unfoldingWord 35 - ଦୟାମୟ ପିତାଙ୍କ କାହାଣୀ
მონახაზი: Luke 15
სკრიპტის ნომერი: 1235
Ენა: Odia / Oriya
აუდიტორია: General
მიზანი: Evangelism; Teaching
Features: Bible Stories; Paraphrase Scripture
სტატუსი: Approved
სკრიპტები არის ძირითადი სახელმძღვანელო სხვა ენებზე თარგმნისა და ჩაწერისთვის. ისინი საჭიროებისამებრ უნდა იყოს ადაპტირებული, რათა გასაგები და შესაბამისი იყოს თითოეული განსხვავებული კულტურისა და ენისთვის. ზოგიერთ ტერმინს და ცნებას შეიძლება დასჭირდეს მეტი ახსნა ან ჩანაცვლება ან მთლიანად გამოტოვება.
სკრიპტის ტექსტი
ଦିନେ, ଯୀଶୁ ଅନେକ କର ଗ୍ରାହୀ ମାନଙ୍କୁ ଏବଂ ଅନ୍ୟ ପାପୀ ମାନଙ୍କୁ ଯେଉଁମାନେ ଶୁବାକୁ ଏକତ୍ର ହୋଇଥିଲେ, ଶିକ୍ଷା ଦେଉଥିଲେ ।
ସେଠାରେ ଥିବା କେତେକ ଧର୍ମ ନେତାମାନେ ଯୀଶୁଙ୍କୁ ପାପୀମାନଙ୍କ ସହିତ ବନ୍ଧୁ ଭାବରେ ବ୍ୟବହାର କରୁଥିବାର ଦେଖିଲେ,ଏବଂ ପରସ୍ପର ପ୍ରତି ସେମାନେ ତାଙ୍କ ବିରୁଦ୍ଧରେ ଯୁକ୍ତିତର୍କ କରିବାକୁ ଲାଗିଲେ ।ତେଣୁ ଯୀଶୁ ସେମାନଙ୍କୁ ଏହି କାହାଣୀ କହିଲେ ।
“ଜଣେ ବ୍ୟକ୍ତିଙ୍କର ଦୁଇ ପୁତ୍ର ଥିଲେ ।ସାନ ପୁଅ ବାପାଙ୍କୁ କହିଲା, ‘ବାପା, ସମ୍ପତ୍ତିରେ ଯେଉଁ ଭାଗ ମୋହର ଅଛି ତାହା ମୁଁ ଚାହେଁ!’ତେଣୁ ପିତା ସେହି ଦୁଇ ପୁତ୍ରଙ୍କ ମଧ୍ୟରେ ସମ୍ପତ୍ତି ଭାଗ କଲେ ।”
“ତାଙ୍କ ସାନ ପୁଅ ତାଙ୍କଠାରେ ଥିବା ସମସ୍ତ ଏକାଠି କରି ଦୂର ସ୍ଥାନକୁ ଚାଲିଗଲେ ଏବଂ ମନ୍ଦପୁର୍ଣ୍ଣ ଜୀବନ କାଟିବା ନିମନ୍ତେ ସମ୍ପତ୍ତି ଉଡାଇଦେଲେ ।”
“ତାହା ପରେ, ସାନ ପୁଅ ଯେଉଁ ଦେଶରେ ରହୁଥିଲା ସେହି ଦେଶରେ ଏକ ମହା ଦୁର୍ଭିକ୍ଷ ପଡିଲା, ଏବଂ ଖାଦ୍ୟ କିଣିବା ନିମନ୍ତେ ତା’ ନିକଟରେ ଅର୍ଥ ନ ଥିଲା ।ତେଣୁ ଘୁଷୁରୀ ଖୁଆଇବା କେବଳ କାମ ତାକୁ ମିଳିଲା ।ସେ ଏତେ ଦୟନୀୟ ଏବଂ ଭୋକିଲା ଥିଲା ଯେ ସେ ଘୁଷୁରୀମାନଙ୍କ ଖାଦ୍ୟ ଖାଇବାକୁ ଚାହିଁଲା ।”
“ପରିଶେଷରେ, ସାନ ପୁଅ ନିଜକୁ ନିଜେ କହିଲା ‘ମୁଁ କ’ଣ କରୁଛି?ମୋ ବାପାଙ୍କର ସମସ୍ତ ମୂଲିଆ ମାନଙ୍କ ପାଇଁ ପ୍ରଚୁର ଖାଦ୍ୟ ଅଛି ,ଏବଂ ମୁଁ ଏଠାରେ ଭୋକରେ ମରୁଛି ।ମୁଁ ମୋ ବାପାଙ୍କ ପାଖକୁ ଯିବି ଓ ମୋତେ ତାଙ୍କ ମୂଲିଆଙ୍କ ମଧ୍ୟରୁ ଜଣକ ପରି ରଖିବାକୁ କହିବି ।”
“ତେଣୁ ସାନ ପୁଅ ତାଙ୍କ ପିତାଙ୍କ ନିକଟକୁ ଗୃହକୁ ଫେରିଯିବା ନିମନ୍ତେ ବାହାରିଲା ।ସେ ଯେତେବେଳେ ଦୂର ସ୍ଥାନରେ ଥିଲା, ତା’ ପିତା ଦୂରରୁ ଦେଖି ଦୟାରେ ବିଗଳିତ ହେଲେ ।ସେ ତାଙ୍କ ପୁତ୍ର ନିକଟକୁ ଦୌଡିଯାଇ ଆଲିଙ୍ଗନ ଓ ଚୁମ୍ବନ କଲେ ।”
“ପୁତ୍ର କହିଲେ, ‘ବାପା, ମୁଁ ଈଶ୍ଵରଙ୍କ ବିରୁଦ୍ଧରେ ଓ ତୁମ୍ଭ ବିରୁଦ୍ଧରେ ପାପ କରିଅଛି ।ତୁମ୍ଭ ପୁଅ ବୋଲି ଡକାଯିବାର ମୁଁ ଯୋଗ୍ୟ ନୁହେଁ ।”
“କିନ୍ତୁ ତା’ ପିତା ତାଙ୍କ ଦାସମାନଙ୍କ ମଧ୍ୟରୁ ଜଣକୁ କହିଲେ, ‘ଶୀଘ୍ର ଯାଇ ସବୁଠାରୁ ଉତ୍ତମ ବସ୍ତ୍ର ନେଇ ଆସ ଏବଂ ତାହା ମୋ ପୁତ୍ରଙ୍କୁ ପିନ୍ଧାଅ!ତା’ ଆଙ୍ଗୁଠିରେ ମୁଦି ଓ ପାଦରେ ପାଦୁକା ଦିଅ ।ତା’ପରେ ସବୁଠାରୁ ଉତ୍ତମ ବାଛୁରୀ ମାର ଏବଂ ଆମ୍ଭେ ଭୋଜ ପ୍ରସ୍ତୁତ କରି ଉତ୍ସବ କରିବା, କାରଣ ମୋ ପୁତ୍ର ମୃତ ହୋଇଥିଲା, କିନ୍ତୁ ବର୍ତ୍ତମାନ ସେ ଜୀବିତ ଅଛି!ସେ ହଜିଯାଇଥିଲା, କିନ୍ତୁ ବର୍ତ୍ତମାନ ମିଳିଲା!”
“ତେଣୁ ଲୋକମାନେ ଉତ୍ସବ ପାଳନ କରିବା ଆରମ୍ଭ କଲେ ।ଅଧିକ ସମୟ ହେବା ପୁର୍ବରୁ, କ୍ଷେତରେ କାର୍ଯ୍ୟ କରୁଥିବା ବଡ ପୁଅ ଗୃହକୁ ଆସିଲା ।ସେ ସଙ୍ଗୀତ ଓ ନୃତ୍ୟର ଶବ୍ଦ ଶୁଣିପାରିଲା ଓ କ’ଣ ହୋଇଛି ବୋଲି ଆଚମ୍ବିତ ହେଲା ।”
“ତା’ ସାନ ଭାଇ ଆସିଥିବାରୁ ଯେ ଏହି ସମସ୍ତ ଉତ୍ସବର ଆୟୋଜନ ହୋଇଛି ତାହା ଯେତେବେଳେ ବଡ ପୁଅ ଦେଖିଲା, ସେତେବେଳେ ସେ ଅତି କ୍ରୋଧ ହୋଇଯାଇଥିଲା ଓ ଘର ଭିତରକୁ ଗଲା ନାହିଁ ।ତା’ ପିତା ଆସିଲେ ଏବଂ ସେମାନଙ୍କ ସହ ଉତ୍ସବ ପାଳନ କରିବାକୁ ଅନୁରୋଧ କଲେ, କିନ୍ତୁ ସେ ନାସ୍ତି କଲା ।”
ବଡ ପୁଅ ପିତାଙ୍କୁ କହିଲା “ଏତେ ବର୍ଷ ଧରି ମୁଁ ବିଶ୍ଵସ୍ତ ଭାବରେ ତୁମର କାର୍ଯ୍ୟ କରିଆସିଅଛି!ମୁଁ କେବେ ତୁମର ଅନାଜ୍ଞାବହ ହୋଇନାହିଁ, ତଥାପି ତୁମେ ମୋ ପାଇଁ ଗୋଟିଏ ଛୋଟ ଛେଳି ଛୁଆ ସୁଦ୍ଧା ଦେଲନାହଁ ଯେପରିକି ମୁଁ ମୋହର ବନ୍ଧୁ ମାନଙ୍କ ସହିତ ଉତ୍ସବ କରିପାରିବି । କିନ୍ତୁ ତୁମ୍ଭର ଏହି ଯେଉଁ ପୁତ୍ର କଦାଚାରରେ ତୁମର ସମ୍ପତ୍ତି ସମାପ୍ତ କରି ଗୃହକୁ ଫେରିଲା, ତୁମେ ତା’ ନିମନ୍ତେ ସବୁଠାରୁ ହୃଷ୍ଟପୁଷ୍ଟ ବାଛୁରୀ ମାରିଲ!”
“ପିତା ଉତ୍ତର ଦେଲେ, ‘ପୁଅ, ତୁମେ ସର୍ବଦା ମୋ ସହିତ ଅଛ, ଯେଉଁ ସମସ୍ତ ମୋର ସେହି ସମସ୍ତ ମଧ୍ୟ ତୁମର ।କିନ୍ତୁ ଆମ୍ଭ ପାଇଁ ଉତ୍ସବ ପାଳନ କରିବା ଉଚିତ ଥିଲା, କାରଣ ତୁମର ଭାଇ ମରିଯାଇଥିଲା, କିନ୍ତୁ ବର୍ତ୍ତମାନ ବଞ୍ଚିଛି ।ସେ ହଜିଯାଇଥିଲା, କିନ୍ତୁ ବର୍ତ୍ତମାନ ମିଳିଛି!”