إختر اللغة

mic

شارك

شارك بالرابط

QR code for https://globalrecordings.net/script/8701

unfoldingWord 03 - ଜଳପ୍ଲାବନ

unfoldingWord 03 - ଜଳପ୍ଲାବନ

إستعراض: Genesis 6-8

رقم النص: 1203

لغة: Odia / Oriya

الفكرة: Eternal life (Salvation); Living as a Christian (Obedience); Sin and Satan (Judgement)

الجماهير: General

الغرض: Evangelism; Teaching

سمات: Bible Stories; Paraphrase Scripture

حالة: Approved

هذا النص هو دليل أساسى للترجمة والتسجيلات فى لغات مختلفة. و هو يجب ان يعدل ليتوائم مع اللغات و الثقافات المختلفة لكى ما تتناسب مع المنطقة التى يستعمل بها. قد تحتاج بعض المصطلحات والأفكار المستخدمة إلى شرح كامل أو قد يتم حذفها فى ثقافات مختلفة.

النص

ଏକ ଦୀର୍ଘ ସମୟ ପରେ, ଅନେକ ଲୋକମାନେ ଜଗତରେ ବାସ କରୁଥିଲେ । ସେମାନେ ଅତି ଦୁଷ୍ଟ ଓ ହିଂସାଜନକ ଥିଲେ । ଏତେ ମନ୍ଦ ହେଲା ଯେ, ପରମେଶ୍ଵର ସାରା ଜଗତକୁ ମହାବନ୍ୟା ଦ୍ଵାରା ସମଗ୍ର ପୃଥିବୀକୁ ଧ୍ବଂସ କରିବାକୁ ନିଷ୍ପତ୍ତି ନେଲେ ।

କିନ୍ତୁ ନୋହ ପରମେଶ୍ଵରଙ୍କ ଦୃଷ୍ଟିରେ ଅନୁଗ୍ରହ ପ୍ରାପ୍ତ ଥିଲେ । ସେ ମନ୍ଦ ଲୋକମାନଙ୍କ ଗହଣରେ ଜଣେ ଧାର୍ମିକ ବ୍ୟକ୍ତିଭାବରେ ଜୀବନଯାପନ କାଟୁଥିଲେ । ପରମେଶ୍ଵର ନୋହଙ୍କୁ ଜଳପ୍ଲାବନ ପଠାଇବାର ଯୋଜନା ବିଷୟରେ କହିଲେ । ସେ ନୋହଙ୍କୁ ଏକ ବୃହତ୍ ଜାହଜ ତିଆରି କରିବାକୁ କହିଲେ ।

୧୪୦ ମିଟର ଲମ୍ବା, ୨୩ ମିଟର ଚଉଡା ଓ ୧୩.୫ ମିଟର ଉଚ୍ଚତାର ଡଙ୍ଗା ତିଆରି କରିବାକୁ ପରମେଶ୍ଵର ନୋହଙ୍କୁ କହିଲେ । ଏହାକୁ କାଠ ଦ୍ଵାରା ନିର୍ମିତ କରିବାକୁ ଏବଂ ତିନି ମହଲାରେ ଅନେକ କୋଠରୀ, ଏକ ଛାତ ଓ ଏକ ଝରକା ତିଆରି କରିବାକୁ କହିଲେ । ଏହି ଜାହାଜ ଜଳପ୍ଲାବନ ସମୟରେ ନୋହଙ୍କ, ତାଙ୍କ ପରିବାର, ଏବଂ ସମସ୍ତ ପ୍ରକାର ସ୍ଥଳଚର ପଶୁମାନଙ୍କୁ ସୁରକ୍ଷିତ ରଖିବ ।

ନୋହ ପରମେଶ୍ଵରଙ୍କର ବାଧ୍ୟ ହେଲେ । ପରମେଶ୍ଵର ଯେପ୍ରକାରେ କହିଲେ, ଠିକ୍ ସେହି ପ୍ରକାରେ ନୋହ ଓ ତାଙ୍କ ତିନି ପୁତ୍ରମାନେ ଜାହାଜ ନିର୍ମାଣ କରିଥିଲେ । ଜହାଜ ତିଆରି କରିବାକୁ ଅନେକ ବର୍ଷ ଲାଗିଥିଲା କାରଣ ଏହା ଅତି ବୃହତ୍ ଥିଲା ।ଆସୁଥିବା ଜଳ ପ୍ଲାବନ ବିଷୟରେ ନୋହ ଲୋକମାନଙ୍କୁ ସଚେତନ କରାଉଥିଲେ, ଏବଂ ପରମେଶ୍ଵରଙ୍କର ଆଡକୁ ଫେରିବାକୁ କହୁଥିଲେ, କିନ୍ତୁ ସେମାନେ ତାଙ୍କ କଥାକୁ ବିଶ୍ବାସ କଲେ ନାହିଁ ।

ପରମେଶ୍ଵର ନୋହକୁ ଏବଂ ତାଙ୍କ ପରିବାରକୁ ତାଙ୍କ ନିମନ୍ତେ ଓ ପଶୁମାନଙ୍କ ପାଇଁ ଯଥେଷ୍ଠ ଖାଦ୍ୟ ସଂଗ୍ରହ କରିବାକୁ ଆଜ୍ଞା ଦେଲେ । ଯେତେବେଳେ ସମସ୍ତ ପ୍ରସ୍ତୁତ ହେଲା, ନୋହଙ୍କୁ ପରମେଶ୍ଵର କହିଲେ, ବର୍ତ୍ତମାନ ତୁମେ, ତୁମ ସ୍ତ୍ରୀ, ତୁମ ପୁଅମାନେ ଏବଂ ତାଙ୍କ କନ୍ୟାମାନେ ସମସ୍ତ ଆଠ ଜଣ ଡଙ୍ଗା ଭିତରକୁ ପ୍ରବେଶ କରିବାର ସମୟ ହୋଇ ଅଛି ।

ପରମେଶ୍ଵର ପଶୁ ଓ ପକ୍ଷୀମାନଙ୍କ ପ୍ରତ୍ୟେକ ଦମ୍ପତିକୁ ନୋହଙ୍କ ନିକଟକୁ ପଠାଇଲେ ଯେପରି ସେମାନେ ଜଳପ୍ଲାବନ ସମୟରେ ନିମନ୍ତେ ଜାହାଜ ଭିତରକୁ ଯାଇ ସୁରକ୍ଷିତ ରହିବେ । ପରମେଶ୍ଵର ବଳି ନିମନ୍ତେ ସାତଟି ଅଣ୍ଡିରା ଓ ମାଈ ସମସ୍ତ ପଶୁଗୁଡିକୁ ନୋହଙ୍କ ପାଖକୁ ପଠାଇଲେ । ଯେତେବେଳେ ସେମାନେ ଜାହାଜ ଭିତରେ ଥିଲେ, ପରମେଶ୍ଵର ନିଜେ ଦ୍ଵାର ବନ୍ଦ କଲେ ।

ତା’ପରେ ପ୍ରବଳ ବର୍ଷା, ଆରମ୍ଭ ହେଲା । ୪୦ ଦିନ ଓ ୪୦ ରାତ୍ର ଧରି ଅବିରତ ବର୍ଷା ହେଲା । ପୃଥିବୀର ଉପରକୁ ପାଣି ପ୍ରବାହିତ ହେବାକୁ ଲାଗିଲା। ପୃଥିବୀର ସମସ୍ତ ଉପରେ ଏପରିକି ସବୁଠାରୁ ଉଚ୍ଚତ୍ତମ ପର୍ବତ ମଧ୍ୟ ପାଣିରେ ବୁଡିବାକୁ ଲାଗିଲା ।

ଜାହାଜ ଭିତରେ ଥିବା ଲୋକମାନେ ଓ ପଶୁପକ୍ଷୀଗୁଡିକୁ ଛାଡି ପୃଥିବୀ ପୃଷ୍ଠର ସମସ୍ତ ଜୀବମାନେ ଯେଉମାନେ ବାସ କରୁଥିଲେ ମୃତ୍ୟୁବରଣ କଲେ । ଜାହାଜ ପାଣି ଉପରେ ଭାସିବାକୁ ଲାଗିଲା ଏବଂ ଜାହାଜ ଭିତରେ ଥିବା ସମସ୍ତଙ୍କୁ ବୁଡିବାରୁ ସୁରକ୍ଷିତ ରଖିଲା।

ବର୍ଷା ବନ୍ଦ ହେଲା ପରେ, ଜାହାଜ ପାଣି ଉପରେ ପାଞ୍ଚ ମାସ ପର୍ଯ୍ୟନ୍ତ ଭାସିରହିଥିଲା , ଏବଂ ଏହି ସମୟରେ ପାଣି କମିବାକୁ ଲାଗିଲା । ତା’ପରେ ଦିନେ ଜାହାଜ ଏକ ପାହାଡର ଶୀର୍ଷ ଭାଗରେ ଲାଗିଲା, କିନ୍ତୁ ଏ ପର୍ଯ୍ୟନ୍ତ ଜଗତ ପାଣିରେ ବୁଡି ରହିଥିଲା । ଆଉ ତିନି ମାସ ପରେ, ପାହାଡଗୁଡିକର ଉପର ଅଂଶଗୁଡିକ ଦେଖିବାକୁ ମିଳିଲା ।

ଆଉ 40 ଦିନ ପରେ ପାଣି ଶୁଖି ଅଛି କି ନାହିଁ ଦେଖିବା ପାଇଁ ନୋହ ଏକ ପକ୍ଷୀ କାଉକୁ ବାହାରକୁ ପଠାଇଲା । କାଉ ଶୁଖିଲା ଜାଗା ଖୋଜିବା ପାଇଁ ଫେରିଗଲା ଏଣେତେଣେ ଉଡି ବୁଲିଲା, କିନ୍ତୁ କୌଣସୀ ସ୍ଥାନ ପାଇଲା ନାହିଁ ।

ପରେ ନୋହ ଆଉ ଏକ ପକ୍ଷୀ କପୋତକୁ ବାହାରକୁ ପଠାଇଲେ । କିନ୍ତୁ ସେ ମଧ୍ୟ କୌଣସି ଶୁଖିଲା ସ୍ଥାନ ପାଇଲା ନାହି, ଏଣୁ ସେ ନୋହଙ୍କ ପାଖକୁ ଫେରି ଆସିଲା । ଏକ ସପ୍ତାହ ପରେ ନୋହ ପୁନର୍ବାର କପୋତକୁ ବାହାରକୁ ପଠାଇଲେ ଏବଂ ସେ ଜିତ ବୃକ୍ଷର ଡାଳ ଥଣ୍ଟରେ ଧରି ଫେରିଲା । ପାଣି ଧୀରେ କମିଗଲା ଓ ଗଛଗୁଡିକ ପୁନର୍ବାର୍ ବଢିବାକୁ ଲାଗିଲା ।

ନୋହ ଆଉ ଏକ ସପ୍ତାହ ଅପେକ୍ଷା କଲା ପରେ କପୋତକୁ ତୃତୀୟ ଥର ବାହାରକୁ ପଠାଇଲେ । ଏଥର ସେ ବିଶ୍ରାମ ନେବାକୁ ସ୍ଥାନ ପାଇଲା ଆଉ ଲେଉଟି ଆସିଲା ନାହିଁ । ପାଣି ଶୁଖିବାକୁ ଲାଗିଲା ।

ଦୁଇ ମାସ ପରେ ନୋହଙ୍କୁ ପରମେଶ୍ଵର କହିଲେ, ତୁମ ପରିବାର ଓ ସମସ୍ତ ପଶୁପକ୍ଷୀଗୁଡ଼ିକ ଓ ତୁମେ ଜାହାଜରୁ ବାହାରି ଯାଇପାର । ଅନେକ ସନ୍ତାନ ଓ ନାତିନାତୁଣୀ ଜନ୍ମ କରି ପୃଥିବୀକୁ ପରିପୂର୍ଣ କର । ତେବେ, ନୋହ ଓ ତାଙ୍କ ପରିବାର ଜାହାଜରୁ ବାହାରି ଆସିଲେ ।

ନୋହ ଜାହାଜରୁ ବାହାରି ଆସିବା ପରେ, ସେ ଏକ ବେଦୀ ତିଆରି କଲେ ଏବଂ ଯେଉଁ ପଶୁମାନଙ୍କୁ ବଳୀ ଉତ୍ସର୍ଗ କରିବା ଆବଶ୍ୟକ, କେତେକ ପ୍ରକାରର ପଶୁମାନଙ୍କୁ ନେଇ ବଳୀ ଉସର୍ଗ କଲା । ପରମେଶ୍ଵର ନୈବେଦ୍ୟରେ ସନ୍ତୁଷ୍ଠ ଥିଲେ । ନୋହ ଓ ତାଙ୍କ ପରିବାରଙ୍କୁ ଆଶୀର୍ବାଦ କଲେ ।

ପରମେଶ୍ଵର କହିଲେ, "ମୁ ପ୍ରତିଜ୍ଞ। କରେ ଲୋକମାନଙ୍କ ଯୋଗୁଁ ଭୁମିକୁ ଅଭିଶାପ କେବେହେଲେ କରିବି ନାହିଁ କିମ୍ବା ଯଦିଓ ଲୋକମାନେ ସେମାନଙ୍କ ଶିଶୁକାଳଠାରୁ ପାପୀ ହେଲେ ମଧ୍ୟ ମୁଁ ପୃଥିବୀକୁ ପୁନର୍ବାର ଜଳ ପ୍ଲାବନ ଦ୍ଵରା ବିନାଶ କରିବି ନାହିଁ ।

ପ୍ରତିଜ୍ଞର ଏକ ଚିହ୍ନ ଭାବେ ପରମେଶ୍ଵର ପ୍ରଥମ ମେଘଧନୁ ସୃଷ୍ଟି କଲେ । ପ୍ରତ୍ୟେକ ଥର ଆକାଶରେ ଯେବେ ମେଘଧନୁ ଦେଖାଯିବ, ପରମେଶ୍ଵର ତାଙ୍କ ପ୍ରତିଜ୍ଞାକୁ ସ୍ମରଣ କରିବେ, ସେହି ପ୍ରକାରେ ଲୋକମାନେ ମଧ୍ୟ କରିବେ ।

معلومات ذات صلة

كلمات الحياة - GRN لديها رسائل صوتية تبشيرية فى الاف الغات تحتوى على رسائل الكتاب المقدس الرئيسية عن الفداء والحياة المسيحية.

Choosing the audio or video format to download - What audio and video file formats are available from GRN, and which one is best to use?

Copyright and Licensing - GRN shares its audio, video and written scripts under Creative Commons