Hautatu hizkuntza bat

mic

Partekatu

Partekatu esteka

QR code for https://globalrecordings.net/script/8717

unfoldingWord 19 - ଭବିଷ୍ୟତବକ୍ତାମାନେ (ଭାବବାଦୀମାନେ)

unfoldingWord 19 - ଭବିଷ୍ୟତବକ୍ତାମାନେ (ଭାବବାଦୀମାନେ)

Eskema: 1 Kings 16-18; 2 Kings 5; Jeremiah 38

Gidoi zenbakia: 1219

Hizkuntza: Odia / Oriya

Publikoa: General

Helburua: Evangelism; Teaching

Features: Bible Stories; Paraphrase Scripture

Egoera: Approved

Gidoiak beste hizkuntzetara itzultzeko eta grabatzeko oinarrizko jarraibideak dira. Beharrezkoa den moduan egokitu behar dira kultura eta hizkuntza ezberdin bakoitzerako ulergarriak eta garrantzitsuak izan daitezen. Baliteke erabilitako termino eta kontzeptu batzuk azalpen gehiago behar izatea edo guztiz ordezkatu edo ezabatzea ere.

Gidoiaren Testua

ଇସ୍ରାଏଲୀୟମାନଙ୍କ ଇତିହାସରେ, ଈଶ୍ଵର ସେମାନଙ୍କ ନିକଟକୁ ଭାବବାଦୀମାନଙ୍କୁ ପଠାଇଥିଲେ । ଭାବବାଦୀଗଣ ଈଶ୍ଵରଙ୍କଠାରୁ ସମ୍ବାଦ ଶୁଣିଏବଂ ତା’ପରେ ଈଶ୍ବରଙ୍କ ସମ୍ବାଦଗୁଡିକୁ ଲୋକମାନଙ୍କୁ କହୁଥିଲେ ।

ଆହାବ ଯେତେବେଳେ ଇସ୍ରାଏଲ ରାଜ୍ୟର ରାଜା ଥିଲେ ସେତେବେଳେ ଏଲୀୟ ଜଣେ ଭାବବାଦୀ ଥିଲେ ।ଆହାବ ଜଣେ ମନ୍ଦ ବ୍ୟକ୍ତି ଥିଲେ ଯିଏ ବାଲ୍ ନାମକ ଜଣେ ଭ୍ରାନ୍ତ ଦେବତାକୁ ପୂଜା କରିବା ନିମନ୍ତେ ଲୋକମାନଙ୍କୁ ଉତ୍ସାହିତ କରୁଥିଲେ ।ଏଲୀୟ ଆହବଙ୍କୁ କହିଲେ, “ମୁଁ ନ କହିବା ପର୍ଯ୍ୟନ୍ତ ଇସ୍ରାଏଲ ଦେଶରେ କୌଣସି ପ୍ରକାରେ ବର୍ଷା ବା କାକର ପଡିବ ନାହିଁ ।”ଏହା ଦ୍ଵାରା ଆହାବ ଅତିଶୟ ରାଗିଗଲେ ।

ଏଲୀୟଙ୍କୁ ହତ୍ୟା କରିବା ପାଇଁ ଚାହୁଁଥିବା ଆହବଙ୍କଠାରୁ ନିଜକୁ ପ୍ରାନ୍ତରରେ ଥିବା ଏକ ଝରଣାରେ ଲୁଚାଇବା ନିମନ୍ତେ ଈଶ୍ଵର ଏଲୀୟଙ୍କୁ କହିଥିଲେ ।ପ୍ରତି ସକାଳ ଓ ପ୍ରତି ସନ୍ଧ୍ୟାରେ ପକ୍ଷୀଗୁଡିକ ରୋଟୀ ଓ ମାଂସ ଆଣି ଦେଉଥିଲେ । ଆହାବ ଓ ତାହାଙ୍କ ସୈନ୍ୟ ଏଲୀୟଙ୍କୁ ଖୋଜିଲେ, କିନ୍ତୁ ସେମାନେ ତାଙ୍କୁ ପାଇପାରିଲେ ନାହିଁ ।ମରୁଡି ଏତେ ପ୍ରଖର ଥିଲା ଯେ ଝରଣା ପରିଶେଷରେ ଧିରେ ଧିରେ ଶୁଖିଗଲା ।

ତେଣୁ ଏଲୀୟ ଏକ ପଡୋଶୀ ଦେଶକୁ ପଳାଇଗଲେ ।ଦୁର୍ଭିକ୍ଷ ପଡିବାରୁ ସେହି ଦେଶର ଜଣେ ବିଧବା ଓ ତା’ ପୁତ୍ରର ଖାଦ୍ୟ ସରିଯାଇଥିଲା । କାରଣ ବର୍ଷାର ଅଭାବ ଯୋଗୁଁ ଦୁର୍ଭିକ୍ଷ ହୋଇଥିଲାକିନ୍ତୁ ସେମାନେ ଏଲୀୟଙ୍କର ଯତ୍ନ ନେଲେ, ଏବଂ ଈଶ୍ଵର ସେମାନଙ୍କୁ ଖାଦ୍ୟ ଯୋଗାଇଲେ ଯେପରିକି ସେମାନଙ୍କ ମଇଦା କଳସ ଏବଂ ତୈଳ ପାତ୍ର କେବେ ଶୂନ୍ୟ ହୋଇନଥିଲା ।ସେହି ଦୁର୍ଭିକ୍ଷର ସମ୍ପୁର୍ଣ ସମୟରେ ସେମାନଙ୍କର ଖାଦ୍ୟ ରହିଥିଲା ।ଏଲୀୟ ସେଠାରେ ଅନେକ ବର୍ଷ ପର୍ଯ୍ୟନ୍ତ ରହିଲେ ।

ସାଢେ ତିନି ବର୍ଷ ପରେ, ଇଶ୍ଵର ଏଲିୟଙ୍କୁ ଇସ୍ରାୟେଲ ଦେଶକୁ ଫେରି ଯିବାକୁ କହିଲେ, ଏବଂ ଆହାବଙ୍କୁ କହିବାକୁ ଯେ ସେ ପୁନର୍ବାର୍ ବର୍ଷା ପଠାଇବାକୁ ଯାଉଛନ୍ତି, ।ଯେତେବେଳେ ଆହାବ ଏଲୀୟଙ୍କୁ ଦେଖିଲେ, ସେ କହିଲେ “ଏହି କି ତୁମ୍ଭେ ସମସ୍ୟା ସୃଷ୍ଟିକାରୀ!”ଏଲୀୟ ତାଙ୍କୁ ଉତ୍ତର ଦେଲେ “ତୁମ୍ଭେ ସମସ୍ୟା ସୃଷ୍ଟିକାରୀ!ତୁମ୍ଭେ ସତ୍ୟ ଈଶ୍ଵର ସଦାପ୍ରଭୁଙ୍କୁ ପରିତ୍ୟାଗ କରିଅଛ ଏବଂ ବାଲ୍ ଦେବତାର ଉପାସନା କରିଅଛ ।ଇସ୍ରାୟେଲ ରାଜ୍ୟର ସମସ୍ତ ଲୋକଙ୍କୁ କର୍ମିଲ ପର୍ବତ ନିକଟକୁ ଆଣ ।”

୪୫୦ ବାଲ୍ ଭବିଷ୍ୟତ ବକ୍ତାଙ୍କ ସମେତ ଇସ୍ରାୟେଲ ରାଜ୍ୟର ସମସ୍ତ ଲୋକ କର୍ମିଲ ପର୍ବତକୁ ଆସିଲେ । ଏଲୀୟ ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ କେତେକାଳ ତୁମ୍ଭମାନଙ୍କ ମନକୁ ପରିବର୍ତ୍ତନ କରିଚାଲିଥିବ? ଯଦି ସଦାପ୍ରଭୁ ଈଶ୍ଵର ଅଟନ୍ତି, ତେବେ ତାଙ୍କର ସେବା କର!ଯଦି ବାଲ୍ ଦେବ ଈଶ୍ଵର ଅଟନ୍ତି, ତେବେ ତାଙ୍କର ସେବା କର!”

ତା’ପରେ ଏଲୀୟ ବାଲ୍ ଭାବବାଦୀଗଣଙ୍କୁ କହିଲେ “ଏକ ବୃଷ ବଧ କର ଏବଂ ତହାକୁ ବଳିଦାନ ପାଇଁ ପ୍ରସ୍ତୁତ କର, କିନ୍ତୁ ଏଥିରେ ଅଗ୍ନି ସଂଯୋଗ କରନାହିଁ ।ମୁଁ ମଧ୍ୟ ତାହା କରିବି ।ଯେଉଁ ଈଶ୍ବର ଅଗ୍ନି ଦ୍ବାରା କଥା ହେବେ ସେ ପ୍ରକୃତ ଈଶ୍ଵର ହେବେ ।”ତେଣୁ ବାଲ୍ ଭବିଷ୍ୟତ ବକ୍ତାଗଣ ଏକ ବଳିଦାନ (ଯଜ୍ଞବେଦୀ) ପ୍ରସ୍ତୁତ କଲେ କିନ୍ତୁ ସେଥିରେ ଅଗ୍ନି ଦେଲେ ନାହିଁ ।

ତା’ପରେ ବାଲ୍ ଭବିଷ୍ୟତବକ୍ତାଗଣ ବାଲ୍ ଦେବଙ୍କୁ ପ୍ରାର୍ଥନା କଲେ “ବାଲ୍, ଆମ ପ୍ରାର୍ଥନା ଶୁଣ!”ସମ୍ପୁର୍ଣ ଦିନ ସାରା ସେମାନେ ପ୍ରାର୍ଥନା କଲେ ଏବଂ ଉଚ୍ଚ ସ୍ବରରେ ଚିତ୍କାର କଲେ ଏବଂ ନିଜନିଜକୁ ଛୁରୀ ଦ୍ଵ।ରା କାଟିଲେ କଲେ, କିନ୍ତୁ କୌଣସି ଉତ୍ତର ମିଳିଲା ନାହିଁ ।

ଦିନର ଶେଷ ସମୟରେ, ଏଲୀୟ ଈଶ୍ଵରଙ୍କ ନିକଟରେ ଏକ ବଳିଦାନ ପ୍ରସ୍ତୁତ କଲେ ।ତା’ପରେ ସେ ଲୋକମାନଙ୍କୁ କହିଲେ, ଯଜ୍ଞବେଦୀର ମାଂସ, କାଠ ଏପରିକି ଯଜ୍ଞବେଦୀ ଚାରିପାଖର ଭୂମି ଜଳରେ ସମ୍ପୂର୍ଣ୍ଣ ଓଦା ନ ହେବା ପର୍ଯ୍ୟନ୍ତ ବାର ବୃହତ୍ କଳସଗୁଡିକରେ ଜଳ ନେଇ ଢାଳିବାକୁ କହିଲେ ।

ତା’ପରେ ଏଲୀୟ ପ୍ରାର୍ଥନା କଲେ “ହେ ଅବ୍ରହାମଙ୍କ, ଇସହାକଙ୍କ ଓ ଯାକୁବଙ୍କ ଈଶ୍ଵର ସଦାପ୍ରଭୁ, ଆଜି ଆମ୍ଭମାନଙ୍କୁ ଦେଖାଅ ଯେ ତୁମ୍ଭେ ଇସ୍ରାଏଲର ଈଶ୍ଵର ଏବଂ ମୁଁ ତୁମ୍ଭର ଦାସ ଅଟେ ।ମୋତେ ଉତ୍ତର ଦିଅ ଯେପରିକି ଏହି ସମସ୍ତ ଲୋକ ଜାଣିବେ ଯେ ତୁମେ ସତ୍ୟ ଈଶ୍ଵର ଅଟ ।”

ତତ୍କାଣାତ୍, ଆକାଶରୁ ଅଗ୍ନି ପଡି ଯଜ୍ଞବେଦୀରେ ଥିବା ମାଂସ, କାଠ, ପ୍ରସ୍ତର, ଧୂଳି ଏବଂ ଏପରିକି ଯଜ୍ଞବେଦୀ ଚାରିପାଖରେ ଥିବା ଜଳକୁ ଗ୍ରାସ କଲା ।ଲୋକମାନେ ଯେତେବେଳେ ଏହା ଦେଖିଲେ, ସେମାନେ ଭୁମିରେ ମୁହଁମାଡି ପଡି କହିଲେ “ସଦାପ୍ରଭୁ ହିଁ ଈଶ୍ଵର!ସଦାପ୍ରଭୁ ହିଁ ଈଶ୍ଵର ଅଟନ୍ତି!”

ତା’ପରେ ଏଲୀୟ କହିଲେ, “ବାଲର କୌଣସି ଭବିଷ୍ୟତବକ୍ତାକୁ ଖସି ପଳାଇବାକୁ ଦିଅନାହିଁ !”ତେଣୁ ଲୋକମାନେ ବାଲର ଭବିଷ୍ୟତ ବକ୍ତାମାନଙ୍କୁ ଧରି ସେମାନଙ୍କୁ ବଧ କଲେ ।

ତା’ପରେ ଏଲୀୟ ଆହବଙ୍କୁ କହିଲେ “ନଗରକୁ ଶୀଘ୍ର ଫେରିଯାଅ, କାରଣ ବର୍ଷା ଆସୁଅଛି ।”ଶୀଘ୍ର ଆକାଶ କଳା ହେବାକୁ ଲାଗିଲା ଏବଂ ପ୍ରଚୁର ବର୍ଷା ହେଲା ।ଯିହୋବା ମରୁଡିକୁ ଶେଷ କରିସାରିଥିଲେ ଏବଂ ସେ ଯେ ସତ୍ୟ ଈଶ୍ଵର ତାହା ସେ ପ୍ରମାଣିତ କଲେ ।

ଏଲୀୟଙ୍କ ସମୟ ପରେ, ଈଶ୍ଵର ଇଲିଶାୟ ନାମକ ଜଣେ ବ୍ୟକ୍ତିଙ୍କୁ ତାହାଙ୍କ ଭାବବାଦୀ ହେବା ନିମନ୍ତେ ମନୋନୀତ କଲେ ।ଈଶ୍ଵର ଇଲିଶାୟଙ୍କ ଦ୍ଵାରା ଅନେକ ଆଶ୍ଚର୍ଯ୍ୟକର୍ମ କଲେ ।ନାମାନଙ୍କ ପ୍ରତି ଏକ ଆଶ୍ଚର୍ଯ୍ୟକର୍ମ ଘଟିଥିଲା, ଯିଏ ଜଣେ ଶତ୍ରୁ ସେନାପତି ଥିଲେ, ଯାହାଙ୍କର ଭୟଙ୍କର ଚର୍ମ ରୋଗ ହୋଇଥିଲା ।ସେ ଇଲୀଶାୟଙ୍କ ବିଷୟରେ ଶୁଣିଥିଲେ ତେଣୁ ସେ ଯାଇ ତାଙ୍କୁ ସୁସ୍ଥ କରିବା ନିମନ୍ତେ ଇଲୀଶାୟଙ୍କୁ କହିଥିଲେ ।ଇଲୀଶାୟ ନାମାନଙ୍କୁ ଯର୍ଦ୍ଦନ ନଦୀରେ ସାତଥର ବୁଡିବାକୁ କହିଥିଲେ ।

ପ୍ରଥମେ ନାମାନ କ୍ରୋଧ କରିଥିଲେ ଏବଂ ଏହା କରି ନଥିଲେ କାରଣ ଏହା ମୂର୍ଖତା ପରି ତାଙ୍କୁ ଲାଗିଲା ।କିନ୍ତୁ ପରବର୍ତ୍ତୀ ସମୟରେ ସେ ତାଙ୍କ ମନ ପରିବର୍ତ୍ତନ କରି ଯର୍ଦନରେ ନିଜକୁ ସାତଥର ଡୁବାଇଲେ ।ସେ ଯେତେବେଳେ ଶେଷଥର ପାଇଁ ଜଳରୁ ବୁଡି ବାହାରି ଆସିଲେ ସେତେବେଳେ ତାହାଙ୍କ ଚର୍ମ ସମ୍ପୂର୍ଣ୍ଣ ସୁସ୍ଥ ହେଲା !ଈଶ୍ଵର ତାହାଙ୍କୁ ସୁସ୍ଥ କରିଥିଲେ ।

ଈଶ୍ଵର ଆହୁରି ଅନ୍ୟ ଭାବବାଦୀମାନଙ୍କୁ ପଠାଇଥିଲେ ।ସେମାନେ ସମସ୍ତେ ଲୋକମାନଙ୍କୁ ପ୍ରତିମା ପୂଜା କରିବା ବନ୍ଦ କରିବା ନିମନ୍ତେ କହିଲେ ଏବଂ ଅନ୍ୟମାନଙ୍କୁ ନ୍ୟାୟ ଓ ଦୟା ଦେଖାଇବାକୁ କହିଥିଲେ ।ଭାବବାଦୀମାନେ ଲୋକମାନଙ୍କୁ ସତର୍କ କରାଇ କହିଲେ ଯେ ଯଦି ସେମାନେ ମନ୍ଦ କାର୍ଯ୍ୟ କରିବା ବନ୍ଦ ନ କରନ୍ତି ଓ ଈଶ୍ଵରଙ୍କର ଆଜ୍ଞାବହ ନ ହୁଅନ୍ତି, ତେବେ ଈଶ୍ଵର ସେମାନଙ୍କୁ ଦୋଷାବହ କରି ବିଚାର କରିବେ ଏବଂ ସେମାନଙ୍କୁ ଦଣ୍ଡ ଦେବେ ।

ଅଧିକାଂଶ ସମୟ ଲୋକମାନେ ଈଶ୍ଵରଙ୍କର ଆଜ୍ଞାବହ ହେଲେ ନାହିଁ ।ସେମାନେ ଅନେକ ସମୟରେ ଭାବବାଦୀମାନଙ୍କ ସହିତ ମନ୍ଦ ବ୍ୟବହାର କରୁଥିଲେ ଏବଂ ବେଳେବେଳେ ଏପରିକି ସେମାନଙ୍କୁ ହତ୍ୟା କରୁଥିଲେ ।ଥରେ, ଯିରିମିୟ ଭାବବାଦୀଙ୍କୁ ଏକ ଶୁଷ୍କ କୂପରେ ପକାଯାଇଥିଲା ଏବଂ ସେ ମରିବା ନିମନ୍ତେ ତାଙ୍କୁ ସେଠାରେ ଏକାକୀ ଛାଡି ଦିଆଯାଇଥିଲା ।ସେ କୂପ ତଳେ ଥିବା କାଦୁଅରେ ବୁଡିଯାଇଥିଲେ, କିନ୍ତୁ ରାଜାଙ୍କର ତାଙ୍କ ପ୍ରତି ଦୟା ଭାବ ଆସିଲା ଏବଂ ଯିରିମିୟ ମରିବା ପୂର୍ବରୁ ତାଙ୍କୁ କୂପରୁ ବାହାର କରି ଆଣିବା ନିମନ୍ତେ ସେ ଆପଣା ଦାସମାନଙ୍କୁ ଆଦେଶ ଦେଲେ ।

ଭାବବାଦୀମାନଙ୍କୁ ଲୋକମାନେ ଘୃଣା କଲେ ମଧ୍ୟ ସେମାନେ ଈଶ୍ଵରଙ୍କ ନିମନ୍ତେ କଥା କହିବାକୁ ଲାଗିଲେ ।ସେମାନେ ଲୋକମାନଙ୍କୁ ସତର୍କ କରାଇ କହିଥିଲେ ଯେ ଯଦି ସେମାନେ ଅନୁତାପ ନ କରନ୍ତି ଈଶ୍ବର ସେମାନଙ୍କୁ ବିନାଶ କରିବେ । ଈଶ୍ଵରଙ୍କ ପ୍ରେରିତ ଖ୍ରୀଷ୍ଟ ଯେ ଆସିବେ ସେହି ପ୍ରତିଜ୍ଞା ବିଷୟରେ ମଧ୍ୟ ସେମାନେ ଲୋକମାନଙ୍କୁ ସ୍ମରଣ କରାଇ ଦେଇଥିଲେ ।

Lotutako informazioa

Bizitzako Hitzak - Salbazioari eta kristau bizitzari buruzko Biblian oinarritutako mezuak dituzten milaka hizkuntzatako ebanjelio mezu audioak.

Copyright and Licensing - GRN shares its audio, video and written scripts under Creative Commons

Choosing the audio or video format to download - What audio and video file formats are available from GRN, and which one is best to use?