একটি ভাষা নির্বাচন করুন

mic

unfoldingWord 36 - ରୁପାନ୍ତରଣ

unfoldingWord 36 - ରୁପାନ୍ତରଣ

রূপরেখা: Matthew 17:1-9; Mark 9:2-8; Luke 9:28-36

লিপি নম্বর: 1236

ভাষা: Odia / Oriya

শ্রোতা: General

উদ্দেশ্য: Evangelism; Teaching

Features: Bible Stories; Paraphrase Scripture

সামাজিক মর্যাদা: Approved

অন্যান্য ভাষায় অনুবাদ এবং রেকর্ড করার জন্য স্ক্রিপ্টগুলি মৌলিক নির্দেশিকা। প্রতিটি ভিন্ন সংস্কৃতি এবং ভাষার জন্য তাদের বোঝার জন্য এবং প্রাসঙ্গিক করে তোলার জন্য তাদের প্রয়োজনীয় হিসাবে উপযোগী করা উচিত। ব্যবহৃত কিছু শর্তাবলী এবং ধারণাগুলির আরও ব্যাখ্যার প্রয়োজন হতে পারে বা এমনকি সম্পূর্ণরূপে প্রতিস্থাপন বা বাদ দেওয়া যেতে পারে।

লিপি লেখা

ଦିନେ, ଯୀଶୁ ତାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ତିନିଜଣ ପିତର, ଯାକୁବ ଓ ଯୋହନଙ୍କୁ ତାଙ୍କ ସାଙ୍ଗରେ ନେଲେ ।(ଯୋହନ ନାମକ ଯୀଶୁଙ୍କ ଶିଷ୍ୟ ଓ ଯୀଶୁଙ୍କୁ ବାପ୍ତିସ୍ମ ଦେଇଥିବା ଯୋହନ ଏକା ନୁହଁନ୍ତି ।)ସେମାନେ ନିଜେ ପ୍ରାର୍ଥନା କରିବା ନିମନ୍ତେ ଏକ ଅତି ଉଚ୍ଚ ପର୍ବତକୁ ଗଲେ ।

ଯୀଶୁ ଯେତେବେଳେ ପ୍ରାର୍ଥନା କରୁଥିଲେ, ତାହାଙ୍କ ମୁଖ ସୂର୍ଯ୍ୟ ପରି ଉଜ୍ଜ୍ୱଳ ହେଲା ଏବଂ ତାହାଙ୍କ ବସ୍ତ୍ର ଆଲୋକ ପରି ଧଳା ହେଲା, ଯାହା ପୃଥିବୀରେ ଥିବା କୌଣସି ଲୋକ କରିପାରିବେ ନାହିଁ।

ତା’ପରେ ମୋଶା ଓ ଏଲୀୟ ଦେଖାଦେଲେ ।ଏହି ଦୁଇଜଣ ବ୍ୟକ୍ତି ଏହି ଘଟଣାର ଶହ ଶହ ବର୍ଷ ପୂର୍ବରୁ ଏହି ପୃଥିବୀରେ ଥିଲେ ।ସେମାନେ ଯୀଶୁଙ୍କ ସହିତ ତାଙ୍କ ମୃତ୍ୟୁ ବିଷୟରେ କଥାବାର୍ତ୍ତା କରୁଥିଲେ, ଯାହା ଯିରୁଶାଲମରେ ଅତିଶୀଘ୍ର ଘଟିବାକୁ ଥିଲା ।

ଯେତେବେଳେ ମୋଶା ଓ ଏଲୀୟ ଯୀଶୁଙ୍କ ସହ କଥାବାର୍ତ୍ତା କରୁଥିଲେ, ପିତର ଯୀଶୁଙ୍କୁ କହିଲେ, “ଆମ୍ଭେମାନେ ଯେ ଏଠାରେ ଅଛୁ, ଏହା ଉତ୍ତମ ।ଆମ୍ଭେମାନେ ତିନିଗୋଟି କୁଟୀର ନିର୍ମାଣ କରିବୁ, ଆପଣଙ୍କ ପାଇଁ ଗୋଟିଏ, ମୋଶାଙ୍କ ପାଇଁ ଗୋଟିଏ ଓ ଏଲୀୟଙ୍କ ପାଇଁ ଗୋଟିଏ ।”ପିତର କ’ଣ କହୁଥିଲେ ତାହା ସେ ଜାଣିଲେ ନାହିଁ ।

ଯେତେବେଳେ ପିତର କଥା କହୁଥିଲେ, ଏକ ଉଜ୍ଜ୍ୱଳ ମେଘ ତଳକୁ ଆସିଲା ଏବଂ ସେମାନଙ୍କୁ ତାହା ଆଚ୍ଛାଦିତ କଲା (ବା ଘୋଡାଇ ପକାଇଲା) ଏବଂ ମେଘରୁ ଏହି ବାଣୀ ଆସିଲା “ଏହି ଆମ୍ଭର ପ୍ରିୟ ପୁତ୍ର ଯାହାଙ୍କୁ ଆମ୍ଭେ ପ୍ରେମ କଲୁ ।ତାଙ୍କଠାରେ ଆମ୍ଭର ସନ୍ତୋଷ ।ତାହାଙ୍କ ଶୁଣ ।”ସେହି ତିନି ଜଣ ଶିଷ୍ୟମାନେ ଭୟଭୀତ ହୋଇ ଭୂମିରେ ପଡିଯାଇଥିଲେ ।

ତା’ପରେ ଯୀଶୁ ସେମାନଙ୍କୁ ସ୍ପର୍ଶ କଲେ ଏବଂ କହିଲେ “ଭୟଭୀତ ହୁଅନାହିଁ ।ଉଠ ।”ସେମାନେ ଯେତେବେଳେ ଚାରିପାଖକୁ ଦେଖିଲେ, ସେମାନେ ଜଣେ କେବଳ ଯୀଶୁଙ୍କୁ ଦେଖିଲେ ।

ଯୀଶୁ ଓ ତାଙ୍କର ତିନିଜଣ ଶିଷ୍ୟମାନେ ପର୍ବତ ତଳକୁ ଓହ୍ଲାଇ ଆସିଲେ ।ତା’ପରେ ଯୀଶୁ ସେମାନଙ୍କୁ କହିଲେ “ଏଠାରେ ଯାହା ଘଟିଲା ତାହା କାହାକୁ କୁହନାହିଁ ।ମୁଁ ଶୀଘ୍ର ମୃତ୍ୟୁବରଣ କରିବି ଏବଂ ପୁନର୍ବାର ଜୀବିତ ହେବି ।ତାହା ପରେ, ତୁମ୍ଭେମାନେ ଲୋକମାନଙ୍କୁ କହିବ ।”

সম্পর্কে তথ্য

জীবনের কথা - হাজার হাজার ভাষায় অডিও সুসমাচারের বার্তা যাতে পরিত্রাণ এবং খ্রিস্টীয় জীবনযাপন সম্পর্কে বাইবেল-ভিত্তিক বার্তা রয়েছে।

Choosing the audio or video format to download - What audio and video file formats are available from GRN, and which one is best to use?

Copyright and Licensing - GRN shares its audio, video and written scripts under Creative Commons