗିଲା ।ଯାହାର କାନ ଅଛି, ସେ ଶୁଣୁ!”

ଏହି କାହାଣୀ ବା ଦୃଷ୍ଟାନ୍ତ ଶିଷ୍ୟମାନଙ୍କୁ ଦ୍ୱନ୍ଦରେ ପକାଇଲା ।ତେଣୁ ଯୀଶୁ ବୁଝାଇ କହିଲେ, “ବିହନ ହେଉଛି ଈଶ୍ଵରଙ୍କ ବାକ୍ୟ ।ରାସ୍ତା ହେଉଛି ସେହି ବ୍ୟକ୍ତି ଯିଏ ଈଶ୍ଵରଙ୍କ ବାକ୍ୟ ଶୁଣେ, କିନ୍ତୁ ତାହା ବୁଝିପାରେ ନାହିଁ, ଏବଂ ଶୟତାନ ତାହାଠାରୁ ବାକ୍ୟ ହରଣ କରିନିଏ ।”

“ପଥୁରିଆ ଭୂଇଁ ହେଉଛି ସେହି ବ୍ୟକ୍ତି ଯିଏ ଈଶ୍ଵରଙ୍କ ବାକ୍ୟ ଶୁଣେ ଓ ଆନନ୍ଦରେ ତାହା ଗ୍ରହଣ କରେ ।କିନ୍ତୁ ଯେତେବେଳେ ସେ କଷ୍ଟ ଓ ତାଡନା ଅନୁଭବ କରେ, ସେ ପତିତ ହୋଇଯାଏ ।”

“କଣ୍ଟକ ଭୂଇଁ ହେଉଛି ସେହି ବ୍ୟକ୍ତି ଯିଏ ଈଶ୍ଵରଙ୍କ ବାକ୍ୟ ଶୁଣେ, କିନ୍ତୁ ଯେତେବେଳେ ସମୟ ଆସେ, ଯତ୍ନ ନେବା, ଧନ ଏବଂ ଜୀବନର ସୁଖ ସମୃଦ୍ଧି ଈଶ୍ଵରଙ୍କ ପ୍ରତି ଥିବା ତାହାର ପ୍ରେମକୁ ଚାପି ନିଏ ।”ଫଳ ସ୍ଵରୂପ, ସେ ଯେଉଁ ଶିକ୍ଷା ସେ ଶୁଣିଥାଏ ତାହା ଫଳ ଉତ୍ପନ୍ନ କରେ ନାହିଁ ।”

“କିନ୍ତୁ ଉତ୍ତମ ମାଟି ହେଉଛି ସେହି ବ୍ୟକ୍ତି ଯିଏ ଈଶ୍ଵରଙ୍କ ବାକ୍ୟ ଶୁଣେ, ବିଶ୍ଵାସ କରେ, ଏବଂ ଫଳ ଉତ୍ପନ୍ନ କରେ ।”

ബന്ധപ്പെട്ട വിവരങ്ങൾ

ജീവിതത്തിന്റെ വാക്കുകൾ - രക്ഷയെയും ക്രിസ്തീയ ജീവിതത്തെയും കുറിച്ചുള്ള ബൈബിളധിഷ്ഠിത സന്ദേശങ്ങൾ ഉൾക്കൊള്ളുന്ന ആയിരക്കണക്കിന് ഭാഷകളിലുള്ള ഓഡിയോ സുവിശേഷ സന്ദേശങ്ങൾ.

Choosing the audio or video format to download - What audio and video file formats are available from GRN, and which one is best to use?

Copyright and Licensing - GRN shares its audio, video and written scripts under Creative Commons