Válasszon nyelvet

mic

Részvény

Hivatkozás megosztása

QR code for https://globalrecordings.net/script/8731

unfoldingWord 33 - କୃଷକର କାହାଣୀ

unfoldingWord 33 - କୃଷକର କାହାଣୀ

Áttekintés: Matthew 13:1-23; Mark 4:1-20; Luke 8:4-15  

Szkript száma: 1233

Nyelv: Odia / Oriya

Közönség: General

Célja: Evangelism; Teaching

Features: Bible Stories; Paraphrase Scripture

Állapot: Approved

A szkriptek alapvető irányelvek a más nyelvekre történő fordításhoz és rögzítéshez. Szükség szerint módosítani kell őket, hogy érthetőek és relevánsak legyenek az egyes kultúrák és nyelvek számára. Egyes használt kifejezések és fogalmak további magyarázatot igényelhetnek, vagy akár le is cserélhetők vagy teljesen kihagyhatók.

Szkript szövege

ଦିନେ, ଯୀଶୁ ହ୍ରଦର କୂଳରେ ଏକ ବୃହତ୍ ଜନଗହଳିକୁ ଶିକ୍ଷା ଦେଉଥିଲେ ।ଅନେକ ଲୋକ ଶୁଣିବାକୁ ଯୀଶୁଙ୍କ ନିକଟକୁ ଆସିଲେ ଏବଂ ଲୋକମାନଙ୍କୁ ଯଥା ସ୍ଥାନରେ ଯେପରି ଶିକ୍ଷା ଦେଇପାରିବେ ସେଥିପାଇଁ ସେ କୂଳରେ ଏକ ନୌକା ଉପରେ ବସିଲେ ।ସେ ନୌକାରେ ବସିଲେ ଏବଂ ଲୋକମାନଙ୍କୁ ଶିକ୍ଷା ଦେଲେ ।

ଯୀଶୁ ଏହି କାହାଣୀ କହିଲେ ।“ଜଣେ କୃଷକ କିଛି ବିହନ ବୁଣିବାକୁ ବାହାରିଲେ ।ସେ ଯେତେବେଳେ ହାତରେ ବିହନଗୁଡିକ ବୁଣିବାକୁ ଲାଗିଲେ, କିଛି ବିହନ ରାସ୍ତାରେ ପଡିଲା, ଏବଂ ଚଢେଇମାନେ ଆସି ସେହି ବିହନଗୁଡିକ ଖାଇଦେଲେ ।”

“ଅନ୍ୟ ବିହନଗୁଡିକ ପଥୁରିଆ ଭୁଇଁ ଉପରେ ପଡିଲା, ଯେଉଁଠାରେ ଅଳ୍ପ ମାଟି ଥିଲା ।ପଥୁରିଆ ଭୂଇଁରେ ଥିବା ବିହନ ଅତିଶୀଘ୍ର ଗଜା ହେଲା, କିନ୍ତୁ ସେଗୁଡିକର ଚେର ଗଭୀର ମାଟି ଭିତରକୁ ଯାଇପାରିଲା ନାହିଁ ।ଯେତେବେଳେ ସୂର୍ଯ୍ୟ ଆସିଲା ଓ ଖରା ହେଲା, ଗଛ ଝାଉଁଳିଗଲା ଏବଂ ମରିଗଲା ।”

“ତଥାପି ଅନ୍ୟ ବିହନ କଣ୍ଟାବୁଦାଗୁଡିକ ମଧ୍ୟରେ ପଡିଲା ।ଏହି ସମସ୍ତ ବିହନ ବୃଦ୍ଧି ପାଇବାକୁ ଆରମ୍ଭ କଲା, କିନ୍ତୁ କଣ୍ଟାଗୁଡିକ ସେଗୁଡିକୁ ଚାପି ପକାଇଲା ।ତେଣୁ କଣ୍ଟାଗଛଗୁଡିକ ମଧ୍ୟରେ ଥିବା ଉଦ୍ଭିଦଗୁଡିକ ଯାହା ବିହନରୁ ବୃଦ୍ଧି ହୋଇଥିଲା, କୌଣସି ଶସ୍ୟ ଉତ୍ପନ୍ନ କଲାନାହିଁ ।”

“ଅନ୍ୟ ବିହନଗୁଡିକ ଉତ୍ତମ ଭୂମିରେ ପଡିଲା ।ଯେତେ ବିହନ ବୁଣା ହୋଇଥିଲା, ସେହି ସମସ୍ତ ବିହନଗୁଡିକ ବୃଦ୍ଧି ପାଇ ୩୦, ୬୦ ଓ ଏପରିକି ୧୦୦ ଗୁଣ ପର୍ଯ୍ୟନ୍ତ ଶସ୍ୟ ଫଳିବାକୁ ଲାଗିଲା ।ଯାହାର କାନ ଅଛି, ସେ ଶୁଣୁ!”

ଏହି କାହାଣୀ ବା ଦୃଷ୍ଟାନ୍ତ ଶିଷ୍ୟମାନଙ୍କୁ ଦ୍ୱନ୍ଦରେ ପକାଇଲା ।ତେଣୁ ଯୀଶୁ ବୁଝାଇ କହିଲେ, “ବିହନ ହେଉଛି ଈଶ୍ଵରଙ୍କ ବାକ୍ୟ ।ରାସ୍ତା ହେଉଛି ସେହି ବ୍ୟକ୍ତି ଯିଏ ଈଶ୍ଵରଙ୍କ ବାକ୍ୟ ଶୁଣେ, କିନ୍ତୁ ତାହା ବୁଝିପାରେ ନାହିଁ, ଏବଂ ଶୟତାନ ତାହାଠାରୁ ବାକ୍ୟ ହରଣ କରିନିଏ ।”

“ପଥୁରିଆ ଭୂଇଁ ହେଉଛି ସେହି ବ୍ୟକ୍ତି ଯିଏ ଈଶ୍ଵରଙ୍କ ବାକ୍ୟ ଶୁଣେ ଓ ଆନନ୍ଦରେ ତାହା ଗ୍ରହଣ କରେ ।କିନ୍ତୁ ଯେତେବେଳେ ସେ କଷ୍ଟ ଓ ତାଡନା ଅନୁଭବ କରେ, ସେ ପତିତ ହୋଇଯାଏ ।”

“କଣ୍ଟକ ଭୂଇଁ ହେଉଛି ସେହି ବ୍ୟକ୍ତି ଯିଏ ଈଶ୍ଵରଙ୍କ ବାକ୍ୟ ଶୁଣେ, କିନ୍ତୁ ଯେତେବେଳେ ସମୟ ଆସେ, ଯତ୍ନ ନେବା, ଧନ ଏବଂ ଜୀବନର ସୁଖ ସମୃଦ୍ଧି ଈଶ୍ଵରଙ୍କ ପ୍ରତି ଥିବା ତାହାର ପ୍ରେମକୁ ଚାପି ନିଏ ।”ଫଳ ସ୍ଵରୂପ, ସେ ଯେଉଁ ଶିକ୍ଷା ସେ ଶୁଣିଥାଏ ତାହା ଫଳ ଉତ୍ପନ୍ନ କରେ ନାହିଁ ।”

“କିନ୍ତୁ ଉତ୍ତମ ମାଟି ହେଉଛି ସେହି ବ୍ୟକ୍ତି ଯିଏ ଈଶ୍ଵରଙ୍କ ବାକ୍ୟ ଶୁଣେ, ବିଶ୍ଵାସ କରେ, ଏବଂ ଫଳ ଉତ୍ପନ୍ନ କରେ ।”

Kapcsolódó információ

Az Élet Szavai - Hangos evangéliumi üzenetek több ezer nyelven, amelyek Biblián alapuló üzeneteket tartalmaznak az üdvösségről és a keresztény életről.

Copyright and Licensing - GRN shares its audio, video and written scripts under Creative Commons

Choosing the audio or video format to download - What audio and video file formats are available from GRN, and which one is best to use?