Vælg et sprog

mic

Del

Del link

QR code for https://globalrecordings.net/script/8710

unfoldingWord 12 - ମହାଯାତ୍ରା

unfoldingWord 12 - ମହାଯାତ୍ରା

Omrids: Exodus 12:33-15:21

Script nummer: 1212

Sprog: Odia / Oriya

Publikum: General

Formål: Evangelism; Teaching

Features: Bible Stories; Paraphrase Scripture

Status: Approved

Scripts er grundlæggende retningslinjer for oversættelse og optagelse til andre sprog. De bør tilpasses efter behov for at gøre dem forståelige og relevante for hver kultur og sprog. Nogle anvendte termer og begreber kan have behov for mere forklaring eller endda blive erstattet eller helt udeladt.

Script tekst

ମିଶର ଛାଡୁଥିବା ଯୋଗୁଁ ଇସ୍ରାଏଲୀୟମାନେ ବହୁତ ଖୁସୀ ଥିଲେ ।ସେମାନେ ଆଉ ଦାସ ହୋଇ ରହିନଥିଲେ, ଏବଂ ସେମାନେ ପ୍ରତିଜ୍ଞାତ ଦେଶକୁ ଯାଉଥିଲେ ।ଇସ୍ରାଏଲୀୟମାନେ ଯାହାକିଛି ମିଶରୀୟମାନଙ୍କୁ ମାଗିଲେ , ସେମାନେ ସେ ସମସ୍ତ ଦେଲେ, ଏପରିକି ସୁନା ଏବଂ ରୂପା ଏବଂ ଅନ୍ୟ ମୂଲ୍ୟବାନ ଜିନିଷଗୁଡିକ ଦେଲେ ।ଅନ୍ୟ ଦେଶର କିଛି ଲୋକ ଈଶ୍ଵରଙ୍କଠାରେ ବିଶ୍ଵାସ କଲେ ଏବଂ ସେମାନେ ମିଶର ଛାଡିଲା ସମୟରେ ଇସରାଏଲୀୟମାନଙ୍କ ସହିତ ଗଲେ ।

ଦିନ ସମୟରେ ଈଶ୍ଵର ସେମାନଙ୍କ ସମ୍ମୁଖରେ ଏକ ଉଚ୍ଚ ମେଘ ସ୍ତମ୍ଭ ଦ୍ଵାରା ସେମାନଙ୍କୁ ପଥ କଢାଇ ନେଉଥିଲେ, ଏବଂ ତାହା ରାତ୍ରି ସମୟରେ ଉଚ୍ଚ ଅଗ୍ନି ସ୍ତମ୍ଭ ହେଉଥିଲା ।ଈଶ୍ଵର ସେମାନଙ୍କ ସହ ସର୍ବଦା ରହୁଥିଲେ ଏବଂ ସେମାନେ ଯାତ୍ରା କରୁଥିବା ସମୟରେ ସେମାନଙ୍କୁ ପଥ କଢାଉଥିଲେ ।ସେମାନେ ତାହାଙ୍କର ଅନୁସରଣ କରିବାର ଆବଶ୍ୟକ ଥିଲା ।

କିଛି ସମୟ ପରେ, ଫାରୋ ଓ ତାହାଙ୍କର ଲୋକମାନେ ସେମାନଙ୍କ ମନ ପରିବର୍ତ୍ତନ କଲେ ଏବଂ ଇସ୍ରାଏଲୀୟମାନଙ୍କୁ ସେମାନଙ୍କର ଦାସ ହେବାପାଇଁ ପୁନର୍ବାର ଚାହିଁଲେ । ଈଶ୍ଵର ଫାରୋଙ୍କୁ ଜିଦଖୋର୍ କରାଇଲେ, ଯେପରିକି ଲୋକମାନେ ଏକମାତ୍ର ସତ୍ୟ ଈଶ୍ଵର ତାହା ଜାଣିପାରିବେ, ଏବଂ ବୁଝିବେ ଯେ ସେ, ସଦାପ୍ରଭୁ ଫାରୋ ଓ ଫାରୋଙ୍କ ଦେବତାଗଣଠାରୁ ଅଧିକ ଶକ୍ତିମାନ୍ ଅଟନ୍ତି ।

ତେଣୁ ସେମାନଙ୍କୁ ପୁନର୍ବାର ଦାସ କରିବାକୁ ଇସ୍ରାଏଲୀୟମାନଙ୍କ ପଛେ ପଛେ ଫାରୋ ଓ ତାହାଙ୍କ ସୈନ୍ୟବାହିନୀ ଗୋଡାଇଲେ । ମିଶରୀୟ ସୈନ୍ୟମାନେ ଆସୁଥିବାର ଯେତେବେଳେ ଇସ୍ରାଏଲୀୟମାନେ ଦେଖିଲେ, ସେମାନେ ହୃଦୟଙ୍ଗମ କଲେ ଯେ ସେମାନେ ଫାରୋଙ୍କର ସୈନ୍ୟବାହିନୀ ଓ ଲୋହିତ ସାଗର ମଧ୍ୟରେ ଫସି ଯାଇଛନ୍ତି ।ସେମାନେ ଅତିଶୟ ଭୟଭୀତ ଥିଲେ ଓ ସେମାନେ ଚିତ୍କାର କରି କହିଲେ “ଆମେ କାହିଁକି ମିଶର ଛାଡିଲୁ?ଆମେ ମରିବାକୁ ଯାଉଅଛୁ!”

ମୋଶା ଇସ୍ରାଏଲୀୟମାନଙ୍କୁ କହିଲେ, “ଭୟ କରିବା ବନ୍ଦ କର!ପରମେଶ୍ଵର ଆଜି ତୁମ୍ଭମାନଙ୍କ ସପକ୍ଷରେ ଯୁଦ୍ଧ କରିବେ ତୁମ୍ଭମାନଙ୍କୁ ରକ୍ଷା କରିବେ ।”ତା’ପରେ ପରମେଶ୍ଵର ମୋଶାଙ୍କୁ କହିଲେ “ଲୋକମାନଙ୍କୁ ଲୋହିତ ସାଗର ଆଡକୁ ଯିବାକୁ କୁହ ।”

ତା’ପରେ ପରମେଶ୍ଵର ମେଘର ସ୍ତମ୍ଭ ନେଇ ଇସ୍ରାଏଲୀୟ ଓ ମିଶରୀୟମାନଙ୍କ ମଧ୍ୟରେ ରଖିଲେ ଯେପରିକି ମିଶରୀୟମାନେ ଇସ୍ରାଏଲୀୟମାନଙ୍କୁ ଦେଖିପାରିବେ ନାହିଁ ।

ପରମେଶ୍ଵର ମୋଶାଙ୍କୁ ତାହାଙ୍କ ହାତ ଉଠାଇ ସମୁଦ୍ରର ଜଳକୁ ଦୁଇଭାଗ କରିବାକୁ କହିଲେ ।ତା’ପରେ ପରମେଶ୍ଵର ବାୟୁ ଦ୍ଵ।ରା ସମୁଦ୍ରରେ ବୋହାଇ ବାମ ଓ ଦକ୍ଷିଣରେ ଜଳକୁ ଠେଲିବାକୁ ଘଟାଇଲେ, ଯେପରିକି ସମୁଦ୍ର ମଧ୍ୟରେ ଏକ ରାସ୍ତା ହେଲା ।

ଇସ୍ରାଏଲୀୟମାନେ ସମୁଦ୍ର ମଧ୍ୟରେ ଶୁଷ୍କ ଭୂମିରେ ଗମନ କଲେ ଓ ସେମାନଙ୍କ ଉଭୟ ପାର୍ଶ୍ଵରେ ଜଳର କାନ୍ଥ ରହିଥିଲା ।

ତା’ପରେ ପରମେଶ୍ଵର ମେଘକୁ ସେହିସ୍ଥାନରୁ ଉପରକୁ ନେଇଗଲେ ଯେପରିକି ଇସ୍ରାଏଲୀୟମାନେ ଖସି ପଳାଉଥିବାର ମିଶରୀୟମାନେ ଦେଖିପାରିବେ ।ମିଶରୀୟମାନେ ସେମାନଙ୍କୁ ଗୋଡାଇବା ନିମନ୍ତେ ନିଷ୍ପତ୍ତି ନେଲେ ।

ତେଣୁ ସେମାନେ ସମୁଦ୍ର ମଧ୍ୟଦେଇ ହୋଇଥିବା ରାସ୍ତା ଦେଇ ଇସ୍ରାଏଲୀୟମାନଙ୍କୁ ଗୋଡାଇଲେ, କିନ୍ତୁ ପରମେଶ୍ଵର ମିଶରୀୟମାନଙ୍କୁ କଷ୍ଟ ଦେଲେ ଓ ସେମାନଙ୍କ ରଥଗୁଡିକୁ ଫସାଇଲେ ।ସେମାନେ ଚିତ୍କାର କରି କହିଲେ “ପଳାଇ ଯାଅ! ପରମେଶ୍ଵର ଇସ୍ରାଏଲୀୟମାନଙ୍କ ପକ୍ଷରେ ଯୁଦ୍ଧ କରୁଅଛନ୍ତି!”

ଇସ୍ରାଏଲୀୟମାନେ ସମୁଦ୍ରର ଅପର ପାର୍ଶ୍ଵରେ ସୁରକ୍ଷିତ ଭାବରେ ପହଞ୍ଚିଲା ପରେ ପରମେଶ୍ଵର ମୋଶାଙ୍କୁ ତାହାଙ୍କ ବାହୁ ପୁନର୍ବାର ବିସ୍ତାର କରିବାକୁ କହିଲେ ।ଯେତେବେଳେ ସେ ଈଶ୍ଵରଙ୍କ ବାଧ୍ୟ ହେଲେ, ଜଳ ମିଶରୀୟ ମାନଙ୍କ ଉପରକୁ ମାଡି ପଡିଲା ଓ ସମୁଦ୍ର ପୂର୍ବଭଳି ସମାନ ହୋଇଗଲା ।ସମସ୍ତ ମିଶରୀୟ ସୈନ୍ୟ ସମୁଦ୍ରରେ ବୁଡିଗଲେ ।

ଇସ୍ରାଏଲୀୟମାନେ ଯେତେବେଳେ ଦେଖିଲେ ମିଶରୀୟମାନେ ମରିଯାଇଅଛନ୍ତି, ସେମାନେ ଈଶ୍ଵରଙ୍କଠାରେ ଭରସା କଲେ ଏବଂ ମୋଶା ପରମେଶ୍ଵରଙ୍କ ଜଣେ ଭାବବାଦୀ ତାହା ବିଶ୍ଵାସ କଲେ ।

ଇସ୍ରାଏଲୀୟମାନେ ମଧ୍ୟ ଅତିଶୟ ଉଲ୍ଲାସରେ ଆନନ୍ଦିତ ହେଲେ କାରଣ ଈଶ୍ଵର ସେମାନଙ୍କୁ ମୃତ୍ୟୁ ଓ ଦାସତ୍ଵରୁ ରକ୍ଷା କଲେ!ବର୍ତ୍ତମାନ ସେମାନେ ଈଶ୍ଵରଙ୍କ ସେବା କରିବାକୁ ମୁକ୍ତ ଥିଲେ ।ଇସ୍ରାଏଲୀୟମାନେ ସେମାନଙ୍କ ନୂତନ ସ୍ଵ।ଧିନତାକୁ ପାଳନ କରିବା ଓ ଈଶ୍ଵରଙ୍କର ସ୍ତୁତି କରିବା ନିମନ୍ତେ ଅନେକ ଗୀତଗୁଡିକ ଗାଇଲେ କାରଣ ସେ ମିଶରୀୟ ସୈନ୍ୟମାନଙ୍କଠାରୁ ସେମାନଙ୍କୁ ରକ୍ଷା କରିଥିଲେ।

ପରମେଶ୍ଵର ଇସ୍ରାଏଲୀୟମାନଙ୍କୁ ମିଶରୀୟମାନଙ୍କ ଉପରେ କିପରି ଜୟ ପ୍ରଦାନ କଲେ ଏବଂ ସେମାନଙ୍କୁ ଦାସତ୍ଵ ଅବସ୍ଥାରୁ କିପରି ଭାବେ ଉଦ୍ଧାର କଲେ, ତାହା ସ୍ମରଣ କରିବା ନିମନ୍ତେ ଇସ୍ରାଏଲୀୟମାନଙ୍କୁ ନିସ୍ତାରପର୍ବ ପାଳନ କରିବାକୁ ଆଦେଶ ଦେଲେ ।ସେମାନେ ଏକ ନିଖୁନ୍ତ ମେଷଶାବକକୁ ବଳି ଦେବା ଦ୍ଵାରା ଓ ତାଡିଶୂନ୍ୟ ରୋଟି ସହିତ ତାହାକୁ ଖାଇ ଉତ୍ସବ ପାଳନ କଲେ ।

Relateret information

Livets ord - Lydevangeliebudskaber på tusindvis af sprog, der indeholder bibelbaserede budskaber om frelse og kristen levevis.

Choosing the audio or video format to download - What audio and video file formats are available from GRN, and which one is best to use?

Copyright and Licensing - GRN shares its audio, video and written scripts under Creative Commons