Hautatu hizkuntza bat

mic

Partekatu

Partekatu esteka

QR code for https://globalrecordings.net/script/8744

unfoldingWord 46 - ସ୍ତିଫାନଙ୍କୁ ହତ୍ୟା କରୁଥିବା ଲୋକମାନଙ୍କର ବସ୍ତ୍ରକୁ ଜଗିଥିବା ଯୁବା ବ୍ୟକ୍ତି ଜଣକଟି ସାଉଲ ଥିଲେ ।

unfoldingWord 46 - ସ୍ତିଫାନଙ୍କୁ ହତ୍ୟା କରୁଥିବା ଲୋକମାନଙ୍କର ବସ୍ତ୍ରକୁ ଜଗିଥିବା ଯୁବା ବ୍ୟକ୍ତି ଜଣକଟି ସାଉଲ ଥିଲେ ।

Eskema: Acts 8:1-3; 9:1-31; 11:19-26; 13-14

Gidoi zenbakia: 1246

Hizkuntza: Odia / Oriya

Publikoa: General

Helburua: Evangelism; Teaching

Features: Bible Stories; Paraphrase Scripture

Egoera: Approved

Gidoiak beste hizkuntzetara itzultzeko eta grabatzeko oinarrizko jarraibideak dira. Beharrezkoa den moduan egokitu behar dira kultura eta hizkuntza ezberdin bakoitzerako ulergarriak eta garrantzitsuak izan daitezen. Baliteke erabilitako termino eta kontzeptu batzuk azalpen gehiago behar izatea edo guztiz ordezkatu edo ezabatzea ere.

Gidoiaren Testua

ସେ ଯୀଶୁଙ୍କଠାରେ ବିଶ୍ଵାସ କଲେ ନାହିଁ, ତେଣୁ ସେ ବିଶ୍ଵାସୀମାନଙ୍କୁ ତାଡନା କରିଥିଲେ । ଉଭୟ ପୁରୁଷ ଓ ସ୍ତ୍ରୀଙ୍କୁ ଯେପରି ବାନ୍ଧି ଆଣିବା ପାଇଁ ସେ ଯିରୁଶାଲମରେ ଥିବା ପ୍ରତି ବିଶ୍ଵାସୀଙ୍କ ଗୃହରେ ପଶୁଥିଲେ ଏବଂ କାରାଗାରରେ ବନ୍ଦୀ କରୁଥିଲେ ।ଦମ୍ମେସକରେ ଥିବା ଖ୍ରୀଷ୍ଟିୟାନମାନଙ୍କୁ ଯେପରି ଶାଉଲ ଧରି ଯିରୁଶାଲମ ଆଣିପାରିବେ ସେଥିପାଇଁ ସେ ମହାଯାଜକ ତାଙ୍କୁ ଅନୁମତି ଦେଇଥିଲେ ।ଶାଉଲ ଯେତେବେଳେ ଦମ୍ମେସକ ପଥରେ ଯାଉଥିଲେ, ଆକାଶରୁ ଏକ ଅତି ଉଜ୍ଜଳ ଆଲୋକ ତାହାଙ୍କ ଚାରିପଟ ଝଲସି ଉଠିଲା ଏବଂ ସେ ଭୂମିରେ ପଡିଗଲେ ।

କେହି ଜଣେ ଏହା କହିବାର ଶାଉଲ ଶୁଣିଲେ, “ଶାଉଲ!ଶାଉଲ!ତୁମ୍ଭେ କାହିଁକି ମୋତେ ତାଡନା କରୁଅଛ?” ଶାଉଲ ପଚାରିଲେ “ପ୍ରଭୁ, ଆପଣ କିଏ ?”ଯୀଶୁ ଉତ୍ତର ଦେଲେ “ମୁଁ ଯୀଶୁ ଅଟେ ।ତୁମ୍ଭେ ମୋତେ ତାଡନା କରୁଅଛ!”ଶାଉଲ ଯେତେବେଳେ ଉଠିଲେ, ସେ କିଛି ଦେଖିପାରିଲେ ନାହିଁ ।

ତାହାଙ୍କ ବନ୍ଧୁମାନେ ତାହାଙ୍କୁ ଦମ୍ମେସକ ନିମନ୍ତେ ପଥ କଢାଇ ନେଲେ ।ଶାଉଲ ତିନିଦିନ ପର୍ଯ୍ୟନ୍ତ କିଛି ଖାଇଲେ ନାହିଁ କିମ୍ବା ପିଇଲେ ନାହିଁ ।ହନନିୟ ନାମକ ଜଣେ ଶିଷ୍ୟ ଦମ୍ମେସକରେ ରହୁଥିଲେ ।

ଈଶ୍ଵର ତାହାଙ୍କୁ କହିଲେ “ଶାଉଲ ରହୁଥିବା ଗୃହକୁ ଯାଅ ।ତାହାଙ୍କ ଉପରେ ହସ୍ତ ରଖ ଯେପରିକି ସେ ଦୃଷ୍ଟିଶକ୍ତି ଫେରିପାଇବେ ।”କିନ୍ତୁ ହନନିୟ କହିଲେ “ପ୍ରଭୁ, ଏହି ବ୍ୟକ୍ତି କିପରି ବିଶ୍ଵାସୀମାନଙ୍କୁ ତାଡନା କରିଅଛି ତାହା ମୁଁ ଶୁଣିଅଛି ।”ଈଶ୍ଵର ତାହାଙ୍କୁ ଉତ୍ତର ଦେଲେ “ଯାଅ!ଯିହୂଦୀ ଓ ଅନ୍ୟ ଲୋକଦଳ ମାନଙ୍କ ନିକଟରେ ମୋର ନାମ ଘୋଷଣା କରିବା ନିମନ୍ତେ ମୁଁ ତାଙ୍କୁ ମନୋନୀତ କରିଅଛି ।ସେ ମୋ ନାମ ସକାଶେ ଅନେକ ଦୁଃଖକ୍ଲେଶ ପାଇବ ।”ତେଣୁ ହନନିୟ ଶାଉଲ ରହୁଥିବା ଗୃହକୁ ଗଲେ, ତାଙ୍କ ଉପରେ ଆପଣାର ହସ୍ତ ରଖିଲେ ଏବଂ କହିଲେ “ଆପଣ ଏଠାକୁ ଆସୁଥିବା ସମୟରେ ଯେଉଁ ଯୀଶୁ ଆପଣଙ୍କୁ ଦର୍ଶନ ଦେଇଅଛନ୍ତି, ସେ ମୋତେ ଆପଣଙ୍କ ନିକଟକୁ ପ୍ରେରଣ କରିଅଛନ୍ତି ଯେପରିକି ଆପଣ ଦୃଷ୍ଟିଶକ୍ତି ଫେରିପାଇବେ ଏବଂ ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହେବେ ।

ଶାଉଲ ସାଙ୍ଗେ ସାଙ୍ଗେ ଦୃଷ୍ଟିଶକ୍ତି ଫେରିପାଇବାକୁ ସକ୍ଷମ ହେଲେ, ଏବଂ ହନନିୟ ତାଙ୍କୁ ବାପ୍ତିସ୍ମ ଦେଲେ ।ତା’ପରେ ଶାଉଲ କିଛି ଖାଦ୍ୟ ଖାଇଲେ ଏବଂ ବଳ ଫେରି ପାଇଲେ ।ତତ୍‍କ୍ଷଣାତ୍ ଶାଉଲ ଦମ୍ମେସକରେ ଥିବା ଯିହୂଦୀମାନଙ୍କ ନିକଟରେ ଏହା ପ୍ରଚାର କରିବାକୁ ଆରମ୍ଭ କଲେ “ଯୀଶୁ ହିଁ ଈଶ୍ଵରଙ୍କ ପୁତ୍ର ଅଟନ୍ତି!”

ଯେଉଁ ବ୍ୟକ୍ତି ବିଶ୍ଵାସୀମାନଙ୍କୁ ବିନାଶ କରିବା ନିମନ୍ତେ ଚେଷ୍ଟା କରୁଥିଲା ଏବଂ ସେ ଯେ ଏବେ ଯୀଶୁଙ୍କଠାରେ ବିଶ୍ଵାସ କରେ ସେ ବିଷୟରେ ଯିହୂଦୀମାନେ ଆଶ୍ଚର୍ଯ୍ୟ ଚକିତ ହେଲେ ।ଶାଉଲ ଯିହୂଦୀମାନଙ୍କ ସହ ଯୁକ୍ତିତର୍କ କରି ପ୍ରମାଣିତ କଲେ ଯେ ଯୀଶୁ ହିଁ ଖ୍ରୀଷ୍ଟ ଅଟନ୍ତି ।ଅନେକ ଦିନ ଉତ୍ତାରେ, ଶାଉଲଙ୍କୁ ହତ୍ୟା କରିବା ନିମନ୍ତେ ଯିହୂଦୀମାନେ ଯୋଜନା କଲେ ।

ସେମାନେ ତାହାଙ୍କୁ ହତ୍ୟା କରିବା ନିମନ୍ତେ ନଗର ଦ୍ଵାରରେ ଜଗିବା ପାଇଁ ଲୋକ ପଠାଇଲେ ।କିନ୍ତୁ ଶାଉଲ ସେହି ଯୋଜନା ବିଷୟରେ ଶୁଣିବାକୁ ପାରିଲେ, ଏବଂ ସେଥିରୁ ଖସି ପଳାଇବା ନିମନ୍ତେ ତାହାର ବନ୍ଧୁମାନେ ସାହାଯ୍ୟ କଲେ ।ଏକ ରାତ୍ରିରେ ସେମାନେ ଗୋଟିଏ ଟୋକେଇରେ ତାହାଙ୍କୁ ପ୍ରାଚୀର ଉପରୁ ତଳକୁ ଓହ୍ଲାଇ ଦେଲେ ।ଶାଉଲ ଦମ୍ମେସକରୁ ଖସି ପଳାଇଗଲା ପରେ, ସେ ଯୀଶୁଙ୍କ ବିଷୟରେ ପ୍ରଚାର କରିବା ଜାରି ରଖିଲେ ।ଶାଉଲ ଶିଷ୍ୟମାନଙ୍କ ସହ ଭେଟ ହେବା ନିମନ୍ତେ ଯିରୁଶାଲମକୁ ଗଲେ, କିନ୍ତୁ ସେମାନେ ତାଙ୍କୁ ଭୟ କରୁଥିଲେ ।

ତା’ପରେ ବର୍ଣ୍ଣବା ନାମକ ଜଣେ ବିଶ୍ଵାସୀ ଶିଷ୍ୟମାନଙ୍କ ନିକଟକୁ ଶାଉଲଙ୍କୁ ନେଲେ ଏବଂ ସେମାନଙ୍କୁ କହିଲେ ଯେ ସେ କିପରି ଦମ୍ମେସକରେ ସାହସ ପୂର୍ବକ ପ୍ରଚାର କରିଥିଲେ ।ତାହା ପରେ, ଶିଷ୍ୟମାନେ ଶାଉଲଙ୍କୁ ଗ୍ରହଣ କଲେ ।ଯେଉଁ ବିଶ୍ଵାସୀମାନେ ତାଡନା ସକାଶୁ ଯିରୁଶାଲମ ଛାଡି ପଳାଇଥିଲେ, ସେମାନେ ଆନ୍ତିୟକିଆ ପର୍ଯ୍ୟନ୍ତ ଯାଇ ଯୀଶୁଙ୍କ ବିଷୟରେ ପ୍ରଚାର କରିବାକୁ ଲାଗିଲେ ।

ଆନ୍ତିୟକିଆରେ ଥିବା ଅଧିକାଂଶ ଲୋକ ଯିହୂଦୀ ନ ଥିଲେ, କିନ୍ତୁ ପ୍ରଥମ ଥର ନିମନ୍ତେ ସେମାନଙ୍କ ମଧ୍ୟରୁ ଅନେକେ ବିଶ୍ବାସୀ ହେଲେ ।ବର୍ଣ୍ଣବ୍ବା ଓ ଶାଉଲ ସେଠାରେ ଥିବା ନୂତନ ବିଶ୍ବାସୀମାନଙ୍କୁ ଯୀଶୁଙ୍କ ବିଷୟରେ ଅଧିକ ଶିକ୍ଷା ଦେବା ନିମନ୍ତେ ଓ ମଣ୍ଡଳୀକୁ ଦୃଢ଼ କରିବା ନିମନ୍ତେ ଗଲେ ।ଆନ୍ତିୟକିଆ ମଣ୍ଡଳୀରେ ଥିବା ବିଶ୍ଵାସୀମାନଙ୍କୁ ପ୍ରଥମେ “ଖ୍ରୀଷ୍ଟିୟାନ” ବୋଲି କୁହାଗଲା ।ଦିନେ, ଆନ୍ତିୟକିଆ ମଣ୍ଡଳୀରେ ଥିବା ଖ୍ରୀଷ୍ଟିୟାନ୍ ମାନେ ଉପବାସ ଓ ପ୍ରାର୍ଥନା କରୁଥିବା ସମୟରେ ପବିତ୍ରଆତ୍ମା ସେମାନଙ୍କୁ କହିଲେ “ବର୍ଣ୍ଣବ୍‍ବା ଓ ଶାଉଲଙ୍କୁ ଯେଉଁ କାର୍ଯ୍ୟ ନିମନ୍ତେ ମୁଁ ଆହ୍ବାନ କରିଛି ସେଥିନିମନ୍ତେ ସେମାନଙ୍କୁ ମୋ ନିମନ୍ତେ ପୃଥକ୍ କର ।”

ତେଣୁ ଆନ୍ତିୟକିଆ ମଣ୍ଡଳୀ ବର୍ଣ୍ଣବା ଓ ଶାଉଲଙ୍କ ନିମନ୍ତେ ପ୍ରାର୍ଥନା କରି ସେମାନଙ୍କ ଉପରେ ହସ୍ତାର୍ପଣ କଲେ ।ତା’ପରେ ସେମାନେ ଅନେକ ସ୍ଥାନରେ ଯୀଶୁଙ୍କ ବିଷୟକ ଶୁଭସମ୍ବାଦ ପ୍ରଚାର କରିବା ନିମନ୍ତେ ସେମାନଙ୍କୁ ପଠାଇଲେ ।ବର୍ଣ୍ଣବ୍ବା ଓ ଶାଉଲ ବିଭିନ୍ନ ଲୋକଦଳକୁ ଶିକ୍ଷା ଦେବାକୁ ଲାଗିଲେ ଏବଂ ଅନେକ ଲୋକ ଯୀଶୁଙ୍କଠାରେ ବିଶ୍ବାସ କରିବାକୁ ଲାଗିଲେ ।ବାଇବଲର ଏକ କାହାଣୀ:

Lotutako informazioa

Bizitzako Hitzak - Salbazioari eta kristau bizitzari buruzko Biblian oinarritutako mezuak dituzten milaka hizkuntzatako ebanjelio mezu audioak.

Choosing the audio or video format to download - What audio and video file formats are available from GRN, and which one is best to use?

Copyright and Licensing - GRN shares its audio, video and written scripts under Creative Commons