Choisir une langue

mic

Partagez

Partagez le lien

QR code for https://globalrecordings.net/script/8712

unfoldingWord 14 - ମରୁଭୁମିର ପ୍ରାନ୍ତରରେ ଭ୍ରମଣ

unfoldingWord 14 - ମରୁଭୁମିର ପ୍ରାନ୍ତରରେ ଭ୍ରମଣ

Grandes lignes: Exodus 16-17; Numbers 10-14; 20; 27; Deuteronomy 34

Numéro de texte: 1214

Langue: Odia / Oriya

Audience: General

Objectif: Evangelism; Teaching

Caractéristiques: Bible Stories; Paraphrase Scripture

Statut: Approved

Les scripts sont des directives de base pour la traduction et l'enregistrement dans d'autres langues. Ils doivent être adaptés si nécessaire afin de les rendre compréhensibles et pertinents pour chaque culture et langue différente. Certains termes et concepts utilisés peuvent nécessiter plus d'explications ou même être remplacés ou complètement omis.

Corps du texte

ପରମେଶ୍ଵର ଇସ୍ରାଏଲୀୟମାନଙ୍କୁ ନିୟମଗୁଡିକ, ଯାହା ସେ ସେମାନଙ୍କୁ ତାଙ୍କ ସହିତ ଚୁକ୍ତିର ଏକ ଭାଗ ହୋଇ ଭାବରେ ପାଳନ କରିବା ପାଇଁ ଚାହୁଥିଲେ, କହିବା ଉତ୍ତାରେ ସେମାନେ ସୀନୟ ପର୍ବତରୁ ବାହାରିଲେ ।ଈଶ୍ବର ସେମାନଙ୍କୁ ପ୍ରତିଜ୍ଞାତ ଦେଶ ଆଡକୁ କଢାଇ ନେବାକୁ ଆରମ୍ଭ କଲେ, ଯେଉଁ ଦେଶକୁ କିଣାନ କୁହାଯାଉଥିଲା ।ମେଘର ସ୍ତମ୍ଭ ସେମାନଙ୍କ ଆଗେ ଆଗେ କିଣାନ ଆଡକୁ ଯାଉଥିଲା ଏବଂ ସେମାନେ ତାହାର ପଛେ ପଛେ ଚାଲୁଥିଲେ ।

ପରମେଶ୍ଵର ଅବ୍ରହାମ, ଇସହାକ୍ ଓ ଯାକୁବଙ୍କୁ ପ୍ରତିଜ୍ଞା କରିଥିଲେ, ଯେ ସେ ପ୍ରତିଜ୍ଞାତ ଦେଶ ସେମାନଙ୍କ ବଂଶଧରମାନଙ୍କୁ ଦେବେ, କିନ୍ତୁ ବର୍ତ୍ତମାନ ସେହି ସ୍ଥାନରେ ଅନେକ ଲୋକମାନଙ୍କ ଦଳ ବାସ କରୁଥିଲେ ।ସେମାନଙ୍କୁ କିଣାନୀୟ କୁହାଯାଉଥିଲା ।କିଣାନୀୟମାନେ ଈଶ୍ଵରଙ୍କର ଉପାସନା କରୁ ନଥିଲେ କିମ୍ବା ତାଙ୍କ ଆଜ୍ଞାବହ ହେଉନଥିଲେ ।ସେମାନେ ଭ୍ରାନ୍ତ ଦେବଗଣକୁ ଉପାସନା କରୁଥିଲେ ଏବଂ ଅନେକ ମନ୍ଦ କାର୍ଯ୍ୟଗୁଡିକ କରୁଥିଲେ ।

ଈଶ୍ଵର ଇସ୍ରାଏଲୀୟମାନଙ୍କୁ କହିଲେ “ପ୍ରତିଜ୍ଞାତ ଦେଶରେ ତୁମ୍ଭେମାନେ ସମସ୍ତ କିଣାନୀୟ ମାନଙ୍କଠାରୁ ତ୍ରାହି ପାଇବା ଉଚିତ୍ । ସେମାନଙ୍କ ସହ ଶାନ୍ତି ସ୍ଥାପନ କରନାହିଁ କିମ୍ବା ସେମାନଙ୍କୁ ବିବାହ କରନାହିଁ ।ତୁମ୍ଭେମାନେ ସେ ସମସ୍ତଙ୍କର ପ୍ରତିମାଗୁଡିକୁ ସମ୍ପୂର୍ଣ୍ଣ ଭାବରେ ବିନଷ୍ଟ କରିବ ।ଯଦି ତୁମ୍ଭେମାନେ ମୋର ଆଜ୍ଞାବହ ହେବନାହିଁ, ମୋ ବଦଳରେ ତୁମ୍ଭେମାନେ ସେମାନଙ୍କର ପ୍ରତିମାଗୁଡିକର ଉପାସନା କରିବ ନାହିଁ ।”

ଇଶ୍ରାୟେଲୀୟମାନେ ଯେତେବେଳେ କିଣାନୀୟମାନଙ୍କ ସୀମାରେ ପହଞ୍ଚିଲେ, ସେତେବେଳେ ମୋଶା ପ୍ରତି ଜାତିରୁ ଜଣ ଜଣ କରି ବାର ପୁରୁଷ ମାନଙ୍କୁ ମନୋନୀତ କଲେ ।ସେ ଲୋକମାନଙ୍କୁ ସେହି ଦେଶକୁ ଯାଇ ତାହା ଦେଖିବାକୁ କିପରି ଅଟେ ତାହା ଗୁପ୍ତରେ ଦେଖି ଆସିବା ପାଇଁ ମନ୍ତ୍ରଣା ଦେଇଥିଲେ ।କିଣାନୀୟମାନେ ବଳିଷ୍ଠ ବା ଦୁର୍ବଳ ଥିଲେ ତାହାର ମଧ୍ୟ ଅନୁସନ୍ଧାନ କରିବା ନିମନ୍ତେ ସେମାନଙ୍କୁ କୁହାଯାଇଥିଲା ।

ସେହି ବାରଜଣ କିଣାନ ସାରା ଚାଳିଶ ଦିନ ଭ୍ରମଣ କରି ଫେରିଆସିଲେ ।ସେମାନେ ଲୋକମାନଙ୍କୁ କହିଲେ “ସେହି ଦେଶ ଅତି ଉର୍ବର ଏବଂ ସେଥିରେ ବହୁତ ଫଳ ଫଳେ!”କିନ୍ତୁ ସେହି ଅନୁସନ୍ଧାନକାରୀମାନଙ୍କ ମଧ୍ୟରୁ ଦଶଜଣ କହିଲେ “ତହିଁର ନଗରଗୁଡିକ ଅତି ଦୃଢ ଏବଂ ସେଥିର ଲୋକମାନେ ବିରାଟକାୟ ଅଟନ୍ତି !ଯଦି ଆମେ ସେମାନଙ୍କୁ ଆକ୍ରମଣ କରିବୁ, ସେମାନେ ନିଶ୍ଚୟ ଆମ୍ଭମାନଙ୍କୁ ପରାସ୍ତ କରି ଆମ୍ଭମାନଙ୍କୁ ହତ୍ୟା କରିବେ!”

ତତ୍କାଣତ୍ ଅନ୍ୟ ଦୁଇଜଣ ଗୁପ୍ତଚର କାଲେବ ଓ ଯିହୋଶୂୟ କହିଲେ “ଏହା ସତ୍ୟ ଯେ କିଣାନର ଲୋକମାନେ ଦୀର୍ଘକାୟ ଓ ବଳିଷ୍ଠ ଅଟନ୍ତି, କିନ୍ତୁ ଆମେ ସେମାନଙ୍କୁ ନିଶ୍ଚୟ ପରାଜୟ କରିବା!ଈଶ୍ଵର ଆମ୍ଭମାନଙ୍କ ପକ୍ଷରୁ ଯୁଦ୍ଧ କରିବେ!”

କିନ୍ତୁ ଲୋକମାନେ କାଲେବ ଓ ଯିହୋଶୂୟଙ୍କ କଥା ଶୁଣିଲେ ନାହିଁ ।ସେମାନେ ମୋଶା ଓ ହାରୋଣଙ୍କ ପ୍ରତି କ୍ରୋଧ କରି କହିଲେ “ତୁମ୍ଭେ କାହିଁକି ଆମ୍ଭମାନଙ୍କୁ ଏପରି ଏକ ଭୟଙ୍କର ସ୍ଥାନକୁ ଆଣିଛ?ଆମେ ଯୁଦ୍ଧକ୍ଷେତ୍ରରେ ମରିବା ଠାରୁ ବରଂ ମିଶରରେ ରହିବା ଉଚିତ୍ ଥିଲା ଓ ଆମ୍ଭମାନଙ୍କ ସ୍ତ୍ରୀମାନେ ଓ ପିଲାମାନେ ଦାସୀ ଭାବରେ ରହିଥାନ୍ତେ ।”ଲୋକମାନେ ସେମାନଙ୍କ ନିମନ୍ତେ ଅନ୍ୟ ଜଣେ ନେତା ମନୋନୀତ କରିବାକୁ ଚାହିଁଲେ ଯିଏକି ସେମାନଙ୍କୁ ପୁନର୍ବାର ମିଶରକୁ ନେଇଯିବେ ।

ଈଶ୍ବର ଅତିଶୟ କ୍ରୋଧ କଲେ ଏବଂ ସମାଗମ ତମ୍ବୁକୁ ଆସିଲେ ।ଈଶ୍ଵର କହିଲେ “ଯେହେତୁ ତୁମ୍ଭେ ମୋ ବିରୁଦ୍ଧରେ ବିଦ୍ରୋହ କରିଅଛ, ସେଥିଯୋଗୁଁ ସମସ୍ତ ଲୋକମାନେ ପ୍ରାନ୍ତରରେ ପଥଭ୍ରଷ୍ଟ ଭାବେ ଭ୍ରମଣ କରିବାକୁ ପଡିବ ।ଯିହୋଶୂୟ ଓ କାଲେବଙ୍କ ବ୍ୟତୀତ ପ୍ରତ୍ୟେକ କୋଡିଏ ବର୍ଷ ବା ଉର୍ଦ୍ଧ ସମସ୍ତେ ସେଠାରେ ମରିବେ ଏବଂ ସେମାନେ ପ୍ରତିଜ୍ଞାତ ଦେଶରେ କଦାପି ପ୍ରବେଶ କରିବେ ନାହିଁ ।”

ଲୋକମାନେ ଯେତେବେଳେ ଏହା ଶୁଣିଲେ, ସେତେବେଳେ ସେମାନେ ଯେ ପାପ କରିଅଛନ୍ତି ସେଥିଯୋଗୁଁ ଦୁଃଖ ପ୍ରକାଶ କଲେ ।ସେମାନେ ସେମାନଙ୍କ ଖଡ୍ଗଗୁଡିକ ନେଇ କିଣାନରେ ଥିବା ଲୋକମାନଙ୍କୁ ଆକ୍ରମଣ କରିବାକୁ ବାହାରିଲେ ।ମୋଶା ସେମାନଙ୍କୁ ଯିବା ନିମନ୍ତେ ମନା କଲେ କାରଣ ଈଶ୍ଵର ସେମାନଙ୍କ ସହିତ ନ ଥିଲେ, କିନ୍ତୁ ସେମାନେ ତାଙ୍କ କଥା ଶୁଣିଲେ ନାହିଁ ।

ଈଶ୍ଵର ସେହି ଯୁଦ୍ଧକ୍ଷେତ୍ରକୁ ସେମାନଙ୍କ ସହ ଗଲେ ନାହିଁ, ତେଣୁ ସେମାନେ ପରାସ୍ତ ହେଲେ ଓ ସେମାନଙ୍କ ମଧ୍ୟରୁ ଅଧିକାଂଶ ନିହତ ହେଲେ ।ତା’ପରେ ଇସ୍ରାଏଲୀୟମାନେ କିଣାନରୁ ମୁହଁମୋଡି ପ୍ରାନ୍ତରରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ଭ୍ରମଣ କଲେ ।

ଇସ୍ରାଏଲର ଲୋକମାନେ ପ୍ରାନ୍ତରରେ ଭ୍ରମଣ କରିବାର ଚାଳିଶ ବର୍ଷ ସମୟରେ ଈଶ୍ଵର ସେମାନଙ୍କୁ ସମସ୍ତ ଆବଶ୍ୟକୀୟ ବିଷୟ ଯୋଗାଇଲେ ।ସେ “ମାନ୍ନା” ନାମରେ ଜଣାଶୁଣା ସ୍ଵର୍ଗୀୟ ଖାଦ୍ୟ ଦେଲେ ।ଆହୁରି ସେ ସେମାନଙ୍କ ବସତି ସ୍ଥାନକୁ କୁଢ କୁଢ ଭାଟୋଇ ପକ୍ଷୀ ପଠାଇଲେ (ଯାହାସବୁ ମଧ୍ୟମ ଧରଣର ପକ୍ଷୀ ଥିଲା) ଯେପରିକି ସେମାନେ ଖାଇବା ନିମନ୍ତେ ମାଂସ ପାଇପାରିବେ ।ଏହି ସମସ୍ତ ସମୟ ମଧ୍ୟରେ, ଇଶ୍ଵର ସେମାନଙ୍କର ପିନ୍ଧିବା ବସ୍ତ୍ର ଓ ପାଦୁକାଗୁଡିକ ଜୀର୍ଣ୍ଣ ହେବାକୁ ଦେଲେନାହିଁ ।

ଈଶ୍ଵର ଏପରିକି ଆଶ୍ଚର୍ଯ୍ୟଜନକ ଭାବେ ପଥରରୁ ସେମାନଙ୍କୁ ଜଳ ଦେଲେ ।କିନ୍ତୁ ଏହି ସମସ୍ତ କାର୍ଯ୍ୟ ସତ୍ତ୍ବେ, ଇଶ୍ରାୟେଲୀୟ ଲୋକମାନେ ଈଶ୍ବର ଓ ମୋଶାଙ୍କ ବିରୁଦ୍ଧରେ ଅଭିଯୋଗ କଲେ ମନେ ମନେ ବଚସା କଲେ ।ଏପରି ହେବା ସତ୍ତ୍ବେ ଈଶ୍ଵର ଅବ୍ରହାମ, ଇସହାକ୍ଓ ଯାକୁବଙ୍କ ସହ କରିଥିବା ପ୍ରତିଜ୍ଞା ପ୍ରତି ବିଶ୍ବସ୍ତ ଥିଲେ ।

ଅନ୍ୟ ଏକ ସମୟରେ, ଲୋକମାନେ ଯେତେବେଳେ ଜଳ ପାଇଲେ ନାହିଁ, ଈଶ୍ବର ମୋଶାଙ୍କୁ କହିଲେ “ସେହି ପଥରକୁ କଥା କୁହ ଓ ତହିଁରୁ ଜଳ ବାହାରିବ ।” କିନ୍ତୁ ମୋଶା ପଥରକୁ କଥା କହିବା ପରିବର୍ତ୍ତେ ଦୁଇଥର ବାଡିରେ ଆଘାତ କରିବା ଦ୍ବାରା ସମସ୍ତ ଲୋକଙ୍କ ସମ୍ମୁଖରେ ଈଶ୍ବରଙ୍କର ଅସମ୍ମାନ କଲେ ।ସମସ୍ତେ ଯେପରି ଜଳପାନ କରିବେ ସେଥିପାଇଁ ଜଳ ବାହାରି ଆସିଲା, କିନ୍ତୁ ଈଶ୍ଵର ମୋଶାଙ୍କ ଉପରେ କ୍ରୋଧ ଥିଲେ ଏବଂ ସେ କହିଲେ “ତୁମ୍ଭେ ପ୍ରତିଜ୍ଞାତ ଦେଶରେ ପ୍ରବେଶ କରିପାରିବ ନାହିଁ ।”

ଇସ୍ରାଏଲୀୟମାନେ ଚାଳିଶ ବର୍ଷ ପ୍ରାନ୍ତରରେ ଭ୍ରମଣ କଲା ଉତ୍ତାରେ, ଈଶ୍ବରଙ୍କ ବିରୁଦ୍ଧରେ ଯେତେଜଣ ବିଦ୍ରୋହ କରିଥିଲେ, ସମସ୍ତେ ମରିଗଲେ ।ତା’ପରେ ଈଶ୍ଵର ପୁନର୍ବାର ପ୍ରତିଜ୍ଞାତ ଦେଶର ପ୍ରାନ୍ତକୁ ସେମାନଙ୍କୁ ନେଇଯାଇଥିଲେ ।ମୋଶା ବର୍ତ୍ତମାନ ଅତି ବୃଦ୍ଧ ହୋଇଯାଇଥିଲେ, ତେଣୁ ଲୋକମାନଙ୍କୁ ପଥ କଢାଇବା ପାଇଁ ତାଙ୍କୁ ସାହାଯ୍ୟ କରିବା ନିମନ୍ତେ ସେ ଯିହୋଶୂୟଙ୍କୁ ମନୋନୀତ କଲେ । ଈଶ୍ଵର ମୋଶାଙ୍କୁ ଆଉ ଏକ ପ୍ରତିଜ୍ଞା କଲେ ଯେ, ସେ ମୋଶାଙ୍କ ପରି ଆଉ ଜଣେ ଭାବବାଦୀଙ୍କୁ ପଠାଇବେ ।

ତା’ପରେ ଈଶ୍ଵର ମୋଶାଙ୍କୁ ଏକ ପର୍ବତର ଶିଖରକୁ ଚଢିବା ନିମନ୍ତେ କହିଲେ ଯେପରିକି ସେ ସେଠାରୁ ପ୍ରତିଜ୍ଞାତ ଦେଶ ଦେଖିପାରିବେ ।ମୋଶା ପ୍ରତିଜ୍ଞାତ ଦେଶ ଦେଖିପାରିଥିଲେ କିନ୍ତୁ ସେ ସେଥିରେ ପ୍ରବେଶ କରିବା ନିମନ୍ତେ ଈଶ୍ଵର ଅନୁମତି ଦେଲେନାହିଁ ।ତା’ପରେ ମୋଶା ମୃତ୍ୟୁବରଣ କଲେ, ଏବଂ ଇଶ୍ରାୟେଲୀୟମାନେ ତିରିଶି ଦିନ ତାଙ୍କ ନିମନ୍ତେ ଶୋକ କଲେ । ଯିହୋଶୂୟ ସେମାନଙ୍କର ନୂତନ ନେତା ହେଲେ ।ଯିହୋଶୂୟ ଜଣେ ଉତ୍ତମ ନେତା ଥିଲେ କାରଣ ସେ ଈଶ୍ଵରଙ୍କଠାରେ ଭରସା ରଖିଥିଲେ ଓ ତାଙ୍କର ଆଜ୍ଞାବହ ହେଉଥିଲେ ।

Informations reliées

Mots de Vie - GRN présente des messages sonores évangéliques dans des milliers de langues à propos du salut et de la vie chrétienne.

Copyright and Licensing - GRN shares its audio, video and written scripts under Creative Commons

Choosing the audio or video format to download - What audio and video file formats are available from GRN, and which one is best to use?