unfoldingWord 24 - ଯୋହନ ଯୀଶୁଙ୍କୁ ବାପ୍ତିସ୍ମ ଦିଅନ୍ତି
მონახაზი: Matthew 3; Mark 1; Luke 3; John 1:15-37
სკრიპტის ნომერი: 1224
Ენა: Odia / Oriya
აუდიტორია: General
მიზანი: Evangelism; Teaching
Features: Bible Stories; Paraphrase Scripture
სტატუსი: Approved
სკრიპტები არის ძირითადი სახელმძღვანელო სხვა ენებზე თარგმნისა და ჩაწერისთვის. ისინი საჭიროებისამებრ უნდა იყოს ადაპტირებული, რათა გასაგები და შესაბამისი იყოს თითოეული განსხვავებული კულტურისა და ენისთვის. ზოგიერთ ტერმინს და ცნებას შეიძლება დასჭირდეს მეტი ახსნა ან ჩანაცვლება ან მთლიანად გამოტოვება.
სკრიპტის ტექსტი
ଯିଖରିୟ ଓ ଇଲିଶାବେଥଙ୍କ ପୁତ୍ର ଯୋହନ ବଢ଼ ହୋଇ ଜଣେ ଭାବବାଦୀ ହେଲେ ।ସେ ପ୍ରାନ୍ତରରେ ବାସ କଲେ, ବନ ମଧୁ ଓ ପଙ୍ଗପାଳ ଖାଉଥିଲେ, ଏବଂ ଓଟ ଲୋମର ପୋଷାକ ପିନ୍ଧୁଥିଲେ ।
ଅନେକ ଲୋକ ଯୋହନଙ୍କ କଥା ଶୁଣିବା ନିମନ୍ତେ ପ୍ରାନ୍ତରକୁ ଆସୁଥିଲେ ।ସେ ସେମାନଙ୍କୁ ପ୍ରଚାର କରି କହିଲେ “ମନପରିବର୍ତ୍ତନ କର, କାରଣ ଈଶ୍ଵରଙ୍କ ରାଜ୍ୟ ସନ୍ନିକଟ!”
ଲୋକମାନେ ଯେତେବେଳେ ଯୋହନଙ୍କ ବାର୍ତ୍ତା ଶୁଣିଲେ, ସେମାନଙ୍କ ମଧ୍ୟରୁ ଅନେକେ ସେମାନଙ୍କ ପାପରୁ ପରିବର୍ତ୍ତିତ ହେଲେ, ଏବଂ ଯୋହନ ସେମାନଙ୍କୁ ବାପ୍ତିଜିତ କଲେ ।ଅନେକ ଧାର୍ମିକ ନେତା ମଧ୍ୟ ଯୋହନଙ୍କ ଦ୍ଵାରା ବାପ୍ତିଜିତ ହେବା ନିମନ୍ତେ ଆସିଲେ, କିନ୍ତୁ ସେମାନେ ମନ ପରିବର୍ତ୍ତନ କରିନଥିଲେ କିମ୍ବା ସେମାନଙ୍କ ପାପ ସ୍ଵୀକାର କରିନଥିଲେ ।
ଯୋହନ ସେହି ଧାର୍ମିକ ନେତାମାନଙ୍କୁ କହିଲେ “ହେ କାଳ ସର୍ପର ବଂଶ!ଅନୁତାପ କର ଓ ତୁମ୍ଭମାନଙ୍କ ବ୍ୟବହାର ପରିବର୍ତ୍ତନ କର ।ଯେକୌଣସି ବୃକ୍ଷ ଭଲ ଫଳ ନ ଫଳେ ତାହା କାଟି ଦିଆଯିବ ଏବଂ ନିଆଁରେ ଫୋପାଡି ଦିଆଯିବ ।”ଭାବବାଦୀମାନେ ଯାହା ଯାହା ତାହାଙ୍କ ବିଷୟରେ କହିଥିଲେ ଯୋହନ ତାହା ସଫଳ କଲେ “ଦେଖ, ମୁଁ ତୁମ୍ଭ ଆଗରେ ମୋ ଦୂତବାହିନୀକୁ ପ୍ରେରଣ କରୁଅଛି ଯିଏ ତୁମ୍ଭର ପଥ ପ୍ରସ୍ତୁତ କରିବେ ।”
କିଛି ଯିହୂଦୀମାନେ ଯୋହନଙ୍କୁ ସେ ଖ୍ରୀଷ୍ଟ କି ବୋଲି ପଚାରିଲେ ।ଯୋହନ ଉତ୍ତର ଦେଲେ “ମୁଁ ଖ୍ରୀଷ୍ଟ ନୁହେଁ, କିନ୍ତୁ ମୋ ପରେ ଜଣେ ଆସୁଅଛନ୍ତି । ସେ ଏତେ ମହାନ୍ ଯେ ତାହାଙ୍କ ପାଦୁକାର ବନ୍ଧନ ଫିଟାଇବାକୁ ମୁଁ ଯୋଗ୍ୟ ନୁହେଁ ।”
ପରଦିନ ଯୋହନଙ୍କ ଦ୍ଵାରା ବାପ୍ତିଜିତ ହେବା ନିମନ୍ତେ ଯୀଶୁ ଆସିଲେ ।ଯୋହନ ଯେତେବେଳେ ତାହାଙ୍କୁ ଦେଖିଲେ, ସେ କହିଲେ “ଏହି ଦେଖ!ଈଶ୍ଵରଙ୍କ ମେଷଶାବକ ଯିଏ ଜଗତର ପାପ ଭାର ବୋହିନେଇ ଯାଆନ୍ତି ।”
ଯୋହନ ଯୀଶୁଙ୍କୁ କହିଲେ “ତୁମକୁ ବାପ୍ତିସ୍ମ ଦେବା ନିମନ୍ତେ ମୁଁ ଯୋଗ୍ୟ ନୁହେଁ ।ବରଂ ତୁମେ ମୋତେ ବାପ୍ତିସ୍ମ ଦେବା ଉଚିତ୍ ।”କିନ୍ତୁ ଯୀଶୁ କହିଲେ “ତୁମ୍ଭେ ମୋତେ ବାପ୍ତିସ୍ମ ଦେବା ଆବଶ୍ୟକ, କାରଣ ଏହିପ୍ରକାରେ ସମସ୍ତ ଧାର୍ମିକତା ସମ୍ପୂର୍ଣ୍ଣ ହେବ ତେଣୁ ଯୋହନ ତାହାଙ୍କୁ ବାପ୍ତିଜିତ କଲେ, ଯଦିଓ ଯୀଶୁ କେବେ ପାପ କରିନଥିଲେ ।
ବାପ୍ତିଜିତ ହେଲାପରେ ଯେତେବେଳେ ଯୀଶୁ ଜଳରୁ ଉଠି ଆସିଲେ, ଈଶ୍ବରଙ୍କ ଆତ୍ମା ଏକ କପୋତ ରୂପରେ ଦେଖାଦେଇଥିଲେ ଏବଂ ଏହା ତଳକୁ ଆସି ତାଙ୍କ ଉପରେ ଅବତରଣ (ବସିଲା) କଲା ।ସେହି ସମୟରେ, ଈଶ୍ଵରଙ୍କ ରବ ଆକାଶରୁ ଶୁଣାଗଲା ଏବଂ କହିଲେ, “ତୁମ୍ଭେ ଆମ୍ଭର ପ୍ରିୟ ପୁତ୍ର ଯାହାଙ୍କଠାରେ ଆମ୍ଭର ପରମ ସନ୍ତୋଷ ।”
ଈଶ୍ଵର ଯୋହନଙ୍କୁ କହିଥିଲେ “ତୁମ୍ଭେ ଯାହାଙ୍କୁ ବାପ୍ତିସ୍ମ ଦେବ ତାଙ୍କ ଉପରେ ପବିତ୍ର ଆତ୍ମା ଅବତରଣ ହେବେ ଏବଂ ରହିବେ ।ସେହି ବ୍ୟକ୍ତି ଈଶ୍ଵରଙ୍କ ପୁତ୍ର ଅଟନ୍ତି ।”କେବଳ ଏକମାତ୍ର ଈଶ୍ଵର ଅଛନ୍ତି।କିନ୍ତୁ ଯୋହନ ଯେତେବେଳେ ଯୀଶୁଙ୍କୁ ବାପ୍ତିସ୍ମ ଦେଲେ, ସେ ପିତା କଥା କହୁଥିବାର ଶୁଣିଲେ, ଈଶ୍ଵରଙ୍କ ପୁତ୍ର ଯୀଶୁଙ୍କୁ ଦେଖିଲେ, ଏବଂ ପବିତ୍ରଆତ୍ମାଙ୍କୁ ଦେଖିଲେ ।