Hautatu hizkuntza bat

mic

Partekatu

Partekatu esteka

QR code for https://globalrecordings.net/script/8719

unfoldingWord 21 - ପରମେଶ୍ଵର ଖ୍ରୀଷ୍ଟଙ୍କ ପ୍ରତିଜ୍ଞା କରନ୍ତି

unfoldingWord 21 - ପରମେଶ୍ଵର ଖ୍ରୀଷ୍ଟଙ୍କ ପ୍ରତିଜ୍ଞା କରନ୍ତି

Gidoi zenbakia: 1221

Hizkuntza: Odia / Oriya

Publikoa: General

Helburua: Evangelism; Teaching

Features: Bible Stories; Paraphrase Scripture

Egoera: Approved

Gidoiak beste hizkuntzetara itzultzeko eta grabatzeko oinarrizko jarraibideak dira. Beharrezkoa den moduan egokitu behar dira kultura eta hizkuntza ezberdin bakoitzerako ulergarriak eta garrantzitsuak izan daitezen. Baliteke erabilitako termino eta kontzeptu batzuk azalpen gehiago behar izatea edo guztiz ordezkatu edo ezabatzea ere.

Gidoiaren Testua

ଆରମ୍ଭରୁ ହିଁ ଈଶ୍ବର ଖ୍ରୀଷ୍ଟଙ୍କୁ ପ୍ରେରଣ କରିବା ନିମନ୍ତେ ଯୋଜନା କରିଥିଲେ ।ଖ୍ରୀଷ୍ଟଙ୍କ ବିଷୟରେ ପ୍ରଥମ ପ୍ରତିଜ୍ଞା ଆଦମ ଓ ହବାଙ୍କ ନିକଟକୁ ଆସିଥିଲା ।ଈଶ୍ଵର ପ୍ରତିଜ୍ଞା କଲେ ଯେ ହବାଙ୍କ ବଂଶରୁ ଜଣେ ଜନ୍ମଗ୍ରହଣ କରିବେ ଯିଏ ସର୍ପର ମସ୍ତକକୁ ଚୂର୍ଣ୍ଣ କରିବେ ।ହବାଙ୍କୁ ଯେଉଁ ସର୍ପ ପ୍ରତାରଣା କରିଥିଲା ସେ ଶୟତାନ ଥିଲା ।ପ୍ରତିଜ୍ଞାର ଅର୍ଥ ଥିଲା ଯେ ଖ୍ରୀଷ୍ଟ ଶୟତାନକୁ ସମ୍ପୂର୍ଣ୍ଣରୂପେ ପରାସ୍ତ କରିବେ ।

ଈଶ୍ଵର ଅବ୍ରାହାମଙ୍କୁ ପ୍ରତିଜ୍ଞା କରି କହିଥିଲେ ଯେ ତାଙ୍କ ଦ୍ଵାରା ପୃଥିବୀର ସମସ୍ତ ଲୋକଦଳ ଆଶୀର୍ବାଦ ପ୍ରାପ୍ତ ହେବେ ।ଏହି ଆଶୀର୍ବାଦ ସମ୍ପୁର୍ଣ୍ଣ ହେବ ଯେତେବେଳେ ଖ୍ରୀଷ୍ଟ ଭବିଷ୍ୟତରେ ଦିନେ ଆସିବେ ।ପୃଥିବୀରେ ଥିବା ପ୍ରତି ଲୋକଦଳ ଉଦ୍ଧାରପ୍ରାପ୍ତ ହେବା ନିମନ୍ତେ ସେ ଏହା ସମ୍ଭବ କରିବେ ।

ଈଶ୍ଵର ମୋଶାଙ୍କୁ ପ୍ରତିଜ୍ଞା କରି କହିଲେ ଯେ ଭବିଷ୍ୟତରେ ସେ ମୋଶାଙ୍କ ପରି ଜଣେ ଭାବବାଦୀଙ୍କୁ ଠିଆ କରିବେ ।ଖ୍ରୀଷ୍ଟଙ୍କ ବିଷୟରେ ଏହା ଅନ୍ୟ ଏକ ପ୍ରତିଜ୍ଞା ଯିଏ ପରବର୍ତ୍ତୀ ସମୟରେ ଦିନେ ଆସିବେ ।

ଈଶ୍ଵର ରାଜା ଦାଉଦଙ୍କୁ ପ୍ରତିଜ୍ଞା କରିଥିଲେ ଯେ ତାଙ୍କ ବଂଶଧରଙ୍କ ମଧ୍ୟରୁ ଜଣେ ଈଶ୍ଵରଙ୍କ ଲୋକମାନଙ୍କ ନିମନ୍ତେ ଚିରକାଳ ପାଇଁ ରାଜା ହେବେ ।ତାହା ଏପରି ବୁଝାଏ ଯେ ଖ୍ରୀଷ୍ଟ ରାଜା ଦାଉଦଙ୍କର ବଂଶଧରଙ୍କ ମଧ୍ୟରୁ ଜଣେ ହେବେ ।

ଯିରିମିୟ ଭାବବାଦୀଙ୍କ ଦ୍ଵାରା ଈଶ୍ଵର ପ୍ରତିଜ୍ଞା କଲେ ଯେ ସେ ଏକ ନୂତନ ନିୟମ କରିବେ, କିନ୍ତୁ ଈଶ୍ଵର ଇସ୍ରାୟେଲ ସହିତ ସୀନୟ ପର୍ବତରେ ଯେଉଁ ନିୟମ କରିଥିଲେ ସେପରି ନିୟମ ନୁହେଁ । ନୂତନ ନିୟମରେ, ଈଶ୍ଵର ଲୋକମାନଙ୍କ ହୃଦୟରେ ତାହାଙ୍କ ବ୍ୟବସ୍ଥା ଲେଖିବେ, ଲୋକମାନେ ବ୍ୟକ୍ତିଗତ ଭାବରେ ଈଶ୍ଵରଙ୍କୁ ଜାଣିବେ, ସେମାନେ ତାଙ୍କ ଲୋକ ହେବେ ଏବଂ ଈଶ୍ଵର ସେମାନଙ୍କର ପାପକୁ କ୍ଷମା କରିବେ ।ଖ୍ରୀଷ୍ଟ ନୂତନ ନିୟମ ଆରମ୍ଭ କରିବେ ।

ଈଶ୍ଵରଙ୍କ ଭାବବାଦୀ ଆହୁରି ମଧ୍ୟ କହିଲେ ଯେ ଖ୍ରୀଷ୍ଟ ଜଣେ ଭାବବାଦୀ, ଯାଜକ ଏବଂ ରାଜା ମଧ୍ୟ ହେବେ ।ଭାବବାଦୀ ହେଉଛନ୍ତି ସେହି ବ୍ୟକ୍ତି ଯିଏକି ଈଶ୍ଵରଙ୍କ ବାକ୍ୟ ଶୁଣି ସେହି ବାକ୍ୟକୁ ଲୋକମାନଙ୍କ ମଧ୍ୟରେ ଘୋଷଣା କରନ୍ତି ।ଈଶ୍ଵର ପଠାଇବାକୁ ପ୍ରତିଜ୍ଞା କରିଥିବା ଖ୍ରୀଷ୍ଟ ଜଣେ ସିଦ୍ଧ ଭାବବାଦୀ ହେବେ ।

ଇସ୍ରାଏୟେଲୀୟ ଯାଜକମାନେ ଈଶ୍ଵରଙ୍କ ନିକଟରେ ଲୋକମାନଙ୍କ ପକ୍ଷରୁ ସେମାନଙ୍କ (ଲୋକମାନଙ୍କ) ପାପର ଦଣ୍ଡର ପ୍ରତିବଦଳ ସ୍ଵରୂପ ବଳିଦାନ ଉତ୍ସର୍ଗ କରୁଥିଲେ । ଯାଜକମାନେ ମଧ୍ୟ ଲୋକମାନଙ୍କ ପାଇଁ ଈଶ୍ଵରଙ୍କ ନିକଟରେ ପ୍ରାର୍ଥନା କରୁଥିଲେ ।ମସୀହ ହେଉଛନ୍ତି ସିଦ୍ଧ ମହାଯାଜକ ଯିଏ ନିଜକୁ ଈଶ୍ଵରଙ୍କର ଏକ ସିଦ୍ଧ ବଳିଦାନ ଭାବରେ ଉତ୍ସର୍ଗ କରିବେ ।

ଏକ ରାଜା ସେହି ବ୍ୟକ୍ତି ଅଟନ୍ତି ଯିଏ ଏକ ରାଜ୍ୟ ଉପରେ ଶାସନ କରନ୍ତି ଓ ତାଙ୍କ ଲୋକମାନଙ୍କର ବିଚାର କରନ୍ତି ।ଖ୍ରୀଷ୍ଟ ଜଣେ ସିଦ୍ଧ ରାଜା ହେବେ ଯିଏ ତାଙ୍କ ପୂର୍ବପୁରୁଷ ଦାଉଦଙ୍କ ସିଂହାସନରେ ବସିବେ ।ସେ ସମଗ୍ର ପୃଥିବୀରେ ଚିରକାଳ ରାଜତ୍ବ କରିବେ, ଏବଂ ସର୍ବଦା ସଚ୍ଚୋଟ ଭାବେ ବିଚାର କରିବେ ଏବଂ ସଠିକ୍ ନିଷ୍ପତ୍ତିଗୁଡିକ ନେବେ ।

ଈଶ୍ଵରଙ୍କ ଭାବବାଦୀଗଣ ଅନେକ ଅନ୍ୟ ବିଷୟଗୁଡିକ ଖ୍ରୀଷ୍ଟଙ୍କ ବିଷୟରେ ଭାବବାଣୀ କରିଥିଲେ ।ଭାବବାଦୀ ମଲାଖି ପୂର୍ବରୁ କହିଥିଲେ ଯେ ମଶୀହ ଆସିବା ପୂର୍ବରୁ ଜଣେ ମହାନ ଭାବବାଦୀ ଆସିବେ ।ଭାବବାଦୀ ଯିଶାଇୟ ଭାବବାଣୀ କରିଥିଲେ ଯେ ଖ୍ରୀଷ୍ଟ ଜଣେ କୁମାରୀଙ୍କ ଗର୍ଭରୁ ଜନ୍ମ ହେବେ ।ମୀଖା ଭାବବାଦୀ କହିଲେ ଯେ ସେ ବେଥଲିହିମ ସହରରେ ଜନ୍ମଗ୍ରହଣ କରିବେ ।

ଯିଶାଇୟ ଭାବବାଦୀ କହିଲେ ଯେ ଖ୍ରୀଷ୍ଟ ଗାଲିଲୀରେ ବାସ କରିବେ, ଭଗ୍ନ ହୃଦୟ ମାନଙ୍କୁ ସାନ୍ତନା ଦେବେ, ଏବଂ ବନ୍ଦୀମାନଙ୍କର ମୁକ୍ତି ଘୋଷଣା କରିବେ ଏବଂ ବନ୍ଦୀମାନଙ୍କୁ ମୁକ୍ତ କରିବେ ।ସେ ଆହୁରି ମଧ୍ୟ ଭାବବାଣୀ ପ୍ରକାଶ କରି କହିଲେ ଯେ ସେ ପୀଡିତମାନଙ୍କୁ ଯେଉମାନେ ଶୁଣି, ଦେଖି, କହି, ଏବଂ ଚାଲି ପାରନ୍ତି ନାହିଁ, ସେମାନଙ୍କୁ ସୁସ୍ଥ କରିବେ ।

ଭାବବାଦୀ ଯିଶାଇୟ ମଧ୍ୟ ଭାବବାଣୀ ପ୍ରକାଶ କରି କହିଲେ ଯେ ଖ୍ରୀଷ୍ଟଙ୍କୁ ଘୃଣା କରାଯିବ ଓ ବିନା କାରଣରେ ପ୍ରତ୍ୟାଖ୍ୟାନ କରାଯିବ ।ଅନ୍ୟ ଭାବବାଦୀମାନେ ଭାବବାଣୀ ପ୍ରକାଶ କରି କହିଲେ ଯେ ଯେଉଁମାନେ ଖ୍ରୀଷ୍ଟଙ୍କୁ ହତ୍ୟା କଲେ ସେମାନେ ତାଙ୍କ ବସ୍ତ୍ର ନିମନ୍ତେ ଗୁଲିବାଣ୍ଟ କରିବେ ଏବଂ ଜଣେ ବନ୍ଧୁ ତାଙ୍କ ପ୍ରତି ବିଶ୍ଵାସଘାତ କରିବେ ।ଯିଖରିୟ ଭାବବାଦୀ ଭାବବାଣୀ କରି କହିଲେ ଯେ ଖ୍ରୀଷ୍ଟଙ୍କୁ ବିଶ୍ଵାସଘାତ କରିବା ନିମନ୍ତେ ସେହି ବନ୍ଧୁଙ୍କୁ ତିରିଶିଗୋଟି ରୁପା ମୁଦ୍ରା ପ୍ରଦାନ କରାଯିବ ।

ଭାବବାଦୀମାନେ ଆହୁରି ମଧ୍ୟ କହିଥିଲେ ଖ୍ରୀଷ୍ଟ କିପରି ମୃତ୍ୟୁବରଣ କରିବେ ।ଯିଶାଇୟ ଭାବବାଣୀ ପ୍ରକାଶ କରି କହିଲେ ଯେ ଲୋକମାନେ ଖ୍ରୀଷ୍ଟଙ୍କ ଉପରେ ଛେପ ପକାଇବେ, ତାଙ୍କୁ ପରିହାସ କରିବେ, ଏବଂ ତାଙ୍କୁ ମାରିବେ (ବିଧା, ଗୋଇଠା ଇତ୍ୟାଦି) ।ସେମାନେ ତାଙ୍କୁ ବିଦ୍ଧ କରିବେ ଏବଂ ସେ ଅତି ତାଡନା ଓ ଯନ୍ତ୍ରଣାରେ ମୃତ୍ୟୁବରଣ କରିବେ ଯଦିଓ ସେ କୌଣସି ଭୁଲ୍ କରି ନ ଥିଲେ ।

ଭାବବାଦୀମାନେ ଆହୁରି ମଧ୍ୟ କହିଲେ ଯେ ଖ୍ରୀଷ୍ଟ ସିଦ୍ଧ ହେବେ ଯାହାଙ୍କର କୌଣସି ପାପ ନ ଥିବ ।ସେ ଅନ୍ୟ ଲୋକମାନଙ୍କ ପାପର ଦଣ୍ଡ ପାଇବା ନିମନ୍ତେ ମୃତ୍ୟୁବରଣ କରିବେ ।ତାହାଙ୍କ ଦଣ୍ଡ ଈଶ୍ଵର ଓ ଲୋକମାନଙ୍କ ମଧ୍ୟରେ ଶାନ୍ତି ଆଣିବ ।ଏହି କାରଣ ଯୋଗୁଁ, ଖ୍ରୀଷ୍ଟଙ୍କୁ ବିଦ୍ଧ କରିବା ନିମନ୍ତେ ଈଶ୍ଵରଙ୍କର ଇଛା ଥିଲା ।

ଭାବବାଦୀମାନେ ଭାବବାଣୀରେ ପ୍ରକାଶ କଲେ ଯେ ଖ୍ରୀଷ୍ଟ ମୃତ୍ୟୁବରଣ କରିବେ ଏବଂ ଈଶ୍ଵର ତାହାଙ୍କୁ ମୃତ୍ୟୁରୁ ଉଠାଇବେ । ଖ୍ରୀଷ୍ଟଙ୍କ ମୃତ୍ୟୁ ଓ ପୁନରୁତ୍ଥାନ ଦ୍ବାରା ପାପୀମାନଙ୍କୁ ଉଦ୍ଧାର କରିବା ଏବଂ ଏକ ନୂତନ ନିୟମ ଆରମ୍ଭ କରିବା ପାଇଁ ଈଶ୍ଵର ତାହାଙ୍କ ଯୋଜନାକୁ ସଫଳ କରିବେ ।

ଈଶ୍ଵର ଖ୍ରୀଷ୍ଟଙ୍କ ବିଷୟରେ ଭାବବାଦୀମାନଙ୍କୁ ଅନେକ ବିଷୟ ପ୍ରକାଶ କଲେ, କିନ୍ତୁ ଖ୍ରୀଷ୍ଟ ଏହି ସମସ୍ତ ଭାବବାଦୀମାନଙ୍କ ମଧ୍ୟରୁ କୌଣସି ଜଣଙ୍କ ସମୟରେ ସୁଦ୍ଧା ଆସି ନଥିଲେ ।ଏହି ସମସ୍ତ ଭାବବାଣୀଗୁଡିକ ଦିଆଯିବାର ୪୦୦ ରୁ ଅଧିକ ବର୍ଷ ପରେ, ସଠିକ୍ ସମୟରେ, ଈଶ୍ଵର ଜଗତକୁ ଖ୍ରୀଷ୍ଟଙ୍କୁ ପଠାଇଲେ ।

Lotutako informazioa

Bizitzako Hitzak - Salbazioari eta kristau bizitzari buruzko Biblian oinarritutako mezuak dituzten milaka hizkuntzatako ebanjelio mezu audioak.

Copyright and Licensing - GRN shares its audio, video and written scripts under Creative Commons

Choosing the audio or video format to download - What audio and video file formats are available from GRN, and which one is best to use?