Тілді таңдаңыз

mic

Бөлісу

Сілтемені бөлісу

QR code for https://globalrecordings.net/script/8736

unfoldingWord 38 - ଯୀଶୁଙ୍କ ପ୍ରତି ବିଶ୍ଵାସଘାତ ହେଲା

unfoldingWord 38 - ଯୀଶୁଙ୍କ ପ୍ରତି ବିଶ୍ଵାସଘାତ ହେଲା

Контур: Matthew 26:14-56; Mark 14:10-50; Luke 22:1-53; John 18:1-11

Сценарий нөмірі: 1238

Тіл: Odia / Oriya

Аудитория: General

Мақсат: Evangelism; Teaching

Features: Bible Stories; Paraphrase Scripture

Күй: Approved

Сценарийлер басқа тілдерге аудару және жазу үшін негізгі нұсқаулар болып табылады. Оларды әр түрлі мәдениет пен тілге түсінікті және сәйкес ету үшін қажетінше бейімдеу керек. Пайдаланылған кейбір терминдер мен ұғымдар көбірек түсіндіруді қажет етуі немесе тіпті ауыстырылуы немесе толығымен алынып тасталуы мүмкін.

Сценарий мәтіні

ପ୍ରତି ବର୍ଷ ଯିହୂଦୀମାନେ ନିସ୍ତାର ପର୍ବ ପାଳନ କରୁଥିଲେ ।ଏହା ହେଉଛି ସେହି ଉତ୍ସବ ପାଳନ ଯାହାକି ଅନେକ ଶହ ବର୍ଷ ପୂର୍ବରୁ ଈଶ୍ଵର କିପରି ସେମାନଙ୍କର ପୂର୍ବପୁରୁଷମାନଙ୍କୁ ଦାସତ୍ଵ ଅବସ୍ଥାରୁ ଉଦ୍ଧାର କରି ଆଣିଥିଲେ ।ଯୀଶୁ ସର୍ବସାଧାରଣ ଭାବରେ ଏବଂ ପ୍ରଚାର ଶିକ୍ଷା ଆରମ୍ଭ କରିବାର ପ୍ରାୟ ତିନି ବର୍ଷ ପରେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ ଯେ ସେ ସେମାନଙ୍କ ସହ ଯିରୁଶାଲମରେ ନିସ୍ତାରପର୍ବ ପାଳନ କରିବାକୁ ଚାହାନ୍ତି, ଏବଂ ସେଠାରେ ତାଙ୍କୁ ହତ୍ୟା କରାଯିବ ।

ଯୀଶୁଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଯିହୂଦା ନାମକ ଜଣେ ଶିଷ୍ୟ ଥିଲେ ।ଯିହୂଦା ଶିଷ୍ୟମାନଙ୍କ ଟଙ୍କା ଥଳୀର ଦାୟିତ୍ଵରେ ଥିଲା, କିନ୍ତୁ ସେ ଟଙ୍କାକୁ ଭଲ ପାଇଲା ଏବଂ ଅନେକ ସମୟରେ ସେହି ଥଳୀରୁ ଅର୍ଥ (ଟଙ୍କା) ଚୋରି କରୁଥିଲା । ଯୀଶୁ ଓ ତାଙ୍କ ଶିଷ୍ୟମାନେ ଯିରୁଶାଲମରେ ପହଞ୍ଚିବା ପରେ, ଯିହୂଦା ଅର୍ଥ ପ୍ରତିବଦଳରେ ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବା ନିମନ୍ତେ ଯିହୂଦୀ ନେତାମାନଙ୍କ ନିକଟକୁ ଗଲା ।ସେ ଜାଣିଥିଲା ଯେ ଯୀଶୁ ଯେ ଖ୍ରୀଷ୍ଟ, ଏହା ଯିହୂଦୀ ନେତାମାନେ ଅସ୍ଵୀକାର କରୁଥିଲେ ଏବଂ ସେମାନେ ତାଙ୍କୁ (ଯୀଶୁଙ୍କୁ) ହତ୍ୟା କରିବା ପାଇଁ ଯୋଜନା କରୁଥିଲେ ।

ଯିହୂଦୀ ନେତାମାନେ ପ୍ରଧାନ ମହାଯାଜକଙ୍କ ଦ୍ଵ।ରା ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବା ନିମନ୍ତେ ତିରିଶିଗୋଟି ରୁପା ମୁଦ୍ରା ପ୍ରଦାନ କରିଥିଲେ ।ଭାବବାଦୀମାନେ ଭାବବାଣୀ କରିଥିବା ଅନୁସାରେ ଏହା ଘଟିଥିଲା ।ଯିହୂଦା ସେଥିରେ ସହମତି ହୋଇ ଅର୍ଥ ନେଇ ଚାଲିଗଲା ।ସେ ଯେପରି ଯୀଶୁଙ୍କୁ ଧରି ଶତ୍ରୁ ହସ୍ତରେ ସମର୍ପଣ କରିବ ଏଥି ପାଇଁ ସୁଯୋଗ ଖୋଜିବାକୁ ଲାଗିଲା ।

ଯିରୁଶାଲମରେ ଯୀଶୁ ତାଙ୍କ ଶିଷ୍ୟମାନଙ୍କ ସହ ନିସ୍ତାରପର୍ବ ପାଳନ କଲେ ।ନିସ୍ତାରପର୍ବ ଭୋଜନ ସମୟରେ, ଯୀଶୁ ରୋଟୀ ନେଇ ଏହାକୁ ଭାଙ୍ଗିଲେ ।ସେ କହିଲେ “ଏହା ନେଇ ଭୋଜନ କର ।ଏହା ମୋର ଶରୀର, ଯାହା ତୁମ୍ଭମାନଙ୍କ ନିମନ୍ତେ ଦିଆଯାଇଅଛି ।ମୋତେ ସ୍ମରଣ କରିବା ନିମନ୍ତେ ଏହା କର ।”ଏହିପରି ଭାବରେ, ଯୀଶୁ କହିଲେ, ସେମାନଙ୍କ ନିମନ୍ତେ ତାହାଙ୍କ ଶରୀର ବଳୀକୃତ ହେବ ।

ତା’ପରେ ଯୀଶୁ ଏକ ପାନପାତ୍ର ଉଠାଇଲେ ଏବଂ କହିଲେ “ଏହାକୁ ପାନ କର ।ଏହା ମୋହର ନୂତନ ନିୟମର ରକ୍ତ ଅଟେ ଯାହା ପାପକ୍ଷମା ନିମନ୍ତେ ଢାଳି ଦିଆଯାଇଅଛି।ତୁମ୍ଭେ ପ୍ରତ୍ୟେକ ଥର ଏହା ପାନ କରିବା ସମୟରେ ମୋତେ ସ୍ମରଣ କର।”

ତା’ପରେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ “ତୁମ୍ଭମାନଙ୍କ ମଧ୍ୟରୁ ଜଣେ ମୋତେ ବିଶ୍ଵାସଘାତ କରିବ ।”ଶିଷ୍ୟମାନେ ଚକିତ ହୋଇଗଲେ, ଏବଂ ଏପରି ବିଷୟ କିଏ କରିବ ବୋଲି ପଚାରିଲେ ।ଯୀଶୁ କହିଲେ “ମୁଁ ଯେଉଁ ଜଣକୁ ଏହି ରୋଟୀ ଖଣ୍ଡକ ଦେବି ସେ ମତେ ବିଶ୍ବାସଘାତକ ଅଟେ ।”ତା’ପରେ ସେ ସେହି ରୋଟୀ ଯିହୂଦାକୁ ଦେଲେ ।

ଯିହୂଦା ସେହି ରୋଟୀ ଖଣ୍ଡିକ ନେଲା ପରେ, ଶୟତାନ ତା’ ମଧ୍ୟରେ ପ୍ରବେଶ କଲା ।ଯିହୂଦା ସେହି ସ୍ଥାନ ପରିତ୍ୟାଗ କରି ଯୀଶୁଙ୍କୁ ଗିରଫ କରିବା ନିମନ୍ତେ ଯିହୂଦୀ ନେତାମାନଙ୍କୁ ସାହାଯ୍ୟ କରିବା ପାଇଁ ସେମାନଙ୍କ ନିକଟକୁ ଗଲା ।ସେ ସମୟରେ ରାତ୍ରି ହୋଇଥିଲା ।

ଭୋଜନ କଲା ପରେ, ଯୀଶୁ ଏବଂ ତାହାଙ୍କ ଶିଷ୍ୟମାନେ ଜୀତ ପର୍ବତକୁ ଚାଲିଚାଲି ଗଲେ ।ଯୀଶୁ କହିଲେ “ତୁମ୍ଭେ ସମସ୍ତେ ମୋତେ ପରିତ୍ୟାଗ କରିବ ।ଲେଖା ଅଛି “ଆମ୍ଭେ ମେଷପାଳକଙ୍କୁ ପ୍ରହାର କରିବା ଓ ପ୍ରତ୍ୟେକ ମେଷ ଛିନ୍ନଭିନ୍ନ ହୋଇଯିବେ ।

ପିତର ଉତ୍ତର ଦେଲେ “ଯଦିଓ ସମସ୍ତେ ଆପଣଙ୍କୁ ପରିତ୍ୟାଗ କରିବେ, ମୁଁ କରିବି ନାହିଁ!”ତେବେ ଯୀଶୁ ପିତରଙ୍କୁ କହିଲେ “ଶୟତାନ ତୁମ୍ଭ ସମସ୍ତଙ୍କ ସହିତ ରହିବାକୁ ଚାହୁଁଛି, କିନ୍ତୁ ପିତର ତୁମ୍ଭର ବିଶ୍ଵାସ ଯେପରି ଦୁର୍ବଳ ନ ହେବ ଏଥିପାଇଁ ମୁଁ ବିନତି କରିଅଛି ।ଏପରିକି, ଆଜି ରାତି କୁକୁଡା ରାବିବା ପୂର୍ବରୁ ତୁମ୍ଭେ ମୋତେ ତିନି ଥର ଅସ୍ଵୀକାର କରିବ ।”

ତା’ପରେ ପିତର ଯୀଶୁଙ୍କୁ କହିଲେ “ଯଦିଓ ମୋତେ ମରିବାକୁ ହୁଏ, ତଥାପି ମୁଁ କେବେ ହେଁ ଆପଣଙ୍କୁ ଅସ୍ଵୀକାର କରିବି ନାହିଁ !”ଅନ୍ୟ ସମସ୍ତ ଶିଷ୍ୟମାନେ ମଧ୍ୟ ସେହି ପ୍ରକାର କହିଲେ ।

ତା’ ପରେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କ ସହ ଗେଥଶିମନୀ ନାମକ ସ୍ଥାନକୁ ଗଲେ ।ଶିଷ୍ୟମାନେ ଯେପରି ପରୀକ୍ଷାରେ ନ ପଡନ୍ତି ସେଥିନିମନ୍ତେ ଯୀଶୁ ଆପଣା ଶିଷ୍ୟମାନଙ୍କୁ ପ୍ରାର୍ଥନା କରିବାକୁ କହିଲେ ।ତା’ ପରେ ଯୀଶୁ ନିଜେ ପ୍ରାର୍ଥନା କରିବାକୁ ଗଲେ ।

ଯୀଶୁ ତିନି ଥର ପ୍ରାର୍ଥନା କଲେ “ମୋ ପିତା, ଯଦି ସମ୍ଭବ ହୁଏ, ତେବେ କ୍ଲେଶଭୋଗର ଏହି ପାନପାତ୍ର ମୋ ଠାରୁ ଦୂର କର ।କିନ୍ତୁ ଯଦି ଲୋକମାନଙ୍କର ପାପକ୍ଷମା କରିବା ନିମନ୍ତେ ଆଉ କିଛି ଉପାୟ ନ ଥାଏ, ତେବେ ତୁମ୍ଭର ଇଛା ସଫଳ ହେଉ ।”ଯୀଶୁ ଅତ୍ୟନ୍ତ ଦୁଃଖରେ ଭାଙ୍ଗି ପଡିଥିଲେ ଏବଂ ତାହାଙ୍କ ଝାଳ ଘନ ରକ୍ତ ଟୋପା ପରି ଥିଲା ।ଈଶ୍ଵର ତାହାଙ୍କୁ ଧୈର୍ଯ୍ୟ ଧରିବା ପାଇଁ ଜଣେ ଦୂତଙ୍କୁ ତାଙ୍କ ନିକଟକୁ ପଠାଇଲେ ।

ପ୍ରତି ଥର ପ୍ରାର୍ଥନା କରିସାରିବା ପରେ, ଯୀଶୁ ତାଙ୍କ ଶିଷ୍ୟମାନଙ୍କ ନିକଟକୁ ଆସୁଥିଲେ କିନ୍ତୁ ସେମାନେ ନିଦ୍ରାଗ୍ରସ୍ତ ଥିଲେ ।ଯେତେବେଳେ ସେ ତୃତୀୟ ଥର ଆସିଲେ, ଯୀଶୁ କହିଲେ “ଉଠ!ମୋର ବିଶ୍ଵାସଘାତକ ଏହିଠାରେ ଉପସ୍ଥିତ ଅଛି ।”

ଯିହୂଦୀ ନେତାଗଣ, ସୈନ୍ୟଗଣ ଓ ବହୁ ଲୋକ ସହିତ ଯିହୂଦା ଆସିଲା ।ସେମାନେ ଖଣ୍ଡା ଓ ମଶାଲଗୁଡିକ ଧରିଥିଲେ ।ଯିହୂଦା ଯୀଶୁଙ୍କ ନିକଟକୁ ଆସି କହିଲା “ହେ ଗୁରୁ ନମସ୍କାର” ଓ ତାହାଙ୍କୁ ଚୁମ୍ବନ କଲା ।ଯିହୂଦୀ ନେତାମାନେ କାହାକୁ ଗିରଫ କରିବେ ଏହା ତହିଁର ଏକ ଚିହ୍ନ ଥିଲା ।ତା’ପରେ ଯୀଶୁ କହିଲେ “ଯିହୂଦା, ଚୁମ୍ବନ ଦ୍ବାରା କି ତୁମ୍ଭେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରୁଅଛ?”

ଯେତେବେଳେ ସୈନ୍ୟମାନେ ଯୀଶୁଙ୍କୁ ଗିରଫ କଲେ, ପିତର ତାହାଙ୍କ ଖଡ୍ଗ ବାହାର କଲେ ଏବଂ ମହାଯାଜକଙ୍କ ଦାସର କାନ କାଟି ପକାଇଲେ ।ଯୀଶୁ କହିଲେ “ଖଡ୍ଗକୁ ଦୁରରେ ରଖ!ମୋତେ ରକ୍ଷା କରିବା ନିମନ୍ତେ ମୁଁ ମୋ ପିତାଙ୍କୁ ଦୂତମାନଙ୍କର ଏକ ସୈନ୍ୟଦଳକୁ ମାଗିପାରିବି ।କିନ୍ତୁ ମୁଁ ମୋ ପିତାଙ୍କର ଆଜ୍ଞାବହ ହେବା ଉଚିତ୍ ।”ତା’ ପରେ ଯୀଶୁ ସେହି ଲୋକର କାନକୁ ସୁସ୍ଥ କଲେ ।ଯୀଶୁ ଗିରଫ ହେଲା ପରେ ସମସ୍ତ ଶିଷ୍ୟମାନେ ଦୌଡି ପଳାଇଗଲେ ।

Қатысты ақпарат

Өмір сөздері - Құтқару және христиандық өмір туралы Киелі кітапқа негізделген хабарларды қамтитын мыңдаған тілдердегі аудио ізгі хабарлар.

Copyright and Licensing - GRN shares its audio, video and written scripts under Creative Commons

Choosing the audio or video format to download - What audio and video file formats are available from GRN, and which one is best to use?