Hautatu hizkuntza bat

mic

Partekatu

Partekatu esteka

QR code for https://globalrecordings.net/script/8724

unfoldingWord 26 - ଯୀଶୁ ତାହାଙ୍କ ସେବାକାର୍ଯ୍ୟ ଆରମ୍ଭ କରନ୍ତି

unfoldingWord 26 - ଯୀଶୁ ତାହାଙ୍କ ସେବାକାର୍ଯ୍ୟ ଆରମ୍ଭ କରନ୍ତି

Eskema: Matthew 4:12-25; Mark 1-3; Luke 4

Gidoi zenbakia: 1226

Hizkuntza: Odia / Oriya

Publikoa: General

Helburua: Evangelism; Teaching

Features: Bible Stories; Paraphrase Scripture

Egoera: Approved

Gidoiak beste hizkuntzetara itzultzeko eta grabatzeko oinarrizko jarraibideak dira. Beharrezkoa den moduan egokitu behar dira kultura eta hizkuntza ezberdin bakoitzerako ulergarriak eta garrantzitsuak izan daitezen. Baliteke erabilitako termino eta kontzeptu batzuk azalpen gehiago behar izatea edo guztiz ordezkatu edo ezabatzea ere.

Gidoiaren Testua

ଶୟତାନର ପ୍ରଲୋଭନ ଉପରେ ଜୟଲାଭ କଲାପରେ, ଯୀଶୁ ପବିତ୍ରଆତ୍ମାଙ୍କ ଶକ୍ତିରେ ସେ ବାସ କରୁଥିବା ଗାଲିଲୀ ଅଞ୍ଚଳକୁ ବାହୁଡିଲେ ।ଯୀଶୁ ଶିକ୍ଷା ଦେଇ ସ୍ଥାନକୁ ସ୍ଥାନ ଭ୍ରମଣ କଲେ ।ସମସ୍ତେ ତାଙ୍କ ବିଷୟରେ ଉତ୍ତମ ବିଷୟ କହିଲେ ।

ଯୀଶୁ ଯେଉଁ ନାଜରିତରେ ନିଜ ବାଲ୍ୟକାଳରୁ ରହୁଥିଲେ, ସେହି ନଗରକୁ ଗଲେ ।ବିଶ୍ରାମବାରରେ ସେ ଉପାସନାର ସ୍ଥାନକୁ ଗଲେ ।ତାହାଙ୍କ ହାତରେ ନଳାକାର ପୁସ୍ତକ (ସେହି ସମୟରେ ଥିବା ପୁରାତନ ନିୟମ) ଦିଆଗଲା ଯେପରିକି ସେ ଯିଶାଇୟ ଭାବବାଦୀଙ୍କ ପୁସ୍ତକ ପାଠ କରିବେ ।ଯୀଶୁ ନଳାକାର ପୁସ୍ତକକୁ ଖୋଲିଲେ ସେଥିର କିଛି ଅଂଶକୁ ଲୋକମାନଙ୍କ ସମ୍ମୁଖରେ ପାଠ କଲେ ।

ଯୀଶୁ ପାଠ କଲେ “ଈଶ୍ଵର ତାହାଙ୍କ ଆତ୍ମା ମୋତେ ପ୍ରଦାନ କରିଅଛନ୍ତି ଯେପରିକି ଦରିଦ୍ରମାନଙ୍କ ନିକଟରେ ସୁସମାଚାର ପ୍ରଚାର, ବନ୍ଦୀମାନଙ୍କୁ ମୁକ୍ତିର ବିଷୟ, ଅନ୍ଧମାନଙ୍କୁ ଦୃଷ୍ଟିଲାଭର ବିଷୟ, ଏବଂ ଉପଦ୍ରବପ୍ରାପ୍ତ ଲୋକମାନଙ୍କୁ ମୁକ୍ତ କରିବା ବିଷୟ ଘୋଷଣା କରିବି ।ଏହା ସଦାପ୍ରଭୁଙ୍କ ଅନୁଗ୍ରହର ବର୍ଷ ।”

ତା’ପରେ ଯୀଶୁ ବସିଲେ ।ସମସ୍ତେ ତାହାଙ୍କୁ ସମୀପରେ ଦୃଷ୍ଟିପାତ କଲେ ।ଯୀଶୁ ଶାସ୍ତ୍ରର ଯେଉଁ ଅଂଶ ପାଠ କରିଥିଲେ ତାହା ଖ୍ରୀଷ୍ଟଙ୍କୁ ସୂଚୀତ କରୁଥିବାର ସେମାନେ ଜାଣିପାରିଲେ ।ଯୀଶୁ କହିଲେ “ମୁଁ ଯେଉଁ ବାକ୍ୟ ପାଠ କଲି ତାହା ବର୍ତ୍ତମାନ ଘଟୁଅଛି ।”ସମସ୍ତ ଲୋକ ଆଶ୍ଚର୍ଯ୍ୟ ହେଲେ ।ସେମାନେ କହିଲେ “ଏ କ’ଣ ଯୋଷେଫର ପୁତ୍ର ନୁହେଁ?”

ତା’ପରେ ଯୀଶୁ କହିଲେ “ଏହା ସତ୍ୟ ଯେ କୌଣସି ଭାବବାଦୀ ନିଜ ନଗରରେ ଗ୍ରହଣଯୋଗ୍ୟ ନୁହନ୍ତି ।ଏଲୀୟ ଭାବବାଦୀଙ୍କ ସମୟରେ ଇସ୍ରାୟେଲ ମଧ୍ୟରେ ଅନେକ ବିଧବା ଥିଲେ ।କିନ୍ତୁ ଯେତେବେଳେ ସାଢେ ତିନି ବର୍ଷ ହେଲାନାହିଁ ସେତେବେଳେ ଈଶ୍ଵର ଏଲୀୟଙ୍କୁ ଇସ୍ରାୟେଲରେ ଥିବା କୌଣସି ବିଧବା ନିକଟକୁ ପ୍ରେରଣ ନ କରି ଭିନ୍ନ ଏକ ଦେଶରେ ଥିବା ବିଧବା ନିକଟକୁ ପ୍ରେରଣ କରିଥିଲେ ।”

ଯୀଶୁ କହି ଚାଲିଲେ “ଏବଂ ଇଲିଶାୟ ଭାବବାଦୀଙ୍କ ସମୟରେ ଚର୍ମରୋଗ ଥିବା ଅନେକେ ଇସ୍ରାୟେଲରେ ଥିଲେ । କିନ୍ତୁ ଇଲୀଶାୟ ସେମାନଙ୍କ ମଧ୍ୟରୁ କାହାକୁ ସୁସ୍ଥ କରି ନ ଥିଲେ ।ସେ ଇସ୍ରାୟେଲର ଶତ୍ରୁ ଦେଶରେ ଏକ ସେନାପତି ନାମାନଙ୍କ ଚର୍ମରୋଗ କେବଳ ସୁସ୍ଥ କରିଥିଲେ ।ଯେଉଁ ଲୋକମାନେ ଯୀଶୁଙ୍କ କଥା ଶୁଣୁଥିଲେ ସେ ସମସ୍ତେ ଯିହୂଦୀ ଥିଲେ ।ତେଣୁ ସେମାନେ ଯେତେବେଳେ ଏହା କହିବାର ଶୁଣିଲେ, ସେମାନେ ତାଙ୍କ ଉପରେ ଅତିଶୟ କ୍ରୋଧ କରିଥିଲେ ।

ନାଜରିତରେ ଥିବା ଲୋକେ ଉପାସନାର ସ୍ଥାନରୁ ଯୀଶୁଙ୍କୁ ବାହାର କରି ହତ୍ୟା କରିବା ନିମନ୍ତେ ଏକ ଶୀର୍ଷରୁ ଫିଙ୍ଗିବା ପାଇଁ ସେଠାକୁ ଆଣିଲେ ।କିନ୍ତୁ ଯୀଶୁ ଜନଗହଳି ମଧ୍ୟ ଦେଇ ଚାଲିଗଲେ ଓ ନାଜରିତ ସହର ପରିତ୍ୟାଗ କଲେ ।

ତା’ପରେ ଯୀଶୁ ଗାଲିଲୀ ଅଞ୍ଚଳକୁ ଗଲେ, ବହୁ ଜନଗହଳି ତାଙ୍କ ନିକଟକୁ ଆସିଲେ ।ଯେଉଁ ଲୋକମାନେ ଦେଖିପାରୁନଥିଲେ, ଚାଲିପାରୁନଥିଲେ, ଶୁଣିପାରୁନଥିଲେ ଏମାନଙ୍କ ସମେତ ସେମାନେ ଅନେକ ପୀଡିତ ଓ ଶାରିରୀକ ଅକ୍ଷମ ଲୋକମାନଙ୍କୁ ଆଣିଲେ ।

ଭୂତଗ୍ରସ୍ତ ଲୋକମାନଙ୍କୁ ଯୀଶୁଙ୍କ ନିକଟକୁ ଅଣାଯାଉଥିଲା ।ଯୀଶୁଙ୍କ ଆଦେଶରେ ଭୂତମାନେ ଲୋକମାନଙ୍କଠାରୁ ବାହାରି ଆସୁଥିଲେ, ଏବଂ ଅନେକ ସମୟରେ ସେମାନେ ଚିତ୍କାର କରୁଥିଲେ “ତୁମ୍ଭେ ଈଶ୍ଵରଙ୍କ ପୁତ୍ର!”ବହୁଜଣ ଆଶ୍ଚର୍ଯ୍ୟ ହେଉଥିଲେ ଏବଂ ଈଶ୍ଵରଙ୍କର ଉପାସନା କରୁଥିଲେ ।

ତା’ପରେ ଯୀଶୁ ବାରଜଣ ବ୍ୟକ୍ତିମାନଙ୍କୁ ମନୋନୀତ କଲେ ଯେଉଁମାନଙ୍କୁ ପ୍ରେରିତ ଶିଷ୍ୟ କୁହାଯାଉଥିଲା ।ଶିଷ୍ୟମାନେ ଯୀଶୁଙ୍କ ସହ ଗମନ କରୁଥିଲେ ଏବଂ ତାଙ୍କଠାରୁ ଶିଖୁଥିଲେ ।

Lotutako informazioa

Bizitzako Hitzak - Salbazioari eta kristau bizitzari buruzko Biblian oinarritutako mezuak dituzten milaka hizkuntzatako ebanjelio mezu audioak.

Choosing the audio or video format to download - What audio and video file formats are available from GRN, and which one is best to use?

Copyright and Licensing - GRN shares its audio, video and written scripts under Creative Commons